ବହୁତ ବାହାଦୁର ଏହି ବ୍ୟକ୍ତି । ନମ୍ବର ପ୍ଲେଟ ତଳେ ଲେଖିଥିଲେ, ପ୍ରକୃତ ପୁରୁଷ ହେଲମେଟ ପିନ୍ଧନ୍ତି ନାହିଁ । ଆପଣ ଏହି ଯୁବକଙ୍କୁ କଣ ବାର୍ତ୍ତା ଦେବେ?

Advertisment
ବହୁତ ବାହାଦୁର ଏହି ବ୍ୟକ୍ତି । ନମ୍ବର ପ୍ଲେଟ ତଳେ ଲେଖିଥିଲେ, ପ୍ରକୃତ ପୁରୁଷ ହେଲମେଟ ପିନ୍ଧନ୍ତି ନାହିଁ । ଆପଣ ଏହି ଯୁବକଙ୍କୁ କଣ ବାର୍ତ୍ତା ଦେବେ?

Source:nyoooz.com

ଗୋଟିଏ ପଟେ ସଡକ ସୁରକ୍ଷା ତଥା ଦୁର୍ଘଟଣାରୁ କିଭଳି ନିଜ ଜୀବନକୁ ସୁରକ୍ଷିତ ରଖିବେ ଏନେଇ ଟ୍ରାଫିକ ପୁଲିସ ତରଫରୁ ଜନତାଙ୍କୁ ହେଲମେଟ ପିନ୍ଧିବା ପାଇଁ ବାରମ୍ବାର ସଚେତନ କରିଥିବା ବେଳେ ସେହିପରି ଅନ୍ୟ ପଟେ କିଛି ଏଭଳି ଲୋକ ରହିଛନ୍ତି ଯେଉଁମାନେ କି ନିଜ ଜୀବନ ସହ ଖେଳୁଛନ୍ତି ସତ ଏଥିସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛାଉ ନାହାଁନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଯେଉଁଠି ଜଣେ ବ୍ୟକ୍ତି ବାରମ୍ବାର ନିୟମ ଉଲ୍ଲଘଂନ କରୁଛି ସତ ଏଥିସହିତ ଅନ୍ୟମାନଙ୍କୁ ବି ନିୟମ ଭାଙ୍ଗିବାକୁ ପ୍ରବର୍ତ୍ତାଇଛି । ବଡ କଥା ହେଲା ଉକ୍ତ ଯୁବକ ଜଣକୁ ବି ପୁଲିସ୍ କଡା ଜବାବ ଦେଇଛି ।

publive-image

ହାଇହାଇଦ୍ରାବାଦରେ ଜଣେ ବ୍ୟକ୍ତିଙ୍କ ବାଇକ ପଛରେ ଏକ ଏଭଳି ମେସେଜ ଲେଖାଯାଇଥିଲା, ଯାହାକୁ ପଢିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବ୍ୟକ୍ତି ଜଣକ ନିଜ ବାଇକର ନମ୍ବର ପ୍ଲେଟର ଠିକ୍ ତଳେ ଲେଖିଥିଲା କି, “ନୋ ହେଲମେଟ- ମୁଁ ଜଣେ ଅସଲି ପୁରୁଷଙ୍କ ଭଳି ମରିବାକୁ ପସନ୍ଦ କରେ ।” ଯେଉଁଥି ପାଇଁ ବୋଧ ହୁଏ ଯୁବକ ଜଣକ ଖୋଲାଖୋଲି ଭାବରେ ହେଲମେଟକୁ ନିଜ ବାଇକ ପଛରେ ଲଗାଇ ବୁଲୁଥିଲା । ହେଲେ ଯୁବକର ହିରୋଗିରି ପୁଲିସ ପାଖରେ କାମ କରିନଥିଲା । ହାଇଦ୍ରାବାଦ ଟ୍ରାଫିକ ପୁଲିସ ଉକ୍ତ ଯୁବକ ଜଣକୁ ତୁରନ୍ତ କବଜା କରିପକାଇଥିଲା । ପୁଲିସ ଏହି ଯୁବକ ଜଣକର ନାଁ ସାଦୁ ହରିକୃଷ୍ଣ ରେଡ୍ଡି ବୋଲି କହିଛି । ହାଇଦ୍ରାବାଦ ପୁଲିସ ଏହି ଯୁବକ ଜଣଙ୍କୁ ଉଚିତ ଶିକ୍ଷା ଦେବାପାଇଁ ଠିକ୍ ତା’ରି ଭାଷାରେ ହିଁ ଜବାବ ଦେଇଥିଲେ । ପୁଲିସ ଉକ୍ତ ଯୁକବଙ୍କ ବିରୋଧରେ ଏକ ଲମ୍ବା ଚଉଢା ଚାଲାଣ କାଟିବା ସହିତ ଉକ୍ତ ଯୁବକର ବାଇକର ଏକ ଫଟୋ ମଧ୍ୟ ଉଠାଇଥିଲା ଓ ଉକ୍ତ ଫଟୋଟିକୁ ଫେସବୁକରେ ପୋଷ୍ଟ କରିଦେଇଥିଲେ । ଯେଉଁଥିରେ ଲେଖାଯାଇଥିଲା କି, “ଆମେ ବହୁତ ମର୍ମାହତ ଶ୍ରୀଯୁକ୍ତ କୃଷ୍ଣ ରେଡ୍ଡି, ଆମେ ଆପଣଙ୍କୁ ଏମିତି ମରିବାକୁ ଦେବୁନାହୁଁ, ଆମେ ସୁନିଶ୍ଚିୟ କରିବୁ କି ଆପଣ ଜଣେ ଅସଲି ପୁରୁଷଙ୍କ ଭଳି ବଂଚି ରୁହନ୍ତୁ , ଦୟାକରି ହେଲମେଟ ପିନ୍ଧନ୍ତୁ ଏବଂ ବାଇକ ଚଲାନ୍ତୁ ।”

publive-image

ତେବେ ବଡ କଥା ହେଲା, ଯାଂଚ ପରେ ପୁଲିସ ଜାଣିବାକୁ ପାଇଥିଲା କି ଉକ୍ତ ବ୍ୟକ୍ତି ଜଣକ ଅନେକ ଥରେ ଚାଲାଣ କାଟି ସାରିଛନ୍ତି । ଏହା ପୂର୍ବରୁ ବି ସେ ବହୁତ ଥର ଟ୍ରାଫିକ ନିୟମ ଭ୍ାଙ୍ଗିଛନ୍ତି, ବିନା ହେଲମେଟରେ ଅନେକ ଥର ଗାଡି ଚଳାଇ ସହ ମୋବାଇଲରେ ବି କଥା ହେଉଥିବା ବେଳେ ପୁଲିସକୁ ଜରିମାନା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe