କନକବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ସବୁଠି ପ୍ରସ୍ତୁତି ଶେଷ । ବୁଥ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା ମାନ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଶନିବାର ଭୋଟ ଗ୍ରହଣ ଥିବାବେଳେ ବୁଥ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଲିଂ କର୍ମଚାରୀ ମାନେ ମଧ୍ୟ ପ୍ରସ୍ତୁ୍ତ ହୋଇଗଲେଣି । ତେଲକୋଇ ନିର୍ବାଚନ ମଣ୍ଡଳିର ୨୦ଟି ଓ ପାଟଣା ନିର୍ବାଚନ ମଣ୍ଡଳିର ୨୫ଟି ନିର୍ବାଚନ ବୁଥ୍ରେ ପୋଲିଂ ପାର୍ଟି ପ୍ରାୟ ପହଂଚିଗଲେଣି ।
କେନ୍ଦୁଝର ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଚମ୍ପୁଆ ନିର୍ବାଚନ ମଣ୍ଡଳିର ପ୍ରତିଟି ବୁଥ କୁ ପୋଲିଂ ପାର୍ଟି ପଠାଯାଇଛି । ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳିରେ ସମୁଦାୟ ଭୋଟର ସଂଖ୍ୟା ୨ଲକ୍ଷ ୩୦ହଜାର ୫୩୨ଜଣ ଭୋଟର ରହିଛନ୍ତି । ଜିଲ୍ଲାରେ ସମୁଦାୟ ୧୭ଶହ ବାଇଶିଟି ବୁଥ ଗଠନ କରାଯାଇଛି । ସେଥିରୁ ୧୭୪ଟି ସଖୀ ବୁଥ ରହିଛି । ସଖୀ ବୁଥର ସମସ୍ତ ପୋଲିଂ କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ମହିଳା ରହିଛନ୍ତି । ସମସ୍ତ ବୁଥ ଗୁଡିକରେ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/21-23.jpg)