ଭାରତରେ ଇ-କମର୍ସ ମାର୍କେଟରେ ଏକ ବଡ ଧରଣର ପରିବର୍ତ୍ତନ ଆଣିବାର ଉପାୟ ବାହାର କରିଛି ଆମାଜନ । ଆମାଜନ ଭାରତରେ 15-Day Price Guarantee ନାମକ ଏକ ସ୍କିମ୍ ଆରମ୍ଭ କରିଛି । ଯେଉଁଥିରେ କିଣିଥିବା ଜିନିଷକୁ ୧୫ ଦିନ ମଧ୍ୟରେ ତାର ଦାମରେ କୌଣସି ପ୍ରକାରର ପରିବର୍ତ୍ତନ ଆସିଲେ ତଥା ଦାମ କମି ଗଲେ, କଂପାନୀ ପକ୍ଷରୁ ଗ୍ରାହକଙ୍କୁ ଟଙ୍କା ଫେରସ୍ତ ମିଳିବ । ଆମାଜନର ଏହି ଅଫରଟି ବର୍ତ୍ତମାନ ୨୦ ଜାନୁଆରୀରୁ ୨୪ ଜାନୁଆରୀ ପର୍ଯ୍ୟନ୍ତ ଚାଲୁଥିବା ଦ ଗ୍ରେଟ୍ ଇଣ୍ଡିଆନ ସେଲ ପାଇଁ ଭ୍ୟାଲିଡ୍ ଅଟେ ।

Advertisment

ଏବେ ନଜର ପକାନ୍ତୁ ଆମାଜନର ଏହି 15-Day Price Guarantee ସ୍କିମ ଉପରେ

publive-image

ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଆମାଜନର ଏହି ସ୍କିମଟି ବର୍ତ୍ତମାନ କିଛି ପ୍ରଡକ୍ଟ ଗୁଡିକ ଉପରେ ବିଧେୟ ଏବଂ ଏହି ସ୍କିମ ବର୍ତ୍ତମାନ ପାଇଁ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ସେଲ ଅବସରରେ କିଣାଯାଉଥିବା ଲିମିଡେଟ ପ୍ରଡକ୍ଟ ଉପରେ ଲାଗୁ କରାଯାଇଛି । ଏହି ସ୍କିମ ଆଧାରରେ ଯଦି ଆପଣ କୌଣସି ଫୋନ କିମ୍ବା ପ୍ରଡକ୍ଟ କିଣୁଛନ୍ତି ତେବେ ତାର ଦାମ ୧୫ ଦିନ ମଧ୍ୟରେ କମ୍ ହୋଇଗଲେ ଆମାଜନ ହ୍ରାସ ପାଇଥିବା ଦାମକୁ ଫେରସ୍ତ କରିବ । ଉଦାହରଣ ସ୍ୱରୂପ, ଯଦି ଆପଣ ୱାନପ୍ଲସ ୫ଟିକୁ ୩୭,୯୯୯ଟଙ୍କା ଦେଇ କିଣୁଛନ୍ତି ଏବଂ ୧୫ ଦିନ ଭିତରେ ଏହାର ମୂଲ୍ୟରେ ୧୦ ହଜାର ଟଙ୍କା ରିହାତି ହୁଏ ତେବେ ଆମାଜନ ଆପଣଙ୍କୁ ୧୦ ହଜାର ଟଙ୍କା ଫେରସ୍ତ କରିବ ।

publive-image

ଏଠାରେ ଆମେ କହି ରଖୁଛୁ କି, ଆମାଜନର ଦ ଗ୍ରେଟ୍ ଇଣ୍ଡିଆନ ସେଲ ଅବସରରେ ଏହି ସ୍କିମର ପରିସରରେ OnePlus 5T, Motorola Moto G5S Plus, Xiaomi Redmi 4, Lenovo K8 Note, Honor 7X, Samsung On7 Pro OnePlus 5T (Lava Red 8GB RAM) ଭଳି ପ୍ରଡକ୍ଟଗୁଡିକ ଉପରେ ଲାଗୁ କରାଯାଇଛି । ତେବେ ଏସଂପର୍କରେ ଅଧିକ ସୂଚନା ପାଇଁ ଆପଣ ଆମାଜନର ସାଇଟକୁ ଯାଇ ଜାଣିପାରିବେ ।

ସୌଜନ୍ୟ: ଅମର ଉଜାଲା