ଯଦି ଗୋଟିଏ ମାସରେ ଗୋଟିଏ ସିନେମା ଟିକେଟ କିମ୍ବା ଥରକର ହୋଟେଲ ଖର୍ଚ୍ଚ ସଂଚୟ କରି ସରକାରଙ୍କର ଏକ ବିଶେଷ ଯୋଜନାରେ ଆପଣ ଏହି ଟଙ୍କାକୁ ନିବେଶ କରନ୍ତି ତେବେ ଆପଣଙ୍କର ଭବିଷ୍ୟତ ଅତ୍ୟନ୍ତ ସୁଖମୟ ହୋଇପାରେ । ଆପଣ ଏଭଳି ବି ଭାବିପାରିବେ କି, ଏହାଦ୍ୱାରା ଆଜୀବନ ଆପଣଙ୍କର ଇନକମର ଏକ ଭଲ ଜରିଆ ମିଳିଯିବ ବୋଲି । ଆମେ ଏଠାରେ ସରକାରଙ୍କର ଏଭଳି ଏକ ଯୋଜନା ସଂପର୍କରେ ଆଲୋଚନା କରିଛୁ , ଯେଉଁଥିରେ ଆପଣଙ୍କୁ ମାସିକ ମାତ୍ର ୨୫୦ ଟଙ୍କା ନିବେଶ କରିବାକୁ ପଡିବ । ଯାହାଦ୍ୱାରା ଆପଣଙ୍କର ଆଗାମୀ ଭବିଷ୍ୟତ ସୁଖମୟ ହେବ । ତେବେ ଆସନ୍ତୁ ଜାଣିବା ସରକାରଙ୍କର ଏହି ବିଶେଷ ଯୋଜନା ସଂପର୍କରେ..
ଅଧିକାଂଶ ଲୋକଙ୍କର କ୍ୟାରିୟର ଆରମ୍ଭ ହୋଇଥାଏ ୨୦ ବର୍ଷରୁ, ସେହିପରି କିଛି ଲୋକ ଅଧିକ ବୟସରେ କ୍ୟାରିୟର ଆରମ୍ଭ କରିଥାନ୍ତି । ହେଲେ ଭଲ କଥା ହେଲା କି, ଏହି ସରକାରୀ ସ୍କିମରେ ୧୮ ବର୍ଷରୁ ୪୦ ବର୍ଷ ବୟସ ଭିତରେ ରହିଥିବା କୌଣସି ବ୍ୟକ୍ତି ସାମିଲ ହୋଇପାରିବେ । କିନ୍ତୁ ସେ ଜଣେ ଭାରତୀୟ ନାଗରିକ ହୋଇଥିବା ଦରକାର । ଏଥିରେ ଚାକିରିଆ ବି ସାମିଲ ହୋଇପାରିବେ, ବ୍ୟବସାୟୀ କିମ୍ବା ଚାକିରି କରୁନଥିବା ବ୍ୟକ୍ତି ବି ସାମିଲ ହୋଇପାରିବେ ।
ଆମେ ଏଠାରେ ଆପଣଙ୍କକୁ ସରକାରଙ୍କ ଅଟଳ ପେନସନ ଯୋଜନା ସଂପର୍କରେ ଆଲୋଚନା କରୁଛୁ । ଏହି ଯୋଜନାରେ ସାମିଲ ହେବା ପାଇଁ ବ୍ୟାଙ୍କରେ ଆପଣଙ୍କର ଏକ ସଂଚୟ ଖାତା ଏବଂ ଆଧାରକାର୍ଡ ଥିବା ନିହାତି ଆବଶ୍ୟକ । ଏଥିରେ ଯୋଗଦାନ କରିବା ପାଇଁ ସର୍ବନିମ୍ନ ଅବଧି ତଥା ବ୍ୟକ୍ତିଙ୍କ ବୟସ ୨୦ ବର୍ଷ ହୋଇଥିବା ଦରକାର । ହେଲେ ଯଦି ଆପଣ କମ ବୟସରେ ଏହି ଯୋଜନାରେ ସାମିଲ ହୁଅନ୍ତି ତେବେ ଆପଣଙ୍କୁ ଏଥିରେ ଅଧିକ ଫାଇଦା ମିଳିବ । ଏହି ଯୋଜନା ଆଧାରରେ ଯଦି ଆପଣ ୨୦ ବର୍ଷ ବୟସରେ ସାମିଲ ହୁଅନ୍ତି ତେବେ ଆପଣଙ୍କର ନିବେଶ ଲିମିଟ୍ ମାସ ପ୍ରତି ୫୦ରୁ ୨୪୮ ଟଙ୍କା ରହିବ ।
ଯୋଜନା ଅନୁସାରେ, ଯଦି ୨୦ ବର୍ଷ ବୟସର ବ୍ୟକ୍ତି ପ୍ରତି ମାସ ୨୪୮ ଟଙ୍କା ନିବେଶ କରନ୍ତି ତେବେ ଏକ ସମୟରେ ତାଙ୍କୁ ସେଯାବତ୍ ୬୦ ହଜାର ଟଙ୍କା ମିଳୁଥିବ, ଯେପର୍ଯ୍ୟନ୍ତ ସେ ବଂଚିଛନ୍ତି । ସେହିପରି ଯଦି ୧୮ ବର୍ଷ ବୟସରେ ଏହି ଯୋଜନାରେ ସାମିଲ ହୁଅନ୍ତି ତେବେ ଏଥିପାଇଁ ଆପଣଙ୍କୁ ମାତ୍ର ୨୧୦ ଟଙ୍କା ମାସିକ ନିବେଶ କରିବା ଉପରେ ଏହି ଫାଇଦା ମିଳିପାରିବ ।
ଏହି ସରକାରୀ ଯୋଜନାରେ କମ ବୟସରେ ନିବେଶ କରିବା ଦ୍ୱାରା ଭଲ ଫାଇଦା ମିଳିଥାଏ । ଯଦି ଆପଣ ୧୮ ବର୍ଷ ବୟସରୁ ଏଥିରେ ନିବେଶ କରନ୍ତି ତେବେ ଆପଣଙ୍କୁ ମାସିକ ୨୧୦ ଟଙ୍କା ଦେବାକୁ ହେବ । ଯାହାଦ୍ୱାରା ୪୦ ବର୍ଷରେ ଏହି ଟଙ୍କାର ପରିମାଣ ୧.୦୫ ଲକ୍ଷ ହେବ । ଯାହା ପରଠୁ ଆପଣଙ୍କୁ ଆଜୀବନ ୬୦ ହଜାର ଟଙ୍କା ବାର୍ଷିକ ତଥା ମାସିକ ୫ ହଜାର ଟଙ୍କା ମିଳିବ ।
ସେହିପରି, ଯଦି ୪୦ ବର୍ଷ ବୟସରେ ଆପଣ ନିବେଶ କରନ୍ତି । ତେବେ ୧୪୫୪ ଟଙ୍କା ମାସିକ ହିସାବରେ ୨୦ ବର୍ଷରେ ପାଖାପାଖି ୩.୪୯ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ, ଯାହାଦ୍ୱାରା ଆଜୀବନ ୬୦ ହଜାର ଟଙ୍କା ବାର୍ଷିକ ତଥା ୫ ହଜାର ଟଙ୍କା ମାସକୁ ମିଳିବ ।