ସିନେମା ଥ୍ରି ଇଡିଅଟର ବାସ୍ତବ ଚିତ୍ର: ଚଳନ୍ତା ଟ୍ରେନରେ ତିନିଜଣ ଯୁବକ କରାଇଲେ ମହିଳାଙ୍କ ପ୍ରସବ

Advertisment
ସିନେମା ଥ୍ରି ଇଡିଅଟର ବାସ୍ତବ ଚିତ୍ର: ଚଳନ୍ତା ଟ୍ରେନରେ ତିନିଜଣ ଯୁବକ କରାଇଲେ ମହିଳାଙ୍କ ପ୍ରସବ

ବଲିଉଡ୍‌ ସିନେମା ଥ୍ରୀ ଇଡିଅଡ୍‌ର ସେହି ଦୃଶ୍ୟ ତ ଆପଣ ନିଶ୍ଚୟ ଦେଖିଥିବେ, ଯେଉଁଥିରେ ତିନିଜଣ ଯୁବକ ଜଣେ ମହିଳାଙ୍କର ପ୍ରସବ କରାଇଥିଲେ। ପଶ୍ଚିମବଙ୍ଗର ଜଲପାଇଗୁଡିରୁ ଏମିତି ଏକ ଫଟୋ ସାମ୍ନାକୁ ଆସିଛି। ଯାହା କୌଣସି ସିନେମା ସ୍କ୍ରିପ୍ଟର ସୁଟିଂ ନୁହେଁ, ବରଂ ଏହା ଚଳନ୍ତା ଟ୍ରେନ୍‌ର ବାସ୍ତବିକ ଚିତ୍ର ଅଟେ।

publive-image source : NDTV.com

ଆପଣଙ୍କୁ ଜଣାଇ ରଖିବାକୁ ଯାଉଛି ଚର୍ଚ୍ଚିତ ଗାୟିକା ସୁଚିତ୍ରା ମିତ୍ରଙ୍କ ଜନ୍ମ ବି ଗୁଝଣ୍ଡି ଷ୍ଟେସନ୍‌ ନିକଟରେ ଚଳନ୍ତା ଟ୍ରେନ୍‌ରେ ହୋଇଥିଲା। ଜଲପାଇଗୁଡିରେ ରବିବାର ଅଗରତଲା-ହବିବଗଞ୍ଜ ଏକ୍ସପ୍ରେସ୍‌ରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳା ସମସ୍ତଙ୍କ ଦୃଷ୍ଟିଗୋଚର ହୋଇଥିଲା। ଟ୍ରେନ୍‌ରେ ଡାକ୍ତରଙ୍କ ଖୋଜା ଚାଲିଥିଲେ ହେଁ କିଛି ସୁଫଳ ମିଳି ନ ଥିଲା। ଏଭଳି ପରିସ୍ଥିତିରେ ଅନ୍ତସତ୍ତ୍ୱା ମହିଳାଙ୍କ ସାହାଯ୍ୟ ପାଇଁ ମହମ୍ମଦ ସୋହରାବ, ତ୍ରିଭୁବନ ସିଂହ ଓ ସୁବେଦାର ଗଡଓ୍ଵା ଆଗେଇ ଆସିଥିଲେ।

publive-image source : Google

ଏହି ତିନିଜଣ ମିଶି ଉକ୍ତ ମହିଳାଙ୍କର ଚଳନ୍ତା ଟ୍ରେନ୍‌ରେ ପ୍ରସବ କରାଇଥିଲେ। ପ୍ରସବ ପରେ ଗର୍ଭନାଳୀ କାଟିବା ନେଇ ସେମାନଙ୍କୁ କୌଣସି ଜ୍ଞାନ ନଥିବାରୁ ଟ୍ରେନ୍‌ ଚେନ୍‌ ଟାଣି ଅଟକାବାକୁ ଚେଷ୍ଟା କରିଥିଲେ କିନ୍ତୁ ଟ୍ରେନ୍‌ ଅଟକି ନଥିଲା। ସେହି ସ୍ଥାନରେ ଉପସ୍ଥିତ ଥିବା ରେଳ ଗାର୍ଡ ଶଙ୍କର ପ୍ରସାଦ ଅନ୍ତସତ୍ତ୍ୱା ମହିଳା ପାଇଁ ଟ୍ରେନ୍‌ର ଜରୁରୀକାଳିନ ବ୍ରେକ୍‌ ଦେଇ ଅଟକାଇଥିଲେ। ଏହାପରେ ସ୍ଥାନୀୟ ଡାକ୍ତରଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କୁହାଯାଇଥିଲା। ଡାକ୍ତର ଟ୍ରେନ୍‌ରେ ପହଞ୍ଚି ମା’ ଓ ଶିଶୁଙ୍କ ଗର୍ଭନଳୀ କାଟିଥିଲେ । ଏବେ ମା’ ଓ ଶିଶୁଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଉଭୟ ସୁସ୍ଥ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe