ଫାଟିଲା ଏସି, ଚାଲିଗଲା ଦୁଇ ନିରୀହ ଶିଶୁଙ୍କ ଜୀବନ । ତେବେ ତୁରନ୍ତ ଯାଂଚ କରନ୍ତୁ ଆପଣ ବ୍ୟବହାର କରୁଥିବା ଏୟାର କଣ୍ଡିସନରେ କିଛି ଏଭଳି ପରିବର୍ତ୍ତନ ହେଉନି ତ?

56

ଏସି ଫାଟିବାରୁ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । କେହି କିଛି ଭାବିବା ପୂର୍ବରୁ ପରିବାର ଲୋକଙ୍କ ଆଖି ସାମ୍ନାରେ ଜୀବନ୍ତ ଜଳି ଗଲେ ଦୁଇ ଭାଇ ଭଉଣୀ ।

ସୂଚନା ମୁତାବକ, ଦିଲ୍ଲୀର ଆଦର୍ଶନଗରରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି । ଜଣେ କଂଗ୍ରେସ ନେତାଙ୍କ ଘରେ ଲାଗିଥିବା ଏସି ଫାଟିବାରୁ ଘରେ ଶୋଇଥିବା ଦୁଇ ପିଲାଙ୍କର ମୃତ୍ୟୁ ଘଟିଛି । ରାତି ପାଖାପାଖି ୧୧.୩୦ରେ ଆଦର୍ଶନଗର ସ୍ଥିତ କଂଗ୍ରେସ ନେତା ଅନୁରାଗ ଗର୍ଗଙ୍କ ଘରେ କାନ୍ଦବୋବାଳି ପଡିଯାଇଥିଲା, ଯେତେବେଳେ ଘରେ ଲାଗିଥିବା ଏସିରେ ବିସ୍ଫୋରଣ ଘଟିଥିଲା । ତେବେ ପ୍ରଥମ ମହଲାରେ ଲାଗିଥିବା ନିଆଁ ଏତେ ଭୟଙ୍କର ହୋଇ ଉଠିଥିଲା କି, ଚାହୁଁ ଚାହୁଁ ନିଆଁ ଦ୍ୱିତୀୟ ମହଲାକୁ ବ୍ୟାପି ଯାଇଥିଲା । ଆଉ ଯେଉଁ ସମୟରେ ଦ୍ୱିତୀୟ ମହଲାକୁ ନିଆଁ ବ୍ୟାପି ଯାଇଥିଲ. ସେହି ସମୟରେ ଘର ଭିତରେ ଏହି ଦୁଇ ପିଲାଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ ଆଉ ପିଲା ଦୁଇ ଜଣ ସେତେବେଳ ଶୋଇଥିଲେ ।

ଚାହୁଁ ଚାହୁଁ ନିଆଁ ସଂପୂର୍ଣ୍ଣ ଘରକୁ ଗ୍ରାସ କରି ଦେଇଥିଲା । ଘଟଣାସ୍ଥଳରେ ବି ଦମକଳ ବାହିନୀର ୧୨ଟି ଗାଡି ପହଂଚି ନିଆଁକୁ ଆୟତ କରିବାକୁ ପୂରା ପୁରି ଲାଗିପଡିଥିଲେ । ହେଲେ ନିଆଁ ଲିଭିବା ବେଳକୁ ସବୁ ଶେଷ ହୋଇଯାଇଥିଲା । କାରଣ ଏହି ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ୮ବର୍ଷର ବାଳକ ସାର୍ଥକ ଏବଂ ୧୦ ବର୍ଷର ଝିଅ ଆକାଂକ୍ଷା । ତେବେ  ସର୍ଟ ସର୍କିଟ କାରଣରୁ ହିଁ ଏସିରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ହେଲେ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି , ସର୍ଟ ସର୍ଟିକ ବାସ୍ତବରେ କଣ? କିପରି ହୋଇଥାଏ ଏହି ସର୍ଟ ସର୍କିଟ ? ଏବଂ କେଉଁ ଭଳି ପରିସ୍ଥିତିରେ ହୋଇଥାଏ ସର୍ଟ ସର୍କିଟ ଭଳି ଦୁର୍ଘଟଣା? ତେବେ ଏହି ସବୁ ପ୍ରଶ୍ନର ଉତର ଆମେ ନିମ୍ନରେ ଆଲୋଚନା କରିଛୁ । ଜାଣିବା ପାଇଁ ପଢନ୍ତୁ ପୂରା ଖବର. . .

କିପରି ହେଇଥାଏ ସର୍ଟସର୍କିଟ

• ଏସିର କମ୍ପ୍ରେସରର୍ସରେ ଅନେକ ଥର ବିଦ୍ୟୁତ ତାର ପୁରୁଣା ହୋଇଯିବା କାରଣରୁ ସର୍ଟ ସର୍କିଟ ହୋଇଥାଏ ।

• ଏହାବ୍ୟତୀତ, Coolantରୁ ତରଳ ପଦାର୍ଥ ଲିକ୍ ହେବା ଦ୍ୱାରା ମଧ୍ୟ ବିଦ୍ୟୁତ୍ ତାରରେ ସର୍ଟ ସର୍ଟିକ ହୋଇଥାଏ ।

• ଅଧିକାଂଶ ସମୟରେ ଅଧିକ ଲୋଡ ହେବା କାରଣରୁ ଏସି ପାଇଁ ବ୍ୟବହୃତ ସୁଇଚ ଓ ତାର କ୍ଷମତାଠାରୁ ଅଧିକ ଗରମ ହୋଇ ତରଳି ଯାଇଥାଏ । ଯାହଦ୍ୱାରା ନିଆଁ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।

• ସେହିପରି ଅଚାନକ୍ ଭୋଲଟେଜ୍ କିମ୍ବା କରେଂଟରେ ବୃଦ୍ଧି ଘଟିବା ମଧ୍ୟ ସମ୍ବେଦନଶୀଳ ବୈଦ୍ୟୁତିକ ଉପରକଣ ପାଇଁ କ୍ଷତିକାରଣ ହୋଇଥାଏ ।