ହ୍ୱାଟସଆପରେ ବି କରିପାରିବେ ଅଟୋ- ରିପ୍ଲାଏ ! ଜାଣନ୍ତୁ ପୂରା ପ୍ରକ୍ରିୟା

38

ଇନଷ୍ଟାଂଟ ମେସେଜିଂ ଆପ ହ୍ୱାଟସଆପ ଏବେ ଦେଶର ସବୁଠାରୁ ଅଧିକ ବ୍ୟବହୃତ ମେସେଜିଂ ଆପ ଭାବେ ଜଣାଶୁଣା ।  ଆଉ  କଂପାନୀ ବି ତାର ୟୁଜର୍ସଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ପ୍ରତିଦିନ ଭେଟିଦେବାରେ ଲାଗିଛି  ନୂଆ ନୂଆ ଆକର୍ଷଣୀୟ ଫିଚର । ଏଠାରେ ଆମେ କହି ରଖୁଛୁ କି, ଯଦିଓ କଂପାନୀ ଏପର୍ଯ୍ୟନ୍ତ ଅଟୋ-ରିପ୍ଲାଏ ଫିଚର ଜାରି କରିନାହିଁ । କିନ୍ତୁ ଆପଣ ହ୍ୱାଟସାପରେ ବି ଏହି ଫିଚରଟିକୁ ବ୍ୟବହାର କରିପାରିବେ । ଅର୍ଥାତ୍ ଆପଣ ଆପଣଙ୍କ ଫୋନ ଜରିଆରେ ବିନା ଛୁଇଁ ବି ନିଜର କୌଣସି ବି ବନ୍ଧୁଙ୍କ ନିକଟକୁ ରିପ୍ଲାଏ କରିପାରିବେ । ତେବେ କିପରି ଆସନ୍ତୁ ଜାଣିବା ।

ଅଟୋ-ରିପ୍ଲାଏ ଫର ହ୍ୱାଟସଆପ ଆପ କଣ 

ଏହି ଫିଚରର ବ୍ୟବହାର ପାଇଁ ୟୁଜର୍ସଙ୍କୁ ପ୍ରଥମେ ନିଜ ସ୍ମାର୍ଟଫୋନରେ ଅଟୋ-ରିପ୍ଲାଏ ଫର ହ୍ୱାଟସଆପ ଆପକୁ ଇନଷ୍ଟଲ କରିବାକୁ ପଡିବ । ଯାହାକୁ ଆପଣ ଗୁଗଲ ପ୍ଲେ ଷ୍ଟୋରରେ ମାଗଣାରେ ବି ଡାଉଲଲୋଡ କରିପାରିବେ । ଏହି ଆପ ଇନଷ୍ଟଲ ହେବା ପରେ ହ୍ୱାଟସଆପରେ ଲିଙ୍କ ହୋଇଯାଇଥାଏ । ଏଥିପାଇଁ ୟୁଜର୍ସଙ୍କୁ ମାତ୍ର କିଛି ସେଟିଂ ବଦଳାଇବାକୁ ପଡିବ । ଯାହା ପରେ ମେସେଜର ଅଟୋ-ରିପ୍ଲାଏ କରାଯାଇ ପାରିବ ।

କିପରି କରିବେ ବ୍ୟବହାର 

• ସର୍ବ ପ୍ରଥମେ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ‘ଅଟୋ-ରିପ୍ଲାଏ ଫର ହ୍ୱାଟସଆପ’କୁ ଡାଉନଲୋଡ କରି, ତାକୁ ଇନଷ୍ଟଲ କରନ୍ତୁ ।

• ଇନଷ୍ଟଲ ହେବା ପରେ ଏହାକୁ ଓପନ କରନ୍ତୁ । ଏଠାରେ ଆପଣଙ୍କଠାରୁ ନୋଟିଫିକେସନ ‘ରିଡ୍’ କରିବାର ଅନୁମତି ମଗାଯିବ । ଏହାକୁ ‘ଓକେ’ କରନ୍ତୁ ।

• ଏହାପରେ ଆପଣଙ୍କ ସ୍କ୍ରିନରେ ‘ଅଟୋ-ରିପ୍ଲାଏ ଫର ହ୍ୱାଟସଆପ’କୁ ଅନ କରିବାର ବିକଳ୍ପ ନଜର ।ସିବ । ଏହାକୁ ‘ଅନ’ କରନ୍ତୁ । ଏବେ ‘ଆଲାଓ’ ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ ନିମ୍ନରେ ‘ଏକ ପ୍ଲସ ଏକ’ ସାଇନ ଦିଆଯାଇଥିବ । ଏହାକୁ ‘କ୍ଲିକ୍’ କରନ୍ତୁ । ଏଠାରୁ ଆପଣ ଆପଣଙ୍କର କୌଣସି ବି ବନ୍ଧୁ କିମ୍ବା ପରିବାର ବର୍ଗଙ୍କୁ ‘ଆଡ’ କରି ପାରିବେ । ଆଉ ଯେତେବେଳେ ବି ମେସେଜ କରିବେ ,ସେତେବେଳେ ସେମାନଙ୍କ ନିକଟକୁ ଆପଣଙ୍କର ‘ଅଟୋ ରିପ୍ଲାଏ’ ଚାଲି ଯିବ ।

• ଏହାବ୍ୟତୀତ ଯଦି ଆପଣ କଂଟାକ୍ଟ ମେସେଜ ଅଟୋ-ରିପ୍ଲାଏ କରିବାକୁ ଚାହୁଁଛନ୍ତି ତେବେ ସର୍ବା ଶୀର୍ଷରେ ଦିଆଯାଇଥିବା ଅପସନ ‘ଅଟୋ-ରିପ୍ଲାଏ ଫର ଅଲ’ ମେସେଜେସକୁ ‘ଓପନ’ କରିଦିଅନ୍ତୁ ।

• ଆପଣ ଏହି ଅପସନକୁ ଅନ କରିବେ ତେବେ ନିମ୍ନରେ ଆପଣଙ୍କୁ ସେମେଜର ବିକଳ୍ପ ଦିଆଯିବ ଯେଉଁଠାରୁ ଆପଣ ଆପଣଙ୍କର ଇଚ୍ଛା ମୁତାବକ ମେସେଜ ଟାଇପ କରିପାରିବେ ।

ସୌଜନ୍ୟ: ଦୈନିକ ଜାଗରଣ