ଆସିଲା ଉବେରର ନୂଆ ଫିଚର ! ଥରେ ବୁକ୍ କରି ଭିନ୍ନ ଭିନ୍ନ ଜାଗାରେ ଅଟକି ପାରିବେ ଯାତ୍ରୀ

21

ଉବେର ନିଜର ଗ୍ରାହକଙ୍କ ଯାତ୍ରା କରିବାର ଅନୁଭବକୁ ଆହୁରୀ ଦମଦାର କରିବା ଉଦ୍ଦେଶ୍ୟରେ ଏକ ନୂଆ ଫିଚର ଲଂଚ କରିଛି । ଯାହାର ସହାୟତାରେ ୟୁଜର୍ସ ନିଜ ବନ୍ଧୁଙ୍କ ସହିତ କ୍ୟାବ ସେୟାର କରି ପାରିବେ । ଅର୍ଥାତ ଯାତ୍ରା ସମୟରେ ୟୁଜର ୩ଟି ଷ୍ଟପେଜରେ ଅଟକି ପାରିବେ ।

କିପରି କରିବେ ବ୍ୟବହାର

• ଏଥିପାଇଁ ଆପଣଙ୍କୁ ଉବେର ଆପକୁ ଯିବାକୁ ପଡିବ ।

• ଏଠାରେ ଆପଣଙ୍କୁ ମଲ୍ଟିପୁଲ ଷ୍ଟପ ଫିଚର ପ୍ଲସ୍ ଆଇକମ ଉପରେ ଟ୍ରାପ କରି ଆକ୍ଟିଭ କରିବାକୁ ପଡିବ ।

• ଏହାପରେ ଆପଣଙ୍କୁ ହୋୟାର ଟୁ ? ସେକ୍ସନରେ ନିଜର ଯାତ୍ରାର ଲାଷ୍ଟ ଷ୍ଟପେଜ ସଂପର୍କରେ ଏଂଟର କରିବାକୁ ପଡିବ ।

• ଏବେ ଯାତ୍ରା କରିବା ସମୟରେ ଆପଣ କେଉଁ କେଉଁ ଜାଗାରେ ରହିବାକୁ ଚାହୁଁଛନ୍ତି ସେ ସଂପର୍କରେ ବି ସୂଚନା ଦେବାକୁ ପଡିବ । ଏହାଦ୍ୱାରା ଆପଣ ଆପଣଙ୍କୁ ବନ୍ଧୁ କିମ୍ବା ପରିବାର ପରିଜନଙ୍କ ସହ ଗୋଟିଏ ହିଁ କ୍ୟାବ ସେୟାର କରିପାରିବେ ।

ସେହିପରି, ଉବେର କ୍ୟାବ ଚାଳକଙ୍କୁ ଡ୍ରାଇଭରର ଆପ ଜରିଆରେ ରିୟଲ ଟାଇମ ଅପଡେଟ ମିଳିଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯାତ୍ରା ସମୟରେ ଯେତେ କିଲୋମିଟର ସଫର କରିଛନ୍ତି ସେହି ହିସାବରେ ହିଁ ଭଡା ୟୁଜରଙ୍କୁ ଦେବାକୁ ପଡିବ ।

ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ଏନେଇ ଉବେର ସ୍ପଷ୍ଟ କରିନାହିଁ କି ଏହି ଫିଚରଟି ଆପ ଅପଡେଟ କରିବା ପରେ ମିଳିବ ନା ପୁଣି ଏଥିପାଇଁ ଉବେରର ସର୍ଭରରେ କିଛି ପରିବର୍ତ୍ତନ କରିବାକୁ ପଡିବ । ଏହା ପୂର୍ବରୁ ବି ଉବେର ଏକ ନୂଆ ଘୋଷଣା କରିଥିଲା । ଯାହାକି ଭିମ ଆପ ସଂପର୍କିତ ଅଟେ । ଅର୍ଥାତ୍ ଯାତ୍ରୀ ଭିମ ଆପ ଜିରିଆରେ ପେମେଂଟ କରି ପାରିବେ । ଉବେର ୟୁପିଆଇ ଇଂଟିଗ୍ରେସନ ଲଂଚ କରିବା ପାଇଁ ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ ଏନପିସିଆଇ ଏବଂ ଆକ୍ସିସ ବ୍ୟାଙ୍କ ସହ ମିଶି କରିଛି । ସେହିପରି ଉବେର ଡ୍ରାଇଭର ପାର୍ଟନର୍ସଙ୍କୁ ମଧ୍ୟ ଭିମ ଆପର ସୁବିଧା ଉପଲବ୍ଧ କରିବା ପାଇଁ ଏଚଡିଏଫସି ବ୍ୟଙ୍କ ସହ ହାତ ମିଳାଇ ଥିଲା । ତେବେ ଉବେର ଏହି ପଦକ୍ଷେପ କ୍ୟାସଲେସ ଇଣ୍ଡିଆ ବ୍ୟବସ୍ଥାକୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ଉଠାଇଛି ।

ସୌଜନ୍ୟ: ଦୈନିକ ଜାଗରଣ