ଆଇଫୋନ୍-୭ ପ୍ଲସରେ ନିଆଁ ! ଯାହାର ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ

Advertisment
ଆଇଫୋନ୍-୭ ପ୍ଲସରେ ନିଆଁ ! ଯାହାର ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ

ସାମସଙ୍ଗ ଗ୍ୟାଲାକ୍ସି ନୋଟ୍ ୭ର ନାଁ ଶୁଣିବା କ୍ଷଣି ଲୋକେ ଭୟଭୀତ ହେବା ଆରମ୍ଭ କରିଦେଲେଣି । ତେବେ କରିବେ ନାହିଁ ବି କାହିଁକି ! କାରଣ ନିକଟରେ ଏହି ମୋବାଇଲକୁ ନେଇ ଅନେକ ପ୍ରକାର ଖବର ତଥା କେଉଁଠି ମୋବାଇଲରେ ଆପେ ଆପେ ନିଆଁ ଲାଗି ଗଲାଣି ତ ଆଉ ପୁଣି କେଉଁଠି ବିସ୍ଫୋରଣ ହେଲାଣି ଆଦି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାର ନଜୀର ରହିଛି । ତେବେ ଲୋକମାନଙ୍କ ମନରେ ଏକଥା ନ ଲିଭୁଣୁ ଏବେ ପୁଣି ଏକ ତାଜା ଭିଡିଓ ଇଂଟନେଟରେ ହୋଇଛି ଭାଇରାଲ । ଯେଉଁଥିରେ କି ଏକ ଆଇଫୋନ୍-୭ ପ୍ଲସ୍ ଜଳିବାର ଦୃଶ୍ୟ ରହିଛି ।

ଏକ ୱେବସାଇଟର ସୂଚନା ମୁତାବକ, ଏହି ଭିଡିଓରେ ଦୃଶ୍ୟ ହେଉଥିବା ରୋଜ୍ ଗୋଲ୍ଡ ଆଇଫୋନ୍-୭ ପ୍ଲସ ମୋବାଇଲଟି ବ୍ରିୟୈନା ଓଲିବସ ନାମକ ଜଣେ ମହିଳାଙ୍କର । ଯେତେବେଳେ ତାଙ୍କ ଆଇଫୋନରୁ ହଠାତ୍ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା ସେତେବେଳେ ତାଙ୍କର ଜଣେ ପୁରୁଷ ବନ୍ଧୁ ଏହାର ଭିଡିଓ ତିଆରି କରିଦେଇଥିଲେ । ଆଉ ଏହି ଭିଡିଓଟିକୁ ଓଲିବସ ନିଜ ଟୁଇଟର ଆକାଉଂଟରେ ପୋଷ୍ଟ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe