ବିଭିନ୍ନ ପ୍ରକାରର ସାବଧାନତା ଅବଲମ୍ବନ କରିବା ପରେ ମଧ୍ୟ ଅଧିକାଂଶ ସମୟରେ କମ୍ପ୍ୟୁଟର କ୍ରାସ ହେବା ଭଳି ସମସ୍ୟାମାନ ସାମ୍ନାକୁ ଆସିଥାଏ ଆଉ ଏହି ସମୟରେ ଯଦି ଆପଣ ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଡାଟାର ବ୍ୟାକଅପ ନ ନେଇଥିବେ ତେବେ ଏହି ସମସ୍ୟା ଆହୁରୀ ଦ୍ୱିଗୁଣିତ ହୋଇଯାଏ । କାହିଁକି ନା ଆପଣଙ୍କୁ ଏଥିପାଇଁ ଡବଲ କାମ କରିବାକୁ ପଡିଥାଏ । ଆର୍ଥାତ୍ ଆପଣଙ୍କୁ ପୁଣି ଥରେ ନୂଆ କରି କାମଟିକୁ ଆରମ୍ଭ କରିବାକୁ ପଡିଥାଏ ଯାହାକି ଆପଣ ପୂର୍ବରୁ ପ୍ରାୟତଃ ଶେଷ କରିଦେଇଥିବେ । ତେବେ ଅନଲାଇନରେ ଏଭଳି ଅନେକ ସଫ୍ଟୱୟାର ଟୁଲ ଉପଲବ୍ଧ ରହିଛି ଯାହାକୁ ବ୍ୟବହାର କରି ଅତି ସହଜରେ ଡିଲିଟ୍ ହୋଇଯାଇଥିବା ଡାଟାକୁ ରିକଭର କରିହେବ । ତେଣୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଡାଟା ରିକଭରି ସଫ୍ଟୱୟାର ଟୁଲ ସଂପର୍କରେ ସୂଚନା ଦେବାକୁ ଯାଉଛୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ ।
ରିକୁଭା
ରିକୁଭା ଏକ ଫ୍ରି ଡାଟା ରିକଭରୀ ଟୁଲ ଅଟେ । ଯାହାକୁ ଆପଣ ଡାଉନଲୋଡ କରିପାରିବେ । ଏହି ଆପକୁ ବ୍ୟବହାର କରିବା ମଧ୍ୟ ବହୁତ ସହଜ ଅଟେ । ଏଥିସହିତ ଏଥିରେ ଅନେକ ଆଡୱାସ ଫିଚରକୁ ମଧ୍ୟ ସାମିଲ କରାଯାଇଛି । ରିକୁଭା ଆପ ଜରିଆରେ ଆପଣ ହାର୍ଡ ଡ୍ରାଇଭ, ଏକ୍ସଟର୍ନାଲ ଡ୍ରାଇଭ, ବିଡି-ଡିଭିଡି-ସିଡି ଆଦି ଡିକ୍ସ ଏବଂ ମେମୋରି କାର୍ଡିରୁ ଆପଣଙ୍କର ଡାଟାକୁ ରିକଭର କରିପାରିବେ । ଏହାର ବ୍ୟବହାର କରି ଆପଣ ଆପଣଙ୍କର ଆଣ୍ଡ୍ରଏଡ ଫୋନ, ଡେକ୍ସଟପ, ପିସି କିମ୍ବା ଟ୍ୟାବଲେଟରୁ ଡିଲିଟ ହୋଇଯାଇଥିବା ଫାଇଲକୁ ମଧ୍ୟ ଉଦ୍ଧାର କରିପାରିବେ ।
ପୁରନ ଫାଇଲ ରିକଭରି
ଏହା ଏକ ଡାଟା ରିକଭରି ପ୍ରୋଗ୍ରାମ ଅଟେ, ଯାହାର ବ୍ୟବହାର ଆପଣ ମାଗଣାରେ କରିପାରିବେ । ଏଥିରେ ଅନେକ ଆଡୱାସ ଅପସନକୁ ବି ସାମିଲ କରାଯାଇଛି । ଯାହାର ଜରିଆରେ ଆପଣ କୌଣସି ବି ଡ୍ରାଇଭକୁ ସ୍କାନ କରି ଡିଲିଟ୍ ହୋଇଯାଇଥିବା ଡାଟାକୁ ଉଦ୍ଧାର କରିପାରିବେ । ଏହି ସଫ୍ଟୱୟାର ୱିଣ୍ଡୋଜ୍ ୧୦, ୮, ୭, ଭିଷ୍ଟା ଏବଂ ଏକ୍ସପିରେ କାମ କରିଥାଏ ।
ଡିକ୍ସ ଡ୍ରିଲ
ଡିକ୍ସ ଡ୍ରିଲ ମୁତାବକ, ଏହି ଟୁଲ ସହାୟତାରେ ଆପଣ ପାଖାପାଖି ୫୦୦ ଏମବି ପର୍ଯ୍ୟନ୍ତ ଡାଟାର ରିକଭର କରିପାରିବେ । ଏଥିସହିତ ଏହି ଟୁଲ ଜରିଆରେ ଆପଣ ଉଭୟ ଇଂଟରନାଲ ଏବଂ ଏକ୍ସଟର୍ନାଲ ହାର୍ଡ ଡ୍ରାଇଭ, ୟୁଏସବି ଡିଭାଇସ, ମେମୋରି କାର୍ଡ ଏବଂ ଆଇପାଡରୁ ଆପଣ ଅତି ସହଜରେ ଡାଟା ରିକଭର କରିପାରିବେ । ତେବେ ଏହି ସଫ୍ଟୱୟାର ୱିଣ୍ଡୋଜ ୧୦, ୮, ୭, ଭିଷ୍ଟା ଏବଂ ଏକ୍ସପିରେ ମଧ୍ୟ କାମ କରିପାରିବ ।
ସଫ୍ଟପରଫେକ୍ଟ ଫାଇଲ ରିକଭରି
ଏହି ସଫ୍ଟୱୟାର ସହାୟତାରେ ଆପଣ ଆପଣଙ୍କର ଡିଲିଟ୍ ହୋଇଯାଇଥିବା ଡାଟା ବା ଫାଇଲକୁ ହାର୍ଡ-ଡ୍ରାଇଭ, ମେମୋରି କାର୍ଡ ଆଦିରୁ ରିକଭର କରିପାରିବେ । ଏହି ସଫ୍ଟୱୟାର ୱିଣ୍ଡୋଜ ୮, ୭, ଭିଷ୍ଟା, ଏକ୍ସପି, ସର୍ଭର ୨୦୦୮ ଏବଂ ୨୦୦୩, ଏନଟି, ଏମଇ, ୯୮ ଏବଂ ୯୫ ଭଳି ଅପରେଟିଂ ସିଷ୍ଟମରେ ମଧ୍ୟ କାମ କରିଥାଏ ।
ସୌଜନ୍ୟ- ଦୈନିକ ଜାଗରଣ