ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ ମହିଳା ! ମିଳିଲାନି ଆମ୍ବୁଲାନ୍ସ କି ଡାକ୍ତରୀ ସହାୟତା, ନିଜ ହେଲିକପ୍ଟରରେ ମେଡିକାଲ ନେଲେ ରାଜ୍ୟପାଳ

ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ ମହିଳା ! ମିଳିଲାନି ଆମ୍ବୁଲାନ୍ସ କି ଡାକ୍ତରୀ ସହାୟତା, ନିଜ ହେଲିକପ୍ଟରରେ ମେଡିକାଲ ନେଲେ ରାଜ୍ୟପାଳ

Source:jansatta.com

ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ବି.ଡି ମିଶ୍ରା ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ନିଜ ହେଲିକପ୍ଟର ଜରିଆରେ ତୱାଙ୍ଗରୁ ଇଟାନଗର ଯାଏଁ ନେଇ ଆସିଥିଲେ, ଯାହାଦ୍ୱାରା ତାଙ୍କୁ ଉଚିତ ସମୟରେ ଡାକ୍ତରୀ ଚିକିତ୍ସା  ମିଳିପାରିଥିଲା ଏବଂ ସେ ଏକ ଉତମ ଶିଶୁକୁ ଜନ୍ମ ଦେଇଥିଲେ ।

ସୂଚନା ମୁତାବକ, ଗତ ଗୁରୁବାର ଦିନ  ଅରୁଣାଚଳ ପ୍ରଦେଶର ତୱାଙ୍ଗଠାରେ ଏକ ଆଧିକାରୀକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାଜ୍ୟପାଳ ବି.ଡି ମିଶ୍ରା ଆସିଥିଲେ । ଏଠାରେ ସେ  ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ସ୍ଥାନୀୟ ବିଧାୟକଙ୍କ ମଧ୍ୟରେ ଗାଁର ବିକାଶ ନେଇ ଆଲୋଚନା କରୁଥିଲେ । ଆଉ ଠିକ୍ ଏହି ସମୟରେ ହିଁ ବିଧାୟକ ଖାଣ୍ଡୁ ତାଙ୍କୁ ଗାଁର ଜଣେ ଗର୍ଭବତୀ ମହିଳାଙ୍କ ବିଷୟରେ କହିଥିଲେ କି,  ଜଣେ ଗେର୍ଭବତୀ ମହିଳାଙ୍କର ଅବସ୍ଥା ଗୁରୁତର ରହିଛି  । ହେଲେ ତୱାଙ୍ଗ ଏବଂ ଗୋହାଟୀ ମଧ୍ୟରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ କୌଣସି ବି ହେଲିକପ୍ଟର ସେବା ନାହିଁ । ତେବେ ବିଧାୟକଙ୍କଠାରୁ ଏତିକି କଥା ଶୁଣି ରାଜ୍ୟପାଳ ତୁରନ୍ତ ନିଜ ହେଲିକପ୍ଟଟରେ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ସାଥିରେ ନେଇଯିବା ପାଇଁ କହିଥିଲେ । ଏପରିକି ଦଂପତିଙ୍କୁ ହେଲିକାପ୍ଟରରେ ଜାଗା ଦେବା ପାଇଁ ରାଜ୍ୟପାଳ ନିଜର ଦୁଇ ଜଣ ଅଧିକାରୀଙ୍କୁ ସେଠାରେ ଛାଡିଯିବାକୁ ବି ନିଷ୍ପତି ନେଇଥିଲେ ।

କଥାଟା ଏତିକିରେ ସରିନଥିଲା , ରାଜ୍ୟପାଳଙ୍କ ହେଲିକାପ୍ଟର ଆସାମର ତେଜପୁରରେ ଇନ୍ଧନ ଭରିବାପକୁ ଓହ୍ଲାଇଥିଲା । ହେଲେ ସେଠାରେ ତାଙ୍କ ହେଲିକାପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ଏବଂ ଯେଉଁ କାରଣରୁ ହେଲିକାପ୍ଟରଟି ଉଡାଣ ଭରିପାରିବାରେ ଅସମର୍ଥ ହୋଇଥିଲା । ଏହାପରେ ମହିଳାଙ୍କର ଅବସ୍ଥାକୁ ନେଇ ଚିନ୍ତିତ ଥିବା ରାଜ୍ୟପାଳ ତେଜପୁର ସ୍ଥିତି ବାୟୁସେନା ବେସର କମାଣ୍ଡିଂ ଅଫିସରଙ୍କଠାରୁ ଅନ୍ୟ ଏକ ହେଲିକାପ୍ଟର ଯୋଗାଇଦେବାକୁ ଅନୁରୋଧ କରିଥିଲେ । ଏବଂ ସେଥିରେ ଗର୍ଭବତୀ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ପଠାଇଥିଲେ । ଏହାପରେ ସେ ଯାଇ ଅନ୍ୟ ଏକ ହେଲିକାପ୍ଟରେ ବସିଥିଲେ ।

ତେବେ ରାଜ୍ୟପାଳଙ୍କର ଏଭଳି ମାନବିକତାକୁ ନେଇ ଚାରିଆଡେ ଚର୍ଚା ଜୋର ଧରିଛି । ଖାଲି ଏତିକି ନୁହେଁ ମିଶ୍ରା ସୁନିଶ୍ଚିତ ହୋଇଥିଲେ କି, ଇଟାନଗରରେ ରାଜଭବନର ହେଲିପାଡରେ ଜଣେ ମହିଳା ରୋଗ ବିଶେଷଜ୍ଞଙ୍କ ସହିତ ଆମ୍ବୁଲାନ୍ସ ରହିଛି କି ନାହିଁ, ଯାହାଦ୍ୱାରା ମହିଳା ଜଣଙ୍କୁ କୌଣସି ପ୍ରକାରର ଅସୁବିଧାର ସାମ୍ନା କରିବାକୁ ନପଡେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe