ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର: ଶୀତଦିନେ ଏଣିକି ପ୍ଲାଟଫର୍ମରେ ଅପେକ୍ଷା କରିବେନି ଯାତ୍ରୀ, କୁହୁଡ଼ି କଣ୍ଟା କାଢ଼ିବାକୁ ଅଣ୍ଟା ଭିଡ଼ିଲା କେନ୍ଦ୍ର ।

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର: ଶୀତଦିନେ ଏଣିକି ପ୍ଲାଟଫର୍ମରେ ଅପେକ୍ଷା କରିବେନି ଯାତ୍ରୀ, କୁହୁଡ଼ି କଣ୍ଟା କାଢ଼ିବାକୁ ଅଣ୍ଟା ଭିଡ଼ିଲା କେନ୍ଦ୍ର ।

କନକ ବ୍ୟୁରୋ: ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର, ଆଉ ପ୍ଲାଟଫର୍ମରେ ଅପେକ୍ଷା କରିବେନି ଆପଣ । ଏଣିକି ଟ୍ରେନ୍ ବିଳମ୍ବ ହେଲେ, ଯାତ୍ରୀମାନଙ୍କ ଫୋନ୍ ଯିବ ମେସେଜ୍ । ଏନେଇ ଟ୍ୱିଟ୍ କରି ଏକ ଭିଡ଼ିଓରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ । ଭିଡିଓରେ କୁହାଯାଇଛି କି, ଟ୍ରେନ ନିଶ୍ଚିତ ସମୟରୁ ଅଧିକ ବିଳମ୍ବ ହେଲେ ଯାତ୍ରୀମାନଙ୍କ ଫୋନକୁ ମେସେଜ ପଠାଇ ଦିଆଯିବ । ଯାହାଦ୍ବାରା ସେମାନଙ୍କୁ ଶୀତ ରାତିରେ ପ୍ଲାଟଫର୍ମରେ ବସିବାକୁ ପଡ଼ିବ ନାହିଁ । ଟ୍ରେନ ଆସିବା ବିଳମ୍ବ ହେଲେ ଟ୍ରେନର ଲୋକେସନ ଓ ପ୍ଲାଟଫର୍ମରେ ପହଞ୍ଚିବାର ସମ୍ଭାବିତ ସମୟ ଯାତ୍ରୀଙ୍କ ଫୋନକୁ ପଠାଇ ଦିଆଯିବ।

ସବୁଠାରୁ ବଡ଼ କଥା ହେଲା କି, ରାତି ୧୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ପାଟ୍ରୋଲିଂ ଟିମକୁ ମୁତୟନ କରାଯିବା ସହ ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରେନରେ ଫଗ୍ ସେଫଟି ଡିଭାଇସ୍ ଲଗାଇଛି । ଯାହାଦ୍ବାରା ଲୋକେ ପାଇଲଟଙ୍କୁ ରେଲୱେ ସିଗନାଲର ସୂଚନା ଅଡିଓ-ଭିଡିଓ ଜରିଆରେ ପହଞ୍ଚିବ । ଏଭଳି ବ୍ୟବସ୍ଥା ଦ୍ବାରା ରେଳ ଯାତ୍ରୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି ।

ଶୀତ ଦିନ ଆସିବା ମାତ୍ରେ ଟ୍ରେନ ବିଳମ୍ବ ହେବାକୁ ଲାଗିଥାଏ । ତାପମାତ୍ରା କମିବା ସହ ଘନ କୁହୁଡି ଭିତରେ ଟ୍ରେନ ଚଳାଚଳ ବାଧା ପାଇଥାଏ । ଏମିତି କି କିଛି ଟ୍ରେନକୁ ବାଟରେ ଅଟକିବାକୁ ପଡ଼ିଥାଏ । ଯାହା ପାଇଁ ପ୍ଲାଟଫର୍ମରେ ଠିକ୍ ସମୟରେ ଟ୍ରେନ ପହଞ୍ଚି ନ ପାରୁଥିବାରୁ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥାଏ । ଏଥିପାଇଁ ଯାତ୍ରୀମାନଙ୍କ ସହ ରେଳବାଇକୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡ଼ିଥାଏ । ହେଉଥିବା ଏଭଳି ସମସ୍ୟାକୁ ଆଖି ଆଗରେ ରଖି ରେଳ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଯାତ୍ରୀମାନଙ୍କୁ ରିୟଲ ଟାଇମ୍ ଅପଡେଟ୍ ଦେବା ପାଇଁ ରେଳ ମନ୍ତ୍ରାଳୟ ନିର୍ଣ୍ଣୟ ନେଇଥିବା ବେଳେ ଏହି ସୁବିଧା ଉପଲବ୍ଧ ହେବା ଦ୍ବାରା ଯାତ୍ରୀମାନେ ଅଧିକ ଉପକୃତ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe