ଇଏ ବି ମାଆ ! ନିଜ ବର୍ଷକର ଶିଶୁଟିକୁ ଜିଅନ୍ତା ଜିଆ ଖୁଆଇ ଭିଡିଓ କଲେ ପୋଷ୍ଟ

114

ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରହିଛି ଏକ ଅବୋଧ ଶିଶୁ ଜୀବନ୍ତ ତଥା କଂଚା ଜିଆ ଖାଉଥିବାର ଦୃଶ୍ୟ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶିଶୁଟି ଭୁଲବଶତଃ ଏସବୁ କରିନି ବରଂ ଶିଶୁଟିର ନିଜ ମାଆ ଏଭଳି କାଣ୍ଡ ଭିଆଇଛି । ଭିଡିଓଟିରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି ଶିଶୁଟିର ସାମ୍ନାରେ ଏକ ବଡ ପାତ୍ରରେ ଜୀବନ୍ତା ଜିଆ ରଖାଯାଇଛି ଆଉ ତାର ମାଆ ସେଗୁଡିକୁ ତାକୁ ଖୁଆଇ ଦେଉଛି । ଖାଲି ସେତିକି ନୁହେଁ ଶିଶୁଟି ମଧ୍ୟ ବିନା କୌଣସି ବାଧାରେ ତାକୁ ଅତି ଖୁସିର ସହ ଖାଇବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ-

ଯଦିଓ ଏନେଇ ଅଧିକ କିଛି ସୂଚନା ମିଳିପାରି ନାହିଁ । ତେବେ ଏହି ଭିଡିଓଟିକୁ ଶିଶୁଟିର ମାଆ ଡେରୀ ଲିଓନି ନିଜେ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଠାରେ ଆମେ କହି ରଖୁଛୁ କି, ଚୀନ ଏବଂ ଇଣ୍ଡୋନେସିଆର ଅନେକ ଅଂଚଳର ଲୋକେ ଜିଆ ଖାଇବାକୁ ପସନ୍ଦ କରନ୍ତି । ତାଙ୍କ ମତରେ ଜିଆରେ ଅଧିକ ମାତ୍ରାରେ ଭିଟାମିନ ରହିଥାଏ ।