ବଦଳିଲା ଆଧାର ନିୟମ: ଏଣିକି ଭେରିଫିକେସନ ପାଇଁ ଆପଣଙ୍କ ପକେଟରୁ ଯିବ ଏତିକି ଟଙ୍କା

କୌଣସି ବି ସମୟରେ ଘୋଷଣା ହୋଇପାରେ ‘ୟୁନିଭର୍ସାଲ ବେସିକ୍ ଇନକମ୍’ ସ୍କିମ୍ ।  ବିନା ବିଳମ୍ବ କରି ରେଡି କରି ଦିଅନ୍ତୁ ଏହି ୫ଟି ଡକ୍ୟୁମେଂଟ୍

ଆଧାରକାର୍ଡ ସହ ଜଡିତ ଏକ ନିୟମରେ ପରିବର୍ତ୍ତନ ଆଣିଛନ୍ତି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧୀକରଣ ତଥା  ୟୁଆଇଡିଏଆଇ । ନିୟମ ଅନୁସାରେ, ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ପ୍ରତ୍ୟେକ ଗ୍ରାହକଙ୍କର ଭେରିଫିକେସନ ପାଇଁ ୨୦ ଟଙ୍କା ଏବଂ ଡିଲ ମନି ଦେଣନେଣର ପୃଷ୍ଟି ପାଇଁ ଶୁଳ୍କ ବାବଦକୁ ୫୦ ପଇସା ୟୁଆଇଡିଏଆଇକୁ ଦେବାକୁ ହେବ । ଏସଂପର୍କରେ ୟୁଆଇଡିଏଆଇ ତରଫରୁ ଏକ ନୋଟିଫିକେସନ ମଧ୍ୟ ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ ପ୍ରତ୍ୟେକ ଇ-କେୱାଇସିରେ ଆଧାର ସେବା ପାଇଁ ୨୦ ଟଙ୍କା ଏବଂ ମନି ଡିଲର ପ୍ରତ୍ୟେକ ଦେଣନେଣ ସମୟରେ ହଁ କିମ୍ବା ନାର ପୃଷ୍ଟି ପାଇଁ ୫୦ ପଇସା ଶୁଳ୍କ ବାବଦକୁ ଦେବାକୁ ହେବ । ଏହି ଶୁଳ୍କ ଟ୍ୟାକ୍ସ ଫ୍ରି ହେବ । ତେବେ ସରକାରୀ ପ୍ରତିଷ୍ଠାନ ଏବଂ ଡାକଘରକୁ ଏହି ଶୁଳ୍କରୁ ବାଦ୍ ଦିଆଯାଇଛି ।

ଏହି ଶୁଳ୍କକୁ ସମ୍ବୋନ୍ଧିତ ବିଲର ୧୫ ଦିନ ମଧ୍ୟରେ ପେମେଂଟ କରିବାକୁ ହେବ । ଏହାପରେ ଶୁଳ୍କର ପେମେଂଟ କରିବା ଦ୍ୱାରା ପ୍ରତିମାସ ପାଖାପାଖି ଦେଢ ପ୍ରତିଶତର ସୁଧ ଦରରେ ପେମେଂଟ କରିବାକୁ ହେବ । ଏଥିସହିତ ହିଁ ତାଙ୍କର ଆଧାର ଭେରିଫିକେସନ ଏବଂ ଇ-କେୱାଇସି ସେବାଗୁଡିକୁ ରୋକି ଦିଆଯିବ ।

ୟୁଆଇଡିଏଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ପୂର୍ବରୁ ବ୍ୟବସାୟୀକ ପ୍ରତିଷ୍ଠାନଗୁଡିକୁ ଆଧାର ସୁବିଧା ବିନା ଜଣେ ଗ୍ରାହକଙ୍କର ଭେରିଫିକେସନ ଉପରେ ଅତି କମରେ ୧୫୦ରୁ ୨୦୦ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଆଧାର ଜରିଆରେ ଭେରିଫିକେସନରେ  ଉଭୟ କଂପାନୀ ଏବଂ ସେମାନଙ୍କର ଗ୍ରାହକଙ୍କୁ ସୁବିଧା ମିଳୁଥିଲା । ତେବେ ଆଧାର ସର୍ଭିସ ପାଇଁ ଏହି ଶୁଳ୍କ ଦେବା ପରେ ସେମାନେ ଫାଇଦାରେ ରହିବେ । ୟୁଆଇଡିଏଆଇ ମୁତାବକ, ଏହି ଶୁଳ୍କ ଉଭୟ ଲାଇସେନ୍ସ ଶୁଳ୍କ ଏବଂ ଆର୍ଥିକ ଅଙ୍କୁଶର ଅତିରିକ୍ତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe