ଗ୍ରାହକଙ୍କୁ ଲୁଟୁଛନ୍ତି ବ୍ୟାଙ୍କ ! ବିଜୁଳୀ ବିଲ୍, ରେଳ ଟିକେଟ୍ ଆଦି ଅନଲାଇନ ପେମେଂଟରେ ସରଚାର୍ଜ ଲଗାଇ କାଟି ନେଉଛନ୍ତି ଶହ ଶହ ଟଙ୍କା

114

କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ଏବଂ କ୍ୟାସଲେସ ପେମେଂଟକୁ ବ୍ୟାଙ୍କ ଦେଇଛି ଜୋରଦାର୍ ଝଟକା । ସରକାରୀ ଏବଂ ଆରବିଆଇର ନିର୍ଦ୍ଦେଶକୁ ଖୁଲମଖୁଲା ଉଲ୍ଲଂଘନ କରି ବ୍ୟାଙ୍କମାନେ ଅନଲାଇନ ପେମେଂଟ ଉପରେ ସରଚାର୍ଜ ନାଁରେ ୨୦୦ ଟଙ୍କା ଲୋକଙ୍କ ପକେଟରୁ କାଟି ନେଉଛନ୍ତି । ନୋଟବନ୍ଦୀ ପରେ ବଡ ସଂଖ୍ୟାରେ ଲୋକେ କ୍ୟାସଲେସ କାରବାର ପ୍ରତି ଆକୃଷ୍ଠ ହୋଇପଡିଥିଲେ ହେଲେ ବ୍ୟାଙ୍କମାନଙ୍କର ଏଭଳି କାର୍ଯ୍ୟକଳାପ ପାଇଁ ବାଧ୍ୟ ହୋଇ ଲୋକେ ପୁଣି ସେଇ ପୁରୁଣା ବ୍ୟବସ୍ଥାକୁ ଫେରିବାକୁ ମନ ବଳାଇଲେଣି ।

ମୋଦି ସରକାର ଡିଜିଟାଲ ଇଣ୍ଡିଆକୁ ପ୍ରମୋଟ୍ କରିବା ପାଇଁ ଗ୍ରାହକଙ୍କୁ ଡିଜିଟାଲ ଟ୍ରାନଜାକସନ ଜରିଆରେ ଆଶ୍ୱସ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କିଛି ମାମଲାରେ ନା କେବଳ ବ୍ୟାଙ୍କଚାର୍ଜ ଅବୈଧ ତରିକାରେ ଗ୍ରାହକଙ୍କ ଉପରେ ଥୋକା ଯାଉଛି ବରଂ ଅନୁମତିଠାରୁ ଅଧିକ ରକମ ଆଦାୟ କରାଯାଉଥିବା ନଜିର ରହିଛି । ଡିଜିଟାଲ ପେମେଂଟ ଉପରେ  ଆଇଆଇଟି ବମ୍ବେର ଜଣେ ପ୍ରଫେସରଙ୍କ ସୂଚନା ମୁତାବକ, ବିଗତ ବର୍ଷ ମଧ୍ୟରେ କେବଳ ଅନଲାଇନ ପେମେଂଟ ଉପରେ ୨୦୦ କୋଟି ଅନଧିକୃତ ଟଙ୍କା ଆଦାୟ କରାଯାଇଛି ।

ଅନଲାଇନ ଟିକେଟ ଉପରେ ଅତିରିକ୍ତ ଚାର୍ଜ 

ଦିଲ୍ଲୀରେ ୟୁପିଆଇ ଜରିଆରେ ବିଜୁଳୀ ବିଲ ପେମେଂଟ କରୁଥିବା ବ୍ୟକ୍ତିଙ୍କୁ ବିଲ ଆମାଉଂଟଠାରୁ ଅଧିକ ୧ ପ୍ରତିଶତ ରକମ ପରିଶୋଧ କରିବାକୁ  ପଡୁଛି । ମୁମ୍ବାଇରେ ଟାଟା ପାୱାରର ଗ୍ରାହକଙ୍କୁ ବିଜୁଳୀ ବିଲ ୨ ହଜାର ଟଙ୍କାଠାରୁ ଅଧିକ ଯେବେକି ଦିଲ୍ଲୀରେ ୫ ହଜାର ଟଙ୍କାଠାରୁ ଅଧିକ  ହେବା ଉପରେ ସରଚାର୍ଜ ଦେବାକୁ ପଡୁଛି । ଏଭଳି ଭାବରେ ଆଇଆରସିଟିସିଠାରୁ ଟିକେଟ ବୁକ୍ କରିବା ସମୟରେ ୟୁପିଆଇଠାରୁ ୨ ହଜାର ଟଙ୍କାଠାରୁ ଅଧିକ ପେମେଂଟ ଉପରେ ଅତିରିକ୍ତ ୧୦ ଟଙ୍କା ଏବଂ ଜିଏସଟି ଦେବାକୁ ପଡୁଛି ।

କଣ ରହିଛି ନିୟମ

ଆଇବିଆଇ ନିର୍ଦ୍ଦେଶାନୁସାରେ, ମରଚାଂଟ ଡେବିଟ୍ କାର୍ଡରୁ ପେମେଂଟ କରୁଥିବା ଗ୍ରାହକଙ୍କଠାରୁ ଏମଡିଆର ଚାର୍ଜ ଆଦାୟ କରାଯାଇନଥାଏ । ସରକାର ଏହି ନିର୍ଦ୍ଦେଶ ୟୁପିଆଇ ପେମେଂଟ ପାଇଁ ବି ଜାରି କରିଥିଲା । ଅର୍ଥାତ୍ ଗ୍ରାହକଙ୍କଠାରୁ ସରଚାର୍ଜ ଆଦାୟ କରିବା ବେଆଇନ ଅଟେ ।

ବ୍ୟାଙ୍କ ବିଲ ଆମାଉଂଟ ସହିତ ଲାଗିଥାଏ ସରଚାର୍ଜ

ସରଚାର୍ଜ, ସର୍ଭିସ ଚାର୍ଜ କିମ୍ବା କନଭିଏନ୍ସ ଫି ଠାରୁ ପୂରା ପୁରି ଭିନ୍ନ । ମରଚାଂଟକୁ ଉଭୟ ସର୍ଭିସ ଚାର୍ଜ ଏବଂ କନଭିଏନ୍ସ ଫି ଆଦାୟ କରିବାର ଅନୁମତି ରହିଛି । ଧ୍ୟାନ ରଖିବେ କି କନଭିଏନ୍ସ ଫି ସମସ୍ତ ପ୍ରକାରର ପେମେଂଟ ମୋଡ ଉପରେ ସମାନ ରହିଥାଏ , ଯେବେକି ସରଚାର୍ଜ ଭିନ୍ନ ଭିନ୍ନ ମୋଡରେ ପୃଥକ ପୃଥକ ହୋଇଥାଏ । କ୍ରେଡିଟ୍ କାର୍ଡ ଉପରେ ସବୁଠାରୁ ଅଧିକ ସରଚାର୍ଜ ଆଦାୟ କରାଯାଇଥାଏ । ଏଥି ସହିତ ହିଁ ଅଧିକାଂଶ ମାମଲାରେ ୟୁଟିଲିଟି କିମ୍ବା ଗଭର୍ଣ୍ଣମେଂଟ ଏଜେନ୍ସି ବାସ୍ତବିକ ବିଲ ହିଁ ଦେଖାଇଥାନ୍ତି, କିନ୍ତୁ ବ୍ୟାଙ୍କ ବିଲ ଆମାଉଂଟ ସହିତ ସରଚାର୍ଜ ବି ଆଦାୟ କରିନେଇଥାଏ ।