ପିଲାଙ୍କୁ ପାଠ ପଢାଇବାକୁ ଯାଇ ହଟହଟା ବିଜେପି ମନ୍ତ୍ରୀ ! ଆସିଲାନି ଏମଏଲଏର ଫୁଲଫର୍ମ

ପିଲାଙ୍କୁ ପାଠ ପଢାଇବାକୁ ଯାଇ ହଟହଟା ବିଜେପି ମନ୍ତ୍ରୀ ! ଆସିଲାନି ଏମଏଲଏର ଫୁଲଫର୍ମ

Source: topyaps.com

କଥାଟା ଆପଣଙ୍କୁ ମିଛ ଲାଗୁଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ୍ୟ ଅଟେ । ତେବେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମଧ୍ୟପ୍ରଦେଶ ଭଳି ରାଜ୍ୟରେ । ସୂଚନା ମୁତାବକ, ନିକଟରେ ମଧ୍ୟପ୍ରଦେଶରେ ‘ମିଲ ବାଂଚେ’ ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ରାଜ୍ୟର ବିଭିନ୍ନ ମନ୍ତ୍ରୀଙ୍କ ସମେତ ଅନେକ ଅଫିସରମାନେ ମଧ୍ୟ ସାମିଲ ହୋଇଥିଲେ ଏବଂ ସାରା ରାଜ୍ୟର ସ୍କୁଲ ପିଲାମାନଙ୍କୁ ପାଠ ପଢାଇଥିଲେ । ଏହି ଅବସରରେ ମଧ୍ୟପ୍ରଦେଶର ଜଣେ ବିଜେପି ମନ୍ତ୍ରୀ ତଥା ରାଜ୍ୟ ଉଦ୍ୟାନକୃଷି ମନ୍ତ୍ରୀ ସୂର୍ଯ୍ୟପ୍ରକାଶ ମୀନା ବିଦିଶାର କରୈୟାହାଟ ନାମକ ଗାଁର ସ୍କୁଲ ପିଲାଙ୍କୁ ପାଠ ପଢାଇବାକୁ ପଂହଚିଥିଲେ ।

ତେବେ ଯେତେବେଳେ ମନ୍ତ୍ରୀ ସୂର୍ଯ୍ୟ ପ୍ରକାଶ ପିଲାଙ୍କୁ ପାଠ ପଢାଇବା ଆରମ୍ଭ କରିଥିଲେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଗଣମାଧ୍ୟମର ପ୍ରତିନିଧିମାନେ ମନ୍ତ୍ରୀଙ୍କୁ ‘ଏମଏଲଏ’ର ଫୁଲଫର୍ମ ପଚାରିଥିଲେ ଏବଂ ସୂର୍ଯ୍ୟ ପ୍ରକାଶ ‘ଏମଏଲଏ’ର ଫୁଲଫର୍ମ କହିଥିଲେ ଯେ, ମେମ୍ବର ଅଫ୍ ଲେଜିଷ୍ଟିକ୍ ଅଫ୍ ଆଡମିନିଷ୍ଟ୍ରେସନ । ଯେବେକି ଏହାର ସଠିକ୍ ଅର୍ଥ ହେଲା, ମେମ୍ବର ଅଫ୍ ଲେଜିସଲେଟିଭ ଆସେମ୍ବ୍ଲି ।

ଏଠାରେ ଆମେ କହି ରଖୁଛୁ କି, ମୀନା ନା କେବଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ଭୁଲ ଉତ୍ତର ଦେଇନଥିଲେ, ଏଥିସହିତ ସେ ସ୍କୁଲରେ ପିଲାମାନଙ୍କ ଗ୍ରହଣରେ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନଙ୍କୁ ସାଢେ ଛଅ କୋଟି ପିଲାଙ୍କ ଭଣଜା ବୋଲି ବି କହିପକାଇଥିଲେ ମାତ୍ର ପରବର୍ତ୍ତି ସମୟରେ ସେ ନିଜର ଭୁଲ ବୁଝପାରି ଥିଲେ ଏବଂ ଶିବରାଜଙ୍କୁ ମାମୁଁ ଏବଂ ପିଲାଙ୍କୁ ଭଣଜା ବୋଲି ସମ୍ବର୍ଦ୍ଧନ କହିଥିଲେ ।

ସୌଜନ୍ୟ: ଆଜତକ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe