ଏସିଆନ ଗେମ୍ସ-୨୦୧୮ରେ ଭାରତକୁ ଦେଲେ ପଦକ, ଏବେ ଘରକୁ ଫେରି ଚା ବିକୁଛନ୍ତି ଏହି ଖେଳାଳି

ଏସିଆନ ଗେମ୍ସ-୨୦୧୮ରେ ଭାରତକୁ ଦେଲେ ପଦକ, ଏବେ ଘରକୁ ଫେରି ଚା ବିକୁଛନ୍ତି ଏହି ଖେଳାଳି

ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିବା ଏସିଆନ ଗେମ୍ସ ୨୦୧୮ରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଏହି କ୍ରୀଡାରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ୧୫ଟି ସୁନା, ୨୪ ଟି ରୌପ୍ୟ ଏବଂ ୩୦ଟି କାସ୍ୟ ପଦକ ହାସଲ କରିଛି । ତେବେ ଗୋଟିଏ ପଟରେ ଯେଉଁଠି ପଦକ ଜିତିଥିବା ଖେଳଖାଳିମାନଙ୍କ ପାଇଁ ପୁରସ୍କର ପରେ ପୁରସ୍କାରର ବର୍ଷା କରାଚାଲିଛି ସେହିପରି ଏହି ଖେଳାଳିମାନଙ୍କ ମଧ୍ୟରେ କାସ୍ୟ ପଦକ ଜିତିଥିବା ହରିଶ କୁମାର ଇଣ୍ଡୋନେସିଆରୁ ଫେରିବା କ୍ଷଣି ହିଁ ଚା ବିକିବା ଆରମ୍ଭ କରିଛନ୍ତି । ତେବେ ହରିଶ ସେହି ଟିମର ସଦସ୍ୟ ଥିଲେ ଯିଏକି sepak-takraw ଟିମ ଇଭେଂଟରେ ଦେଶ ପାଇଁ କାସ୍ୟ ପଦକ ହାସଲ କରିଥିଲେ ।

ଯେତେବେଳେ ହରିଶ ଜାକର୍ତାରୁ ନିଜ ଗାଁକୁ ଫେରିଥିଲେ ସେତେବେଳେ ତାଙ୍କର ସ୍ୱାଗତ ବେଶ୍ ଧୂମଧାମରେ କରାଯାଇଥିଲା । ହେଲେ ମାତ୍ର ହିଁ କିଛି ଦିନ ପରେ ସେ ଚା’ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । କାରଣ ହରିଶଙ୍କ ବାପା ଜଣେ ଚା ବିକାଳି ଆଉ ଏଥିରୁ ହିଁ ତାଙ୍କ ପୂରା ପରିବାର ଚଳେ । ହରିଶଙ୍କ ପରିବାର କହିଲେ ଦୁଇ ଭଉଣୀ ଆଉ ବାପା ମାଆ, ତେବେ ହରିଶଙ୍କ ଦୁଇ ଜଣ ଯାକ ଭଉଣୀ ଜନ୍ମରୁ ହିଁ ଅନ୍ଧ । ହରିଶ କହିଛନ୍ତି କି, ମୋ ଘରେ ଦୁଇ ବାଡୁଅ ଭଉଣୀ ଅଛନ୍ତି, ଯିଏକି ଜନ୍ମରୁ ଅନ୍ଧ । ଏଥିପାଇଁ ମୁଁ ଜାକର୍ତ୍ତାରୁ ଫେରିବା କ୍ଷଣି ନିଜ ବାପାଙ୍କ ସହ ମିଶି ଚା’ ବିକିବା ଆରମ୍ଭ କଲି, କାରଣ ଏଥିରୁ ମୋ ପରିବାରକୁ ଭଲରେ ଦୁଇ ମୁଠା ଖାଇବାକୁ ମିଳିବ ।

ହରିଶ ଯେତେବେଳେ ପଚରା ଯାଇଥିଲା କି, ତାଙ୍କୁ ସରକାର ଚାକିରୀ ପାଇଁ କୌଣସି ଅଫର ଦେଇଛନ୍ତି କି? ସେତେବେଳେ ଏହି ଖେଳାଳି ଜଣକ କହିଥିଲେ କି, ସରକାରଙ୍କ ତରଫରୁ ଏନେଇ କିଛି ବି ମୋତେ କୁହାଯାଇନାହିଁ, ନା ହିଁ ସେ ଏଥିପାଇଁ ହଁ କହିଛନ୍ତି । ଏବଂ ନା ହିଁ ମନା କରିଛନ୍ତି । ହରିଶ ସନ୍ଦିପ, ଧିରଜ, ଲଲିତଙ୍କ ସହିତ ଇଣ୍ଡୋନେସିଆରେ sepak-takraw ଟିମ କାସ୍ୟ ପଦକ ହାସଲ କରିଥିଲେ ।

ତେଣୁ ଏବେ ଯେତେବେଳେ ପ୍ରତିଟି ଖେଳାଳି ଯେଉଁମାନେ କି ପଦକ ଜିତିଛନ୍ତି, ସେମାନଙ୍କ ଉପରେ ଟଙ୍କାର ବର୍ଷା କରାଯାଉଛି, ସେତେବେଳେ ସରକାରଙ୍କଠାରୁ ଆଶା କରାଯାଉଛି କି ସେ ଏହି ଖେଳାଳିଙ୍କ ପାଇଁ ମଧ୍ୟ କିଛି କରନ୍ତୁ । କାହିଁକି ନା ଏ ଖେଳାଳି କଠିନ ପରିସ୍ଥିତିରେ ରହି ଯଦି ଦେଶକୁ ପଦକ ଜିତାଇପାରେ ତେବେ ସରକାରଙ୍କର ବି ଦାୟିତ୍ୱ ରହିଛି କି ସେ ଏହି ଖେଳାଳିକୁ ପୂରା ପ୍ରୋତ୍ସାହନ ଦିଅନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe