କଣ୍ଢେଇ ସାଜୁଛି କି ହତ୍ୟାକାରୀ ? ହଲିଉଡ କାହାଣୀର ବାସ୍ତବତାକୁ ନେଇ ଚର୍ଚ୍ଚା

75

ଆପଣ ହଲିଉଡ ସିନେମା “କଂଜୟୁରିଂ” ନିଶ୍ଚୟ ଦେଖିଥିବେ । ଏହି ସିନେମାରେ ଅନାବେଲ ନାମକ ଏକ କଣ୍ଢେଇକୁ ପୂରା ସିନେମାଟି ନିର୍ମାଣ କରାଯାଇଛି । ଯେଉଁଥିରେ ଏକ ଦୁଷ୍ଟ ଅତୃପ୍ତ ଆତ୍ମା ପସି ଲୋକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରୁଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ସିନେମାଟି ଏକ ବାସ୍ତବିକ କାହାଣୀ ଉପରେ ଆଧାରିତ । ପ୍ରକୃତରେ ଅନାବେଲ ନାମକ ଏକ କଣ୍ଡେଇ ସତରେ ଅଛି ଏବଂ ଶୁଣିବାକୁ ମିଳିଛି କି ଏଥିରେ ଏକ ଦୁଷ୍ଟ ଆତ୍ମାର ଶାୟା ରହିଛି ।

ଘଟଣାଟି ହେଉଛି ୧୯୭୦ ବେଳର, ଯେତେବେଳେ ନର୍ସିଂ ପାଠ ପଢୁଥିବା ଡୋନା ନାମକ ଜଣେ ମହିଳାଙ୍କୁ ତାଙ୍କ ମାଆ ଏକ କଣ୍ଢେଇ ଉପହାର କରିଥିଲେ । କଣ୍ଢେଇ ଦେଖିବାକୁ ଖୁବ ସୁନ୍ଦର ଓ ଆକର୍ଷଣୀୟ ଥିଲା । ମାଆଙ୍କ ପାଖରୁ ମିଳିଥିବା ଏହି ଉପହାରଟିକୁ ଡୋନା ନିଜ ରୁମରେ ସଜାଇ ରଖିଥିଲେ । ଆଉ ସେହି ରୁମରେ ସେ ନିଜର ଜଣେ ବନ୍ଧୁଙ୍କ ସହିତ ରହୁଥିଲେ । ତେବେ ଏହି କଣ୍ଢେଇଟିକୁ ନିଜ ରୁମର ରଖିବା ଦିନଠାରୁ ଉଭୟ ଡୋନା ଏବଂ ତାଙ୍କ ବନ୍ଧୁଙ୍କ ସହିତ ପ୍ରତିଦିନ କିଛି ଅଜବ ଦୁର୍ଘଟଣା ଘଟିବାରେ ଲାଗିଥିଲା ।

ଆଶ୍ଚର୍ଯ୍ୟର କଥା ହେଲା କି, ଡୋନା ନିଜ ରୁମରେ ରଖିଥିବା ଏହି କଣ୍ଢେଇଟି ଘରେ କେହି ନଥିବା ବେଳେ ଆପଣା ଛାଏଁ ଜାଗା ପରିବର୍ତ୍ତନ କରିଦେଉଥିଲା । କେତେବେଳେ କଣ୍ଢେଇଙ୍କି ଡୋନାଙ୍କ ବେଡ ଉପରେ ତ ଆଉ କେତେବେଳେ ଚଟାଣ ଉପରେ ପଡିଥିବାର ଦେଖିବାକୁ ମିଳୁଥିଲା । ବଡ କଥା ଘରେ କେହି ଉପସ୍ଥିତ ନଥିବା ସମୟରେ ହିଁ ଏହି ସବୁଘଟଣା ଘଟୁଥିଲା । ଏହାପରେ ଉଭୟଙ୍କୁ ଏକ ରକ୍ତ ଭଜା ଚିଠି ମିଳେ, ଯେଉଁଥିରେ ଲେଖାଯାଇଥାଏ କି, ହେଲ୍ପ ମି । ଚିଠିଟିକୁ ପଢିବା ପରେ ଉଭୟ ଡୋନା ଓ ତାଙ୍କର ସାଥୀ ଡରି ଯାଇଥିଲେ । ଯେତେବଳେ କଣ୍ଢେଇଟିର ବ୍ୟବହାର ସୀମା ଟପି ଯାଇଥିଲା ସେତେବେଳେ ଡୋନାଙ୍କ ମାଆ ଜଣେ ଗୁଣିଆକୁ ଡାକିଥିଲେ । ଏହାପରେ ଗୁଣିଆ ଜାଣିବାକୁ ପାଇଥିଲା କି ଏହି କଣ୍ଢେଇ ମଧ୍ୟରେ ଏକ ଦୁଷ୍ଟ ଆତ୍ମା ବାସ କରୁଛି, ଯାହାର ନାଁ ଅନାବେଲ ଏବଂ ଯିଏ ବହୁତ ଶକ୍ତିଶାଳୀ ଆତ୍ମା ଥିଲା । ଏହାପରେ ସେମାନେ ଏହି କଣ୍ଢେଇଟିକୁ ଏକ କାଚଘରେ ବନ୍ଦୀ କରିଦେଇଥିଲେ ।ଯାହାକି ଏବେବି ରହିଥିବା ଦାବି କରାଯାଉଛି ।