ସାବଧାନ ! ଗାଡି ଧୋଉଥିବା ସମୟରେ ଏଣିକି ସତର୍କ ରୁହନ୍ତୁ, ନଚେତ୍ ଆପଣଙ୍କ ପକେଟରୁ ଯାଇପାରେ ୧ ହଜାର ଟଙ୍କା । ଜାଣନ୍ତୁ କାହିଁକି…….

33

ଆଜ୍ଞା ହଁ ! ଏଣିକି ଗାଡି ଧୋଇବା ସମୟରେ ଆପଣଙ୍କୁ କିଛି କଥା ଉପରେ ବେଶି ଗୁରୁତ୍ୱ ଦେବାକୁ ପଡିବ । ଯଦି ଆପଣ ଏହା ଉପରେ ଧ୍ୟାନ ନଦିଅନ୍ତି ତେବେ ଆପଣଙ୍କୁ ଏଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ତେବେ କାହିଁକି ଜାଣିବା ପାଇଁ ପଢନ୍ତୁ ପୂରା ରିପୋର୍ଟ ।

ସର୍ବ ପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହିଁବୁକି ଏଭଳି କଟକଣା ବର୍ତ୍ତମାନ ଦିଲ୍ଲୀରେ ପ୍ରଚଳିତ । ଅହସ୍ୟ ଗରମ ସହିତ ପାଣିର ଘୋର ସଙ୍କଟକୁ ଦୃଷ୍ଟିରେ ରଖି ଜଳ ଯୋଗାଣକାରୀ ସଂସ୍ଥା ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଆଧାରରେ ଯି କୋଣସି ବ୍ୟକ୍ତି ଗାଡି କିମ୍ବା ଘର ସାମ୍ନା ଦେଇ ଯାଇଥିବା ରାସ୍ତାକୁ ଧୋଉଥିବାର ନଜର ଆସନ୍ତି ତେବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ । ଜଳ ଯୋଗାଣକାରୀ ସଂସ୍ଥା ତରଫରୁ ଏସବୁ କିଛି ସ୍ଥାନକୁ ଚିହ୍ନଟ କରାଯାଇଛି , ଯେଉଁଠି ପାଣିକୁ ମାତ୍ରାଧିକ ଭାବରେ ନଷ୍ଟ କରାଯାଉଛି । ତେବେ ଆସନ୍ତାକାଲିଠାରୁ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି ।

ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ସହର ଏବଂ ଆଖପାଖ ଅଂଚଳମାନଙ୍କରେ ଅଧିକାଂଶ ଲୋକେ ଗାଡି ଧୋଇବା କିମ୍ବା ଘର ପାଖ ଦେଇ ଯାଇଥିବା ରାସ୍ତାକୁ ସଫା କରିବାରେ ଶହ ଶହ ଲିଟର ପାଣି ଅଜଥାରେ ନଷ୍ଟ କରିବାରେ ଲାଗିଛନ୍ତି । ତେଣୁ ବିଭାଗ ତରଫରୁ ଏଭଳି ସ୍ଥାନଗୁଡିକୁ ଚିହ୍ନଟ କରାଯାଇଛି । ଯାହାର ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ କରାଯିବ । ଯାହାଦ୍ୱାରା ପାଣିର ଅପଚୟ କରୁଥିବା ବ୍ୟକ୍ତିବିଶେଷଙ୍କଠାରୁ ଅତି କମରେ ୧ ହଜାର ଟଙ୍କା ଚାଲାଣ କଟାଯିବ । ଅଧିକାରୀ ଜଣଙ୍କ ଆହୁରୀ ମଧ୍ୟ କହିଛନ୍ତି କି, ଯଦି କୌଣସି କଲୋନୀ କିମ୍ବା କୌଣସି ଆପାର୍ଟମେଂଟରେ ରହୁଥିବା ଲୋକେ ପାଣିର ଅପଚୟ କରନ୍ତି ତେବେ ଆପଣ ଏନେଇ ଅଭିଯୋଗ ଜଳ ଯୋଗାଣକାରୀ ସଂସ୍ଥାର କାର୍ଯ୍ୟାଳୟକୁ ଯାଇ କରିପାରିବେ । ତେବେ ବିଭାଗ ତରଫରୁ ଏଭଳି ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।