ବଡ଼ ଖବର : ଭାରତୀୟଙ୍କ ଛାଡ଼ପତ୍ର ଉପରେ ବିଦେଶୀ କୋର୍ଟ ନେଇପାରିବେ ନାହିଁ ନିଷ୍ପତ୍ତି

43

ଭାରତୀୟ ସଂଖ୍ୟାଲଘୁ ଯୋଡ଼ିଙ୍କ ଦୁବାଇର ଏକ ଅଦାଲତରେ ମଞ୍ଜୁରୀ ଛାଡ଼ପତ୍ରକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି । କୌଣସି ବିଦେଶୀ କୋର୍ଟ ଭାରତୀୟ ପତି-ପତ୍ନୀଙ୍କ ଛାଡ଼ପତ୍ର ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ । ଯଦିଓ ବିବାଦ ଯୋଗୁଁ ଭାରତୀୟ ଅନ୍ୟ କୌଣସି ଦେଶରେ ଥାଆନ୍ତୁ କିନ୍ତୁ ସେଠାକାର କୋର୍ଟ ଭାରତୀୟ ଦମ୍ପତ୍ତିଙ୍କ ଛାଡପତ୍ର ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ଦୁବାଇରେ ରହୁଥିବା ପତି ଭାରତରେ ରହୁଥିବା ପତ୍ନୀଙ୍କ ଠାରୁ ଛାଡପତ୍ର ନେଇଥିଲେ । ଜଷ୍ଟିସ ଏସକେ ଓକା ଓ ଜଷ୍ଟିସ ଅନୁଜା ପ୍ରଭୁଦେଶାଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠରେ ପତି-ପତ୍ନୀଙ୍କୁ ସେପ୍ଟେମ୍ବର ୧୮ରେ କୋର୍ଟରେ ଉପସ୍ଥିତ ରହିବା ପାଇଁ ଆଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ମୁମ୍ବାଇର ଜଣେ ମହିଳାଙ୍କୁ ଦୁବାଇରେ ରହୁଥିବା ଜଣେ ଲୋକ ବିବାହ କରିଥିଲେ । ଦୁବାଇର କୋର୍ଟରେ ପତି ଜଣକ ମହିଳାଙ୍କ ଠାରୁ ଛାଡପତ୍ର ନେଇଥିଲେ । ଏସମ୍ପର୍କରେ ମହିଳା ଜଣକ ଭତ୍ତା ପାଇଁ କୋର୍ଟରେ ଆବେଦନ କରିଥିଲେ । ପରିବାର ଅଦାଳତ ଆବେଦନକୁ ଖାରଜ କରିବା ସହିତ କହିଥିଲେ, ମହିଳାଙ୍କର ଦୁବାଇ କୋର୍ଟରେ ଛାଡପତ୍ର ହୋଇସାରିଛି । ପରେ ମହିଳା ଜଣକ ଉପାୟ ଶୂନ୍ୟ ହୋଇ ମହିଳା କୋର୍ଟ ପହଞ୍ଚିଥିଲେ । ବମ୍ବେ ହାଇକୋର୍ଟ କହିଛନ୍ତି, ଦୁବାଇ କୋର୍ଟର ନିଷ୍ପତ୍ତିରେ ପରିବାର ଅଦାଳତ ମହିଳାଙ୍କ ଆବେଦନକୁ ଖାରଜ କରିପାରିବ ନାହିଁ ।

ଏହି ମାମାଲା ସହିତ ଜଡ଼ିତ ଉଭୟ ପତି-ପତ୍ନୀ ଭାରତୀୟ ନାଗରିକ ଅଟନ୍ତି । ପତିଙ୍କ ଦାବି ଅନୁସାରେ ସେ ହେଉଛନ୍ତି ଦୁବାଇ ବାସିନ୍ଦା । କିନ୍ତୁ କୋର୍ଟ ଏହା ଅସ୍ୱୀକାର କରିଛନ୍ତି । କାରଣ ଉଭୟ ଅଟନ୍ତି ଭାରତୀୟ ନାଗରିକ । ହିନ୍ଦୁ ରୀତି ନୀତିରେ ବିବାହ ସମ୍ପନ୍ନ ହୋଇଥିଲା ।

ସୌଜନ୍ୟ: ଜୀନ୍ୟୁଜ୍