ବିଜେପି ଖାତାକୁ ଆସିଛି ସବୁଠୁ ବେଶୀ ପରିମାଣର କର୍ପୋରେଟ୍ ଚାନ୍ଦା: ଏଡିଆର୍

83

ବିଜେପି ଖାତାକୁ ଆସିଛି ସବୁଠୁ ବେଶୀ ପରିମାଣର କର୍ପୋରେଟ ଚାନ୍ଦା । ଆସୋସିଏସନ ଅଫ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି । ୨୦୧୨-୧୩ରୁ ୨୦୧୫-୧୬ ଭିତରେ ଜାତୀୟ ଦଳ ମାନଙ୍କର ଆର୍ଥିକ କାରବାର ନେଇ ଏହି ରିପୋର୍ଟରେ ଉଲ୍ଲେଖ କରିଛି ଏଡିଆର ।

୫ଟି ଜାତୀୟ ଦଳ ଭିତରୁ ବିଜେପି ୭୦୫ କୋଟି ୮୧ ଲକ୍ଷ ଟଙ୍କାର ପାଣ୍ଠିି ପାଇଛି । ୨ହଜାର ୯୮୭ଟି କଂପାନୀ ବିଜେପିକୁ ଏହି ଟଙ୍କା ଚାନ୍ଦା ଆକାରରେ ଦେଇଛନ୍ତି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛିି ଜାତୀୟ କଂଗ୍ରେସ । କଂଗ୍ରେସ ଦଳ ୧୯୮ କୋଟି ୧୬ ଲକ୍ଷ ଟଙ୍କାର କର୍ପୋରେଟ୍ ଚାନ୍ଦା ପାଇଛି । ରାଜନୈତିକ ଦଳଗୁଡ଼ିକର ମୁଖ୍ୟ ଟଙ୍କା ରିୟଲ ଇଷ୍ଟେଟ୍ କଂପାନୀ ଏବଂ ବିଭିନ୍ନ କଂପାନୀ ଗୁଡ଼ିକର ଟ୍ରଷ୍ଟମାନଙ୍କଠାରୁ ଆସିଛି ।

ତେବେ ସବୁଠାରୁ ଅଧିକ ଟଙ୍କା ବିଜେପି ଭାଗରେ ପଡ଼ିଛି । ତା’ ପଛକୁ ରହିଛି କଂଗ୍ରେସ୍ । ସିପିଆଇ ଓ ସିପିଆଇଏମ୍ ଭଳି ଛୋଟ ଦଳ କର୍ପୋରେଟ୍ ଚାନ୍ଦାର ୪ ପ୍ରତିଶତ ଏବଂ ୧୭ ପ୍ରତିଶତ ପାଇଛନ୍ତି । ଖଣି, ଶକ୍ତି, ରିୟଲ ଇଷ୍ଟେଟ୍ କଂପାନୀ, ୪୧୯ କୋଟି ଟଙ୍କା ଜାତୀୟ ଦଳ ଗୁଡ଼ିକୁ ଦେଇଛନ୍ତି । ଇଂଟରନେଟରେ ଉପଲବ୍ଧ ନଥିବା ଅନେକ କର୍ପୋରେଟ୍ ଏହି ଟଙ୍କା ଦେଇଥିବା ନଜିର ପାଇଛି ଇଲେକ୍ସନ ୱାଚ୍ ।