ଫେସବୁକ୍ ଆକାଉଂଟ ଅଛି କି ? ତେବେ ଆପଣଙ୍କୁ ବି ମିଳିପାରେ କଂପାନୀ ତରଫରୁ ୧୨ ଲକ୍ଷ ଟଙ୍କା, ହେଲେ ଏଥିପାଇଁ କରିବାକୁ ପଡିବ ମାତ୍ର ଗୋଟିଏ କାମ

30

ଫେସବୁକ ୟୁଜର୍ସଙ୍କୁ କଂପାନୀ ଦେଇପାରେ ୧୨ ଲକ୍ଷ ଟଙ୍କାର କ୍ଷତି ପୂରଣ । ଯଦି ଆପଣଙ୍କର ଫେସବୁକ୍ ଆକାଉଂଟ ରହିଛି ତେବେ ଆପଣ ବି ଏଥିରେ ଅନ୍ତର୍ଭୂକ୍ତ ହୋଇପାରନ୍ତି ।

ମିଳିଥିବା ସୂଚନା ଅନୁସାରେ, ଫେସବୁକରେ ଜରିଆରେ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ଚୋରି ହେବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପରେ ଫେସବୁକକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଯାଇଛି ଆତଙ୍କରାଜ । ଏପରିକି ଡାଟାଚୋରି ହେବା ଭୟର ବହୁ ମାନ୍ୟଗଣ୍ୟ ଲୋକ ଫେସବୁକରୁ ମୁହଁ ଫେରାଇ ନେଉଛନ୍ତି । ସେହିପରି ଫେସବୁକ୍ ଡାଟା ସ୍କାଣ୍ଡାଲରେ ପୀଡିତ ୟୁଜର୍ସ ଯଦି ଏହି ସୋସିଆଲ ମିଡିଆ କଂପାନୀ ବିରୋଧରେ କେସ କରନ୍ତି, ତେବେ ତାଙ୍କୁ ୧୨.୫୦୦ପାଉଣ୍ଡ ଅର୍ଥାତ୍ ପାଖାପାଖି ୧୨ ଲକ୍ଷ ଟଙ୍କାର କ୍ଷତିପୂରଣ ବାବଦକୁ ମିଳିପାରେ । ତେବେ ଏଭଳି ଏକ ଆକଳନ କରି ବ୍ରିଟେନର ଜଣେ ଆଇନୀଜୀବୀ ବାଦି କରିଛନ୍ତି ।

ଓକିଲଙ୍କ କହିବାନୁସାରେ, କେମ୍ବ୍ରିଜ ଆନାଲିଟିକା ବ୍ରିଟେନ ୟୁଜର୍ସଙ୍କଠାରୁ ଏହି ଡାଟା ଏକ ପର୍ସନାଲିଟି କ୍ୱିଜ ମାଧ୍ୟମରେ ହାସଲ କରିଥିଲା । ଏଥିପାଇଁ ପୀଡିତଙ୍କ ଡାଟା ଲିକ କାରଣରୁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ଆଧାରରେ ଅଭିଯୋଗ କରିପାରିବେ । ଏଥିସହିତ ସେମାନେ ଆଇନ ଅନୁସାରେ ମଧ୍ୟ କ୍ଷତିପୂରଣ ପାଇବାକୁ ହକଦାର ଅଟନ୍ତି । ନିକଟରେ ଫେସବୁକ ଖୁଲସା କରିଥିଲା କି କେବଳ ବ୍ରିଟେନରେ ୧୦ ଲକ୍ଷରୁ ଅଧିକ ଲୋକଙ୍କର ଡାଟା କେମ୍ବ୍ରିଜ ଆନାଲିଟିକା ନେଇଥଲା ।
ଯାହାର ଅର୍ଥ ଏହା ହେଲା କି, ଯଦି ଫେସବୁକ ବିରୋଧରେ କେହି ମାମଲା ରୁଜୁ କରନ୍ତି ତେବେ ୟୁଜର୍ସଙ୍କୁ ଫେସବୁକ୍ ୧୨ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ ହେବ ।

ଏଠାରେ ଆମେ କହି ରଖୁଛୁ କି, ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ କରିବା ପ୍ରସଙ୍ଗରେ ଗତକାଲି ପୁଣି ଥରେ ଫେସବୁକର ସିଇଓ ଜୁକଗବର୍ଗ ଆମେରିକା ସିନେଟରେ କ୍ଷମା ମାଗିଥିଲେ । ଜୁକରବର୍ଗ ଭାରତକୁ ଭରସା ଦେଇଛନ୍ତି, ୨୦୧୯ ନିର୍ବାଚନକୁ ଫେସବୁକ୍ ମାଧ୍ୟମରେ ପ୍ରଭାବିତ ହେବାକୁ ଦେବେ ନାହିଁ । ଏକ ପ୍ରଶ୍ନର ଉତରରେ ଜୁକରବର୍ଗ କହିଛନ୍ତି, ଖୁବଶୀଘ୍ର ବ୍ରାଜିଲ, ଭାରତ ଓ ପାକିସ୍ତାନରେ ନିର୍ବାଚନ ହେବ । ମୁଁ ଭରସା ଦେଉଛି ନିର୍ବାଚନ ପ୍ରଭାବତି ନ ହେବା ପାଇଁ ଫେସବୁକ ସବୁପ୍ରକାରର ପଦକ୍ଷେପ ନେବ ।