ଦୀପାବଳୀରେ ଫୁଟାଇ ପାରିବେ ବାଣ ! ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶରେ ଆଣିଲେ ପରିବର୍ତ୍ତନ, ଜାଣନ୍ତୁ କେତେ ସମୟ ପାଇଁ ଫୁଟିବ ବାଣ

ଦୀପାବଳୀରେ ଫୁଟାଇ ପାରିବେ ବାଣ !

129

ନିକଟରେ ଦେଶବ୍ୟାପୀ ବାଣ ବିକ୍ରୀ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଥିଲେ । ଯେଉଁଥିରେ ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତମୂଳକ ଭାବେ ବାଣ ବିକ୍ରୀ ପାଇଁ ଅନୁମତି ଦେଇଥିଲେ । ସେହିପରି ଦୀପାବଳୀରେ ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ । ସେହିଭଳି ଖ୍ରୀଷ୍ଟମାସ ଓ ନୂଆବର୍ଷରେ ରାତି ୧୧ଟା ୪୫ରୁ ୧୨ଟା ୧୫ ମାତ୍ର ଅଧଘଂଟା ପାଇଁ ବାଣ ଫୁଟାଯିବା ସହ କେବଳ କମ୍ ପ୍ରଦୂଷଣ କରୁଥିବା ସବୁଜ ବାଣକୁ ବିକ୍ରୀ କରିବାକୁ ଅନୁମତି ଦେଇଥିଲେ କୋର୍ଟ । ହେଲେ ସୁପ୍ରିମକୋର୍ଟ ଦେଇଥିବା ଏହି ନିର୍ଦ୍ଦେଶରେ ଏବେ ପରିବର୍ତ୍ତନ ଆଣିଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଉଚ୍ଚତମ ନ୍ୟାୟାଳୟ ଦୀପାବଳୀରେ ବାଣ ଫୁଟାଇବା ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ କରିଥିଲେ ସେଥିରେ କିଛି ପରିବର୍ତ୍ତନ ଆଣିଛନ୍ତି । କୋର୍ଟ କହିଛି କି, ତାମିଲନାଡୁ, ପଣ୍ଡୁଚେରୀ ଭଳି ସ୍ଥାନରେ ବାଣ ଫୁଟାଇବାର ସମୟରେ ପରିବର୍ତ୍ତନ ହେବ, ହେଲେ ଏହି ଅବଧି ଦିନରେ ଦୁଇ ଘଂଟାରୁ ଅଧିକ ହେବ ନାହିଁ ।

ଉଚ୍ଚତମ ନ୍ୟାୟାଳୟ କହିଛନ୍ତି କି, ଦୀପାବଳୀରେ ସବୁଜ ବାଣର ବ୍ୟବହାର ଉପରେ ଦିଆଯାଇଥିବା କୋର୍ଟର ନିର୍ଦ୍ଦେଶ ଦିଲ୍ଲୀ-ଏସସିଆର ପାଇଁ ଥିଲା । ଭାରତର ସବୁ ରାଜ୍ୟମାନଙ୍କ ପାଇଁ ନୁହେଁ । କୋର୍ଟ କହିଛି କି, କେବଳ ତାମିଲନାଡୁରେ ହିଁ ଦୀପାବଳୀ ଦିନ ସକାଳ ସମୟରେ ବାଣ ଫୁଟାଇପାରିବେ । ଏଥିସହିତ ହିଁ କୋର୍ଟ ବାଣର ଷ୍ଟକ୍ ୨ ସପ୍ତାହରେ ଶେଷ କରିବାର ସମୟ ସୀମାକୁ ବଢାଇବାକୁ ବି ମନା କରିଦେଇଛନ୍ତି ।