ମାତ୍ର ୧୦୦୦ଟଙ୍କାରେ ମିଳୁଛି ଏୟାର କଣ୍ଡିସନର ! ଘରେ ବସି ଏଭଳି କରନ୍ତୁ ବୁକିଂ
ସାରା ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ସୁଦ୍ଧା ଆଗକୁ ଯେ ତାତି ନ ବଢିବ ସେ ନେଇ କିଛି କହିବା ଏବେ ମୁସ୍କିଲ ହୋଇପଡିଛି । ତେବେ ଏହାକୁ ଦୃଷ୍ଟିରୁ ରଖି ବି କିଛି ଲୋକ କୁଲର ଏବଂ ଏୟାର କଣ୍ଡିିସନର ଭଳି ବୈଦ୍ୟୁତିକ ଉପକରଣମାନ କିଣିବାରେ ଲାଗିପଡିଛନ୍ତି । ମାତ୍ର ଅତ୍ୟଧିକ ଗରମରେ ଏୟାର କଣ୍ଡିସନର ବିନା ରହିବା ଅସମ୍ଭବ ହୋଇପଡେ । ତେଣୁ ଏଭଳି ପରିସ୍ଥିତିରେ ଯଦି ଆପଣ ଖର୍ଚ୍ଚକୁ ଡରି କୁଲର ଏବଂ ଏୟାର କଣ୍ଡିସନର ଘରେ ଲଗାଇବାକୁ ଭୟ କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କି କିଭଳି ଆପଣ ଅତି ସହଜରେ ଆପଣଙ୍କ ଘରକୁ ଆଣିପାରିବେ କୁଲର ଏବଂ ଏସି . . .
Kanak News is now on WhatsApp
Join and get latest news updates delivered to you via WhatsApp
ଆପଣ କୁଲର ଏବଂ ଏସି କିଣିପାରିବେ । ଆଉ ସେ ପୁଣି ଭଡାରେ । ଏସି ଓ କୁଲର ଭଡାରେ ଆଣିବା ପାଇଁ ହେଲେ ଆପଣଙ୍କୁ କେଉଁଠିକୁ ବି ଦୌଡିବାକୁ ପଡିବ ନାହିଁ । ବରଂ ଆପଣ ଘରେ ବସି ହିଁ ଏସବୁ ଜିନିଷକୁ ଭଡାରେ ନେଇପାରିବେ । ଆପଣ ଜାଣି ଚକିତ ହେବେ କି ବଜାରରେ ଏଭଳି ଅନେକ ରିଟେଲ ମାର୍କେଟପ୍ଲେସ ରହିଛି ,ଯେଉଁଠି ଭଡାରେ କୁଲର, ଏସି, ରେଫ୍ରିରେଟର ସମେତ ଅନ୍ୟାନ୍ୟ ଜିନିଷ ମିଳିଛୁ । ଏଭଳି ଅନଲାଇନ ରିଟେଲ ମାର୍କେଟ ପ୍ଲେସରୁ ଆପଣ ମାତ୍ର ୨୦୦ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ଭଡାରେ ଆଣିପାରିବେ । ସୂଚନା ଅନୁସାରେ, ଯଦି ଆପଣ ଏହି ମାର୍କେଟପ୍ଲେସରୁ ଏସି ଏବଂ କୁଲର ଭଡାରେ ନେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୭୯୯ଟଙ୍କାରୁ ଆରମ୍ଭ କରି ୨୦୪୯ ଟଙ୍କା ପର୍ଯ୍ୟନ୍ତ ପେମେଂଟ କରିବାକୁ ପଡିବ ।
ବୁକ୍ କିପରି କରିବେ
ଏଥିପାଇଁ ଆପଣ ଘରେ ବସି ହିଁ କଂପାନୀମାନଙ୍କର ୱେବସାଇଟକୁ ଯାଇ ନିଜ ମନପସନ୍ଦର ଏସି ଏବଂ କୁଲର ଚୟନ କରି ତାକୁ ବୁକ କରିପାରିବେ । ମାତ୍ର ଏସବୁ ଜିନିଷକୁ ଭଡାରେ ନେବା ପୂର୍ବରୁ ପ୍ରଥମେ ଆପଣଙ୍କୁ କେୱାଇସିର ଏକ ପ୍ରକ୍ରିୟା ପୁରଣ କରିବାକୁ ପଡିବ । ଏଥିରେ ରେଟ୍ ଏôଗ୍ରିମେଂଟ ସମେତ ଅନ୍ୟାନ୍ୟ ସାମଗ୍ରୀ ସାମିଲ ରହିଛି । ତେବେ ଏହି ସମସ୍ତ ଜିନିଷର ସୁରକ୍ଷା ପାଇଁ କଂପାନୀ ତରଫରୁ ଏଭଳି ନିଷ୍ପତି ନିଆଯାଇଛି ।