ପାର୍ବଣ ଋତୁରେ ବ୍ୟାଙ୍କରୁ ନୁହେଁ ବରଂ ଏଟିଏମରୁ ମିଳିବ ମାତ୍ର ୧୦ ସେକେଣ୍ଡରେ ୧୫ ଲକ୍ଷ ଟଙ୍କାର ଲୋନ ! ଜାଣନ୍ତୁ ପୂରା ପ୍ରକ୍ରିୟା

35

ବିଶେଷ କରି ପାର୍ବଣ ଋତୁରେ ଯଦି ଆପଣଙ୍କର ବଜେଟ୍ ବିଗିଡିବାରେ ଲାଗୁଛି ତେବେ ଏହାପରେ ବି ଆପଣ ସହଜରେ ବ୍ୟାଙ୍କରୁ ପର୍ସନାଲ ଲୋନ ନେଇ ପାରିବେ ଏବଂ ଏଥିପାଇଁ ଆପଣଙ୍କୁ ଆପଣ ଆକାଉଂଟ ଖୋଲିଥିବା ବ୍ୟାଙ୍କର କୌଣସି ଶାଖାକୁ ଦୌଡିବାକୁ ପଡିବନି କି କାହାକୁ ଖୋସାମତ ବି କରିବାକୁ ପଡିବ ନାହିଁ । କାରଣ, ଏଣିକି ଆପଣ ଏଟିଏମରୁ ମଧ୍ୟ ଲୋନ ଆମାଉଂଟ ପ୍ରୋସେସ କରିପାରିବେ ଓ ସେ ପୁଣି ମାତ୍ର ୧୦ ସେକେଣ୍ଡ ମଧ୍ୟରେ । ତେବେ ଏହି ସୁବିଧା ଦେଶର ତିନୋଟି ବଡ ବଡ ବ୍ୟାଙ୍କରେ ବର୍ତ୍ତମାନ ଉପଲବ୍ଧ ।

ସୂଚନା ମୁତାବକ, ଏଟିଏମ ଜରିଆରେ ବ୍ୟାଙ୍କ ଆପଣଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ ଦେଇ ପାରନ୍ତି । ଯାହାକି ଆପଣଙ୍କୁ ଆପଣଙ୍କର ଆକାଉଂଟରେ ପହଂଚାଇ ଦିଆଯିବ । ତେବେ ଲୋନ ଦେବା ପୂର୍ବରୁ ବ୍ୟାଙ୍କ ଆପଣଙ୍କର ସିଭିଲ ସ୍କୋର ଏବଂ ସାଲାରୀ ବା ଦରମାକୁ ମଧ୍ୟ ଧ୍ୟାନରେ ରଖିବ । ଏହା ପରେ ହିଁ ଆପଣ ପର୍ସନାଲ ଲୋନର ଆମାଉଂଟ୍ ପ୍ରୋସେସ କରିପାରିବେ । ଯଦି ଆପଣଙ୍କର ସାଲାରୀ ଏବଂ ସିଭିଲ ସ୍କୋର ଭଲ ନଥିବ ତେବେ ଏଟିଏମରେ ହିଁ ଆପଣଙ୍କର ଲୋନଟି ରିଜେକ୍ଟ କରିଦିଆଯିବ ।

ଆଇସିଆଇସିଆଇ ଦେଉଛି ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ

ପ୍ରାଇଭେଟ ସେକ୍ଟରରେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଫେଷ୍ଟିଭ୍ ସିଜନରେ ଏଟିଏମ ଜରିଆରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦେଉଛି । ଏଟିଏମ ଉପରେ ହିଁ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ସୁଧ ଦର, ପ୍ରୋସେସିଂ ଫିସ୍ ଏବଂ ଇଏମଆଇ ସଂପର୍କରେ ସୂଚିତ କରିଦେଇଥାଏ । ତେବେ ୧୫ ଲକ୍ଷ ଟଙ୍କାର ଲୋନକୁ ୫ ବର୍ଷ ମଧ୍ୟରେ ରିପେମେଂଟ କରିପାରିବେ ।

ଏଚଡିଏଫସି ବ୍ୟାଙ୍କର ଏଟିଏମରେ ମିଳିବ ୧୦ ସେକେଣ୍ଡରେ ଲୋନ

ଘରୋଇ କ୍ଷେତ୍ରରେ ଦ୍ୱିତୀୟ ସବୁଠୁ ବଡ ବ୍ୟାଙ୍କ ଏଚଡିଏଫସିର ଏଟିଏମ ଉପରେ ୧୦ ସେକେଣ୍ଡ ଭିତରେ ଲୋନ ଆମାଉଂଟ ପ୍ରୋସେସ ହୋଇଯାଉଛି । ଏହି ଲୋନ କେବଳ ସେହିମାନଙ୍କ ପାଇଁ ଉର୍ଦ୍ଦିଷ୍ଟ, ଯେଉଁମାନଙ୍କର ଦରମା ଆକାଉଂଟ ରହିଛି ଅର୍ଥାତ୍ ସେ କର୍ପୋରେଟ୍ କଷ୍ଟମର ରହିଥିବେ । ତେବେ ଦରମା ହିସାବରେ ବ୍ୟାଙ୍କର ଏଟିଏମରେ ଅଟୋମେଟିକ୍ ଲୋନ ଆମାଉଂଟର ତରିକା ଏବଂ ଇଏମଆଇ ସଂପର୍କରେ ସୂଚିତ କରିଦେବ ।

ଏସବିଆଇ କରୁଛି ପର୍ସନାଲ ଲୋନ ଉପରେ ପ୍ରୋସେସିଂ ଫିସ୍ ଛାଡ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପୂଜା ସିଜନର କିଛି ଖାସ ମଉକାରେ ଲୋନ ଉପରେ ପ୍ରୋସେସିଂ ଫିସକୁ ବାଦ ଦେଇଛି । ବ୍ୟାଙ୍କ କାର ଲୋନ, ପର୍ସନାଲ ଗୋଲ୍ଡ ଲୋନ ଏବଂ ପର୍ସନାଲ ଲୋନକୁ ପ୍ରୋସେସ କରିବା ଉପରେ ୧୦୦ ପ୍ରତିଶତ ଛାଡ କରିଛି । କାର ଲୋନକୁ ପ୍ରୋସେସ କରିବା ଉପରେ ଏହି ଛାଡ ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିଛି । ସେହିପରି ପର୍ସନାଲ ଗୋଲ୍ଡ ଲୋନର ପ୍ରୋସେସିଂ ଉପରେ ୫୦ ପ୍ରତିଶତ ଛାଡ ୩୧ ଅକ୍ଟୋବର ଯାଏଁ ରହିଛି ।

ସୌଜନ୍ୟ: ଅମର ଉଜାଲା