ସାବାସ୍ ଆଷିଶ ! ଡକାୟତଙ୍କ ସହ ଲଢ଼ି ଟ୍ରେନ୍ ମଧ୍ୟରେ ମହିଳାଙ୍କୁ ସୁରକ୍ଷା ଦେଲେ ଯବାନ

Advertisment
ସାବାସ୍ ଆଷିଶ ! ଡକାୟତଙ୍କ ସହ ଲଢ଼ି ଟ୍ରେନ୍ ମଧ୍ୟରେ ମହିଳାଙ୍କୁ ସୁରକ୍ଷା ଦେଲେ ଯବାନ

Source:The Better India

ଆମେ ଜାଣନ୍ତି ସୈନିକମାନଙ୍କ ସାହାସ ସାମ୍ନାରେ କୌଣସି ସୀମା ନାହିଁ। ଏହି କଥା ଏବେ ପ୍ରମାଣିତ ବି ହୋଇଯାଇଛି। ଅନେକ ଥର ଦେଖିବାକୁ ମିଳିଛି ଯେ ସେମାନେ ନିଜ ଜୀବନ ତୁଳନାରେ ସମୂହ ସେବାକୁ ବେଶି ଗୁରୁତ୍ୱ ଦେଇଥାନ୍ତି।

ନିକଟରେ ସେହିପରି ଏକ ସାହସିକତା କାର୍ଯ୍ୟ କରି ଚର୍ଚ୍ଚାରେ ଅଛନ୍ତି ସ୍ଥଳ ସେନାର ଆର୍ଟିଲାରି ରେଜିମେଣ୍ଟର ଲ୍ୟୁଟେନାଣ୍ଟ ଆଶିଷ। ଆଶିଷ ଅମ୍ରିତସରରୁ ଯାଉଥିବା ଦାଦର ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିଲେ। ସେତେବେଳକୁ ରାତି ପ୍ରାୟ ୩ଟା। ୨ ଜଣ ଡକାୟତ ଟ୍ରେନ୍‌ର ଏସି କୋଚରେ ପ୍ରବେଶ କଲେ। ସେମାନେ ଛୁରୀ ଦେଖାଇ ଯାତ୍ରୀଙ୍କଠାରୁ ଲୁଟିବାକୁ ଚେଷ୍ଟା କଲେ। ଅପର୍‌ ବର୍ଥରେ ବସିଥାନ୍ତିି ଆଶିଷ। ସେ ଏପରି ଦେଖି ହଠାତ ଡକାୟତମାନଙ୍କ ଉପରକୁ କୁଦି ପଡ଼ି ସେମାନଙ୍କ ସହ ଲଢ଼େଇ କରିଥିଲେ। ଏଥିପାଇଁ ଛୁରୀଘାତରେ ସେ କ୍ଷତାକ୍ତ ମଧ୍ୟ ହୋଇଛନ୍ତି। ଯାହାବି ହେଉ ସେ ନିଜର ସାହସିକତା ହେତୁ ନିଜର ସହଯାତ୍ରୀମାନଙ୍କୁ ବିପଦରୁ ବଞ୍ଚାଇ ଦେଲେ। ଡକାୟତମାନେ ଟ୍ରେନ୍‌ରୁ ଡେଇଁ ପଳାଇ ଯାଇଛନ୍ତି।

୨୦୧୦ ମସିହାର ଘଟଣା ଆପଣଙ୍କର ମନେ ଥିବ ନିଶ୍ଚୟ। ଭାରତୀୟ ସେନାରେ ଗୋର୍ଖା ରାଇଫଲ୍‌ ଯବାନ ୪୫ ବର୍ଷିଅ ବିଷ୍ଣୁ ଶ୍ରେଷ୍ଠା ମୟୂର ଏକ୍ସପ୍ରେସ୍‌ରେ ୩୦ ଜଣ ଡକାୟତ ସହ ସାହସିକତାର ସହ ଲଢ଼ିଥିଲେ। ଡକାୟତମାନେ ତାଙ୍କୁ ଭାରି ପଡ଼ିବାରୁ ସେ ଗୁରୁତର ଭାବେ କ୍ଷତାକ୍ତ ହେବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।ସେହିପରି ଚଳିତବର୍ଷ ଫେବ୍ରୁଆରିରେ ମୁମ୍ବାଇଠାରେଳ ଜଣେ ସିଆର୍‌ପିଏପ୍‌ ଯବାନ ଏକ ଚଳନ୍ତା ଟ୍ରେନ ଭିତରୁ ଖସି ପଡୁଥିବା ଏକ ବାଳକକୁ ବଞ୍ଚାଇ ଚର୍ଚ୍ଚା ପାଲଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe