ଜୀବନ ନେଇଗଲା ମୋବାଇଲ ଫୋନ ! ଗେମ ଖେଳୁଥିବା ସମୟରେ ଫାଟିଲା ଫୋନ, ଜଳିଗଲା ୧୨ବର୍ଷର ବାଳକ, ମୋବାଇଲ କଂପାନୀକୁ ନେଇ ଉଠିଲା ପ୍ରଶ୍ନ

Advertisment
ଜୀବନ ନେଇଗଲା ମୋବାଇଲ ଫୋନ ! ଗେମ ଖେଳୁଥିବା ସମୟରେ ଫାଟିଲା ଫୋନ, ଜଳିଗଲା ୧୨ବର୍ଷର ବାଳକ, ମୋବାଇଲ କଂପାନୀକୁ ନେଇ ଉଠିଲା ପ୍ରଶ୍ନ

Source: Android Authority

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡରେ । ଯେଉଁଠି ଜଣେ ୧୨ ବର୍ଷର ନାବାଳକର ଜୀବନ ଚାଲିଯାଇଛି ସାମାନ୍ୟ ଗୋଟିଏ ସ୍ମାର୍ଟଫୋନ ପାଇଁ । ମୋବାଇଲ ଫୋନରେ ଗେମ ଖେଳୁ ଖେଳୁ ଜଳିଯାଇଥିଲା ଏହି ନାବାଳକ ଜଣକ । ଆଉ ଡାକ୍ତରଖାନା ନେବାର ଅଧା ବାଟରେ ହିଁ ଚାଲିଯାଇଥିଲା ଶିଶୁଟିର ଜୀବନ ।

ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆପେର ପ୍ରକାଶିତ ଖବର ଅନୁସାରେ, ଛତିଶଗଡର କୋରିଆ ଜିଲ୍ଲାର ଖୁତରାପାରା ନାମକ ଗାଁରେ ମାର୍ଚ୍ଚ ୮ ତାରିଖରେ ଗେମ ଖେଳୁଥିବା ସମୟରେ ମୋବାଇଲରେ ବିସ୍ଫୋରଣ ଘଟି ଜଣେ ନାବଳକର ମୃତ୍ୟୁ ହୋଇଛି । ପିଲାଟି ଯେଉଁ ସମୟରେ ଗେମ ଖେଳୁଥିଲା, ସେହି ସମୟରେ ମୋବାଇଲଟି ଚାର୍ଜିଂ ଅବସ୍ଥାରେ ଥିଲା । ତେବେ ବିସ୍ଫୋରଣଟି ଏତେ ସାଂଘାତିକ ଥିଲା କି ବାଳକଟିର ଅନ୍ତବୁଜୁଳା ବାହାରି ପଡିଥିଲା । ମୃତ ଶିଶୁଟିର ନାଁ ହେଉଛି ରବି ।

ରବିର ପରିବାର ଲୋକଙ୍କ କହିବା ଅନୁସାରେ, ମୋବାଇବକୁ ଚାର୍ଜରେ ବସାଇ ପିଲାଟି ଗେମ ଖେଳୁଥିଲା, ମାତ୍ର କିଛି ସମୟ ପରେ ହଠାତ୍ ତାଙ୍କୁ ଏକ ଭୟଙ୍କର ଶଦ୍ଦ ଶୁଣାଯାଇଥିଲା ଆଉ ଯେତେବେଳେ ସେ ଆସି ଦେଖିଥିଲେ ସେତେବେଳେ ସବୁକିଛି ଧୂଆଁ ମୟ ହୋଇଯାଇଥିଲା । ଏହାରି ଭିତରେ ପିଲାଟି କ୍ଷତିବିକ୍ଷତ ଅବସ୍ଥାରେ ତଳେ ପଡିଥିଲା ଆଉ ତାକୁ ସେମାନେ ଏକ ମୋଡା କପଡାରେ ଘୋଡାଇ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ । ଏହି ବିସ୍ଫୋରଣରେ ରବିର ଜଣେ ସାଙ୍ଗ ମଧ୍ୟ ଆହତ ହୋଇଥିଲା । ରବି ଓ ତାର ବନ୍ଧୁକୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ରବିର ଅବସ୍ଥା ଗୁରୁତର ହେବାରୁ ତାକୁ ଅମ୍ବିକାପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନ ନେବାର ଅଧା ବାଟରେ ହିଁ ରବିର ପ୍ରାଣବାୟୁ ଚାଲିଯାଥିଲା ।

ଯଦିଓ ବିସ୍ଫୋରଣ ହୋଇଥିବା ମୋବାଇଲଟି କେଉଁ କଂପାନୀ ଏବଂ କି ମଡେଲର ଥିଲା ସେ ନେଇ କୌଣସି ଖବର ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତେବେ ମୋବାଇଲ କଂପାନୀମାନଙ୍କର ପ୍ରଡକ୍ଟକୁ ନେଇ ନିଶ୍ଚୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଏଭଳି ଘଟଣା ଘଟିବା କୌଣସି ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଏଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ କେତେ ନିରୀହ ଲୋକଙ୍କର ଜୀବନ ଯାଇଛି । ତେଣୁ ଆପଣଙ୍କୁ ଆମର ଗୋଟିଏ ଅନୁରୋଧ, ପିଲାଙ୍କୁ ମୋବାଇଲ ଫୋନ ଦେବା ସମୟରେ ଟିକିଏ ସାବଧାନତା ଅବଲମ୍ବର କରନ୍ତୁ । ସେହିପରି ମୋବାଇଲକୁ ଚାର୍ଜରେ ବସାଇବା ସମୟରେ କଥା କି ଅନ୍ୟ କୌଣସି କାମ କରନ୍ତୁ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe