ଏଟିଏମ ହ୍ୟାକିଂରୁ କିପରି ପାଇବେ ରକ୍ଷା ? ଆପଣାନ୍ତୁ ମାତ୍ର ୫ଟି ତରିକା , ଟଙ୍କା ସହ ନିଜ ଜୀବନ ବଂଚାନ୍ତୁ

23

ଆଜିକା ଦିନରେ ନିଜ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇବା ପାଇଁ ଲୋକେ ସାଧାରଣତଃ ଏଟିଏମ କାର୍ଡର ବ୍ୟବହାର କରୁଛନ୍ତି । ଏଟିଏମ, ବ୍ୟାଙ୍କର ଚକ୍କର ଲଗାଇବା ଏବଂ ବ୍ୟାଙ୍କରେ ଲାଗିଥିବା ଗହଳୀଠାରୁ ଲୋକଙ୍କୁ ରକ୍ଷା କରିଥାଏ । ଏଟିଏମ ବ୍ୟବହାରର ଅହେତୂକ ବୃଦ୍ଧି କାରଣରୁ ଗତକିଛି ଦିନ ହେଲା ଏଟିଏମ ଫ୍ରଡ ଭଳି ସଂଗୀନ ଘଟଣାମାନ ସାମ୍ନାକୁ ଆସିଛି । ତେଣୁ କେହି ଆପଣଙ୍କ ଏଟିଏମ କାର୍ଡ ଜରିଆରେ ଆପଣଙ୍କ ଖାତାରୁ ଟଙ୍କା ଚଳୁ ନକରନ୍ତୁ ସେଥିପାଇଁ ଆପଣଙ୍କୁ ହୁସିଆର ରହିବାକୁ ହେବ । ଏହି ଫ୍ରଡରୁ ନିଜ ଟଙ୍କାକୁ ସୁରକ୍ଷିତ ରଖିବା ନେଇ ଆଜି ଆମେ ଆପଣଙ୍କୁ ୫ଟି ଗୁରୁତ୍ୱପୂର୍ଣ୍ଣ କଥା ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ ।

ହ୍ୟାକିଂରୁ ବଂଚିବା ପାଇଁ ପ୍ରଥମେ ମେସିନର ଯାଂଚ କରନ୍ତୁ

ଅନ୍ୟର ବ୍ୟାଙ୍କ ଖାତାରୁ ରାତାରାତି ଟଙ୍କା ଚଳୁକରିନେବା ପାଇଁ ହ୍ୟାକର ମାନେ ବର୍ତ୍ତମାନ ଏହି ଉପାୟକୁ ଆପଣାଇଛନ୍ତି । ହ୍ୟାକର ମାନେ ଏଟିଏମ ପ୍ୟାନେଲରେ ବ୍ଲାକ୍ ପ୍ଲାଷ୍ଟିକ ନାମକ ଏକ ନାନୋ ଚିପ୍ ବ୍ୟବହାର କରିଥାନ୍ତି । ଯାହାଦ୍ୱାରା ଆପଣ ଯେତେବେଳେ ଆପଣଙ୍କର କାର୍ଡ ସେହି ପ୍ୟାନେଲରେ ପ୍ରବେଶ କରିବେ ସେତେବେଳେ ଆପଣଙ୍କର କାର୍ଡ ସହ ଜଡିତ ସମସ୍ତ ତଥ୍ୟ ସେହି ଚିପକୁ ଚାଲି ଆସିବ । ଏହାପରେ ଏହି ତଥ୍ୟ ଜରିଆରେ ହ୍ୟାକର ମାତ୍ର କିଛି ମୁହୂର୍ତ୍ତପରେ ଆପଣଙ୍କର ଖାତାକୁ ସମସ୍ତ ଟଙ୍କା ଉଠାଇ ନେଇଥାଏ ।

ନିଛାଟିଆ ଅଂଚଳରେ ଥିବା ଏଟିଏମକୁ ବ୍ୟବହାର କରନ୍ତୁ ନାହିଁ

ହ୍ୟାକର ମାନେ ସାଧାରଣତଃ ଏହି ସବୁ ଅଂଚଳକୁ ନିଜର ଟାଗେର୍ଟରେ ରଖିଥାନ୍ତି । ଯାହାକି ଲୋକାରଣ୍ୟଠାରୁ ବହୁ ଦୂରରେ ଥାଏ । କିମ୍ବା ଯେଉଁଠାରେ ଖୁବ୍ କମ ଲୋକମାନେ ହିଁ ଚଳପ୍ରଚଳ କରିଥାନ୍ତି । ତେଣୁ ଏଭଳି ସ୍ଥାନମାନଙ୍କରେ ଥିବା ଏଟିଏମ ବୁଥକୁ ଆଦୌ ଯାଆନ୍ତୁ ନାହିଁ । କାରଣ ଏଭଳି ସ୍ଥାନରେ ଏଟିଏମ ରହିଥିବା ଯୋଗୁଁ ତାର ମେସିନରେ ହ୍ୟାକରମାନେ କିଛି ବି କାରସାଦି କରିପାରନ୍ତି ।

ନିଜର ଏଟିଏମ ବ୍ୟବହାର ପାଇଁ ଅନ୍ୟ କାହାର ସାହାର୍ଯ୍ୟ ନିଅନ୍ତୁ ନାହିଁ

ଅଧିକାଂଶ ସମୟରେ ନିଜର ବ୍ୟାଙ୍କ ଏଟିଏମ ବଦଳରେ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମର ବ୍ୟବହାର କରିବା କାରଣରୁ ସେହି ଏଟିଏମ ସ୍କ୍ରିନରେ ନଜର ଆସୁଥିବା ଅପସନ ବହୁତ ଅଲଗା ହୋଇଥାଏ । ଯାହାଦ୍ୱାରା କି ଅଧିକାଂଶ ସମୟରେ ବିଶେଷ କରି ବରିଷ୍ଠ ଲୋକମାନେ ଏଭଳି ଏଟିଏମର ବ୍ୟବହାର କରିବାରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ । ଯେଉଁଥିପାଇଁ ସେଠାରେ ଉପସ୍ଥିତ ଥିବା ଅଜଣା ଅଚିହ୍ନା ବ୍ୟକ୍ତିଙ୍କ ସହଯୋଗ ଲୋଡିବାକୁ ବାଧ୍ୟ ହୁଅନ୍ତି ସେମାନେ । ଆଉ ଫଳ ସ୍ୱରୂପ ସେମାନେ ଏହି ଫ୍ରଡର ଶିକାର ହୋଇଥାନ୍ତି ।

ବିନା ସିକ୍ୟୁରିଟି ଥିବା ଏଟିଏମକୁ ଯାଆନ୍ତୁ ନାହିଁ

ଏହି କାରଣରୁ ମଧ୍ୟ ଆପଣ ଫ୍ରଡର ଶିକାର ହୋଇପାରନ୍ତି । କାରଣ ଏଭଳି ସ୍ଥାନମାନଙ୍କର ମନ୍ଦ ଉଦ୍ଦେଶ୍ୟ ରଖିଥିବା ଲୋକମାନଙ୍କ ଅଧିକ ଉପଦ୍ରବ ରହିଥାଏ । ଯାହାଦ୍ୱାରା ଆପଣଙ୍କର ଟଙ୍କା ଚୋରି ହେବା ସହିତ ଆପଣଙ୍କର ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ ।

ଏଟିଏମ ପିନ ସବୁବେଳେ ପରିବର୍ତ୍ତନ କରନ୍ତୁ

ନିଜର ବ୍ୟାଙ୍କ ଖାତାକୁ ହ୍ୟାକର୍ସଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଆପଣଙ୍କୁ ସମୟ ସମୟରେ ଏଟିଏମର ପିନକୁ ବି ପରିବର୍ତ୍ତନ କରିବା ଆବଶ୍ୟକ । ଅର୍ଥାତ୍ ପ୍ରତ୍ୟେକ ୬ରୁ ୮ ମାସରେ ନିଜର ଏଟିଏମର ପିନ ବଦଳାଇବା ଉଚିତ । କାରଣ ଏପରି କରିବା ଦ୍ୱାରା ଆପଣଙ୍କର ଖାତା ଏବଂ ଆପଣଙ୍କର କାର୍ଡ ହ୍ୟାକ୍ କରିବାର ସମ୍ଭାବନା ଖୁବ୍ କମ ହୋଇଥାଏ ।