୧୦ ଦିନ ଭିତରେ ପାନକାର୍ଡ ନଆସିଲେ ମିଳିବ ୫ ହଜାର ଟଙ୍କାର କ୍ଷତିପୂରଣ । ଜାଣନ୍ତୁ କିଭଳି ଓ କେଉଁଠି କରିବେ ଆବେଦନ

56

ଯଦି ଆପଣ ପାନକାର୍ଡ ପାଇଁ ଆବେଦନ କରିଛନ୍ତି ଏବଂ ପାନ କାର୍ଡ ଆବେଦନ କରିବାର ବହୁଦିନ ବିତିଯାଇଥିଲେ ସୁଧା ଆପଣଙ୍କ ନିକଟକୁ ପାନ ଆସିନାହିଁ ତେବେ ଏଥିପାଇଁ ଆପଣଙ୍କୁ କ୍ଷତିପୂରଣ ମିଳିପାରେ । ଆଉ ଏହି କ୍ଷତିପୂରଣ ଦେବ ଖୋଦ୍ ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟରୀ ଲିମିଟେଡ ତଥା ଏନଏସଡିଏଲ । ଯଦି ପାନକାର୍ଡର ଡେଲିଭରିରେ ବିଳମ୍ବ ହୁଏ ତେବେ ଏଥିପାଇଁ ଆପଣ କନଜ୍ୟୁମର କୋର୍ଟର ଦ୍ୱାରସ୍ତ ହୋଇପାରିବେ ।

ସୂଚନା ମୁତାବକ, ଅମୃତସରରେ ରହୁଥିବା ସୋନିଆ ରାଜପୁତ ଗତ ୨୩ ଅଗଷ୍ଟରେ ପାନ କାର୍ଡ ପାଇଁ ଆବେଦନ କରିଥିଲେ । ତେବେ ଆବେଦନ କରିବା ସମୟରେ ସୋନିଆଙ୍କୁ କୁହାଯାଇଥିଲା କି, ୧୦ ଦିନ ଭିତରେ ପାନକାର୍ଡର ଡେଲିଭର କରିଦିଆଯିବ ହେଲେ ଦୁର୍ଭାଗ୍ୟର କଥା ହେଲା ନିର୍ଧାରିତଠାରୁ ଅଧିକ ସମୟ ବିତିଯାଇଥିଲେ ସୁଧା ସୋନିଆଙ୍କୁ ପାନକାର୍ଡ ମିଳିନଥିଲା । ବାରମ୍ବାର ପାନକାର୍ଡ ଅଫିସ୍ ଦୌଡିବା ପରେ ବି କୌଣସି ସୁଫଳ ମିଳିନଥିଲା । ଶେଷରେ ସୋନିଆ ବାଧ୍ୟ ହୋଇ କନଜ୍ୟୁମର କୋର୍ଟକର ଦ୍ୱାରସ୍ତ ହୋଇଥିଲେ । ଯାହାପରେ କୋର୍ଟ ଏନଏସଡିଏଲ ଉପରେ ୫୦୦୦ଟଙ୍କାର ଜରିମାନା ଲାଗୁ କରିଥିଲେ ।

ତେବେ ଏଭଳି ମାମଲାରେ ଆପଣ ମଧ୍ୟ କନଜ୍ୟୁମର କୋର୍ଟରେ ଅଭିଯୋଗ କରିପାରିବେ । କନଜ୍ୟୁମର କୋର୍ଟରେ ଅଭିଯୋଗ କରିବା ପାଇଁ ଆପଣଙ୍କୁ ଆପଣଙ୍କର ଅଭିଯୋଗ ଏକ ସାଧା କାଗଜରେ ଲେଖିବାକୁ ହେବ ଏବଂ ଏଥିସହିତ ହିଁ ସମ୍ବନ୍ଧିତ ଦସ୍ତାବିଜ ଲଗାଇ କନଜ୍ୟୁମର କୋର୍ଟରେ ଏକ ମାମଲା ରୁଜୁ କରିବାକୁ ପଡିବ । ଏଥିପାଇଁ କୌଣସି ଓକିଲର ଆବଶ୍ୟକତା ଆପଣଙ୍କୁ ପଡିବ ନାହିଁ । ମାତ୍ର କନଜ୍ୟୁମର କୋର୍ଟରେ ଅଭିଯୋଗ କରିବା ପାଇଁ ଅଭିଯୋଗକାରୀଙ୍କୁ ନାମମାତ୍ର ଶୁଳ୍କ ଦେବାକୁ ପଡିବ ।

ଭିନ୍ନ ଭିନ୍ନ କ୍ଷତିପୂର୍ଣ୍ଣ ରାଶି ପାଇଁ ପୃଥକ ପୃଥକ ଉପଭୋକ୍ତା ଅଦାଲତରେ ଅଭିଯୋଗ କରିବାକୁ ପଡିଥାଏ । ଯଦି କ୍ଷତିପୂରଣ ରାଶି ୨୦ ଲକ୍ଷ ଟଙ୍କାରୁ କମ ରହିଥାଏ, ତେବେ ଜିଲ୍ଲା ଫୋରମରେ ଅଭିଯୋଗ କରିବା ଉଚିତ । ହେଲେ ଏହି ଅର୍ଥରାଶି ୨୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିଲେ ତେବେ ଏନେଇ ରାଷ୍ଟ୍ରିୟ ଆୟୋଗରେ ଅଭିଯୋଗ କରିବା ଉଚିତ । ସେହିପରି ଯଦି କ୍ଷତିପୂରଣ ରାଶି ୧ କୋଟିରୁ ଅଧିକ ହୋଇଥାଏ ତେବେ ଏଥିପାଇଁ ରାଷ୍ଟ୍ରୀୟ ଆୟୋଗରେ ଅଭିଯୋଗ କରିବା ଉଚିତ । ଏହାଛଡା ଯଦି ନିମ୍ନ ଅଦାଲତଙ୍କ ନିଷ୍ପତି ସନ୍ତୁଷ୍ଟଜନକ ନ ଲାଗେ ତେବେ ଏଥିପାଇଁ ଆପଣ ଉଚ୍ଚ ଅଦାଲତର ଦ୍ୱାରସ୍ତ ମଧ୍ୟ ହୋଇପାରିବେ ।