ଦେବାଳିଆ ପରିସ୍ଥିତିରେ ଅମ୍ବାନୀ ପରିବାର

69

ଅନିଲ ଅମ୍ବାନିଙ୍କ ମୋବାଇଲ୍ କଂପାନି ରିଲାଏନ୍ସ କମ୍ୟୁନିକେସନର ୫୧% ଅଂଶଧନ ଉପରେ କଂପାନିକୁ ଋଣ ପ୍ରଦାନ କରିଥିବା ବ୍ୟାଙ୍କଗୁଡ଼ିକ କବଜା କରିବେ । ଅନିଲଙ୍କ ପାଇଁ ଏହି କଂପାନିର ୧୭୦୦୦ କୋଟି ଟଙ୍କାର ଋଣ ସବୁଠୁ ବଡ଼ ମୁଣ୍ଡବ୍ୟଥା ଭାବେ ଉଭା ହୋଇଛି । ଏୟାରସେଲ୍ ସହିତ ମିଶ୍ରଣ ଉଦ୍ୟମ ବିଫଳ ହେବା ପରେ ତାଙ୍କ ପାଖରେ ଅଧିକ କିଛି ବିକଳ୍ପ ନାହିଁ । ତେଣୁ ସେ ରିଲାଏନ୍ସ କମ୍ୟୁୁନିକସେନର ୫୧% ଅଂଶଧନ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ପ୍ରଦାନ କରିବା ଉପରେ ବିଚାର କରୁଛନ୍ତି ।

ବ୍ୟାଙ୍କଗୁଡ଼ିକ କଂପାନିକୁ ଯେଉଁ ଋଣ ଦେଇଛନ୍ତି ତାହାକୁ ଇକ୍ୱିଟି ସେୟାରରେ ପରିବର୍ତ୍ତନ କରିବେ । ଏହି ପ୍ରକ୍ରିୟା ଶେଷ ହେବା ପରେ ରିଲାଏନ୍ସ କମ୍ୟୁନିକେସନର ପ୍ରମୋଟରଙ୍କ ଅଂଶଧନ ପରିମାଣ ୫୯%ରୁ ହ୍ରାସ ପାଇ ୨୬% ହୋଇଯିବ । ରିଲାଏନ୍ସ କମ୍ୟୁନିକେସନର ସମ୍ପତ୍ତିକୁ ବିକ୍ରି କରି ଅର୍ଥରାଶି ଫେରିପାଇବାକୁ ବ୍ୟାଙ୍କଗୁଡ଼ିକ ଉଦ୍ୟମ କରିବେ । ନିଲାମ ଜରିଆରେ କଂପାନିର ସମ୍ପତ୍ତି ବିକ୍ରି କରାଯିବ । ନିଲାମ ପ୍ରକ୍ରିୟାରେ ଅନିଲଙ୍କ ବଡ଼ ଭାଇ ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ଭାଗ ନେଇପାରେ ବୋଲି ଚର୍ଚ୍ଚା ହେଉଛି ।