ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ପର୍ବକୁ ଲୋକମାନେ ଖୁବ ଆଗ୍ରହ ଓ ଉତ୍ସାହରେ ଅପେକ୍ଷା କରି ରହିଥାଆନ୍ତି । ଦୀପାବଳିକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନି ସେମାନଙ୍କ ବୈଦ୍ୟୁତିକ ଉପକରଣ ଉପରେ ରିହାତି ଅଫର ବି ପ୍ରଦାନ କରିଥାଆନ୍ତି । ଲୋକମାନେ ଦୀପାବଳିରେ ଫୋନଠାରୁ ଆରମ୍ଭ କରି ଟିଭି, ଲାପଟପ୍ ଆଦି ବିଭିନ୍ନ ପ୍ରକାର ବୈଦ୍ୟୁତିକ ସାମଗ୍ରୀ ଘରକୁ ଆଣିବା ପାଇଁ ମନ ବଳାଇ ଥାଆନ୍ତି ।

Advertisment

publive-imageତେଣୁ ଆମାଜନ ଦୀପାବଳିକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ ଶୁକ୍ରବାର ଅର୍ଥାତ୍ ଅକ୍ଟୋବର ୧୩ ରାତି ୧୨ଟାରୁ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଆରମ୍ଭ କରିବ । ଏହି ଅଫର ଜରିଆରେ ଗ୍ରାହକ ସ୍ମାର୍ଟଫୋନ୍ କିଣିଲେ ଖାସ୍ ଅଫର ମାନ ମିଳିବ । ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ସ୍ମାର୍ଟଫୋନ୍, ଟିଭି, ଲାପ୍ଟପ୍ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ କରାଯାଇଛି । ଷ୍ଟେଟ ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାଡରେ ସପିଂ କଲେ ୧୦ପ୍ରତିଶତର କ୍ୟାସବ୍ୟାକ ମିଳିବ । ସେହିପରି କୌଣସି ଗ୍ରାହକ ଯେକୌଣସି ସାମଗ୍ରୀ ଆମାଜନର ପେମେଣ୍ଟ ଓ୍ଵାଲେଟରେ ଆମାଜନ୍ ପେରୁ ଟଙ୍କା ପୈଠ କଲେ ୫୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଦିଆଯିବ।

publive-imageଉପରୋକ୍ତ ଅଫର ବ୍ୟତୀତ ଆମାଜନରେ ଗ୍ରେଟ ଇଣ୍ଡିଆନ୍ ସେଲରେ ଏକ୍ସଚେଞ୍ଜ ଅଫର ବି ମିଳିବ। ଅର୍ଥାତ୍ ଆପଣ ଆପଣଙ୍କ କୌଣସି ବି ସ୍ମାର୍ଟଫୋନ୍ ଦେଇ ଆମାଜନରୁ ନୂତନ ସ୍ମାର୍ଟଫୋନ୍ କିଣି ପାରିବେ । ଏତଦବ୍ୟତୀତ ଯଦି ଆପଣଙ୍କ ପାଖରେ କ୍ରେଡିଟ କାର୍ଡ ଅଛି, ତେବେ ଏହି କ୍ରେଡିଟି କାର୍ଡ ଜରିଆରେ ଫୋନ୍ କିଣନ୍ତି ତେବେ ଆପଣଙ୍କୁ ନୋ କଷ୍ଟ ଇଏମଆଇର ବି ଅଫର ଦିଆଯିବ । ଏଥିସହିତ କେତେକ ଫୋନ୍ ସହିତ ଆଇଡିଆ ବ୍ୟବହାରକାରୀଙ୍କୁ ୬୪ଜିବି ଡାଟା, ଭୋଡାଫୋନ୍ ଗ୍ରାହକଙ୍କୁ ୭୫ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ମିଳିବ । ସେହିପରି ରିଲାଏନ୍ସ ବ୍ୟବହାରକାରୀଙ୍କୁ ମଧ୍ୟ ୯୦ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ପ୍ରଦାନ କରିବାର ଯୋଜନା ରଖାଯାଇଛି ।

publive-imageମୋବାଇଲ ଏକ୍ସସେସରିଜ ଉପରେ ବି ମିଳିବ ୮୦ପ୍ରତିଶତ ରିହାତି । ଲାପଟପ୍ ଉପରେ ୨୦,୦୦୦ଟଙ୍କା, ପାଓ୍ଵାରେ ବ୍ୟାଙ୍କ ଉପରେ ୬୫ ପ୍ରତିଶତ ରିହାତି ରହିଛି । ମୋବାଇଲ କଭର ଉପରେ ୮୦ପ୍ରତିଶତ ଓ ବ୍ଲୁଟୁଥ ହେଣ୍ଡସେଟରେ ୨୦ ପ୍ରତିଶତ, ହେଡଫୋନ୍ ଓ ସ୍ପିକର ଉପରେ ୬୦ ପ୍ରତିଶତ ଛାଡ କରାଯାଇଛି । ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଅଫର ଜରିଆରେ ଟିଭି କିଣିଲେ ବି ମିଳିବି ୪୦ପ୍ରତିଶତ ପର୍ଯ୍ୟନ୍ତ ରିହାତି । ଏତଦବ୍ୟତୀତ ଷ୍ଟୋରେଜ ଡିଭାଇସ ଉପରେ ୫୦ପ୍ରତିଶତ ଓ ଭିଡିଓ ଗେମ୍ ଉପରେ ଓ ନେଟଓ୍ଵାର୍କଂ ଡିଭାଇସ ଉପରେ ୬୦ପ୍ରତିଶତ ରିହାତି ରଖାଯାଇଛି । ସେହିପରି ଆମାଜନ ବେସକ୍ସ ପ୍ରଡକ୍ଟରେ ବି ୬୦ପ୍ରତିଶତ ଛାଡ଼ କରାଯାଇଛି । ରିଲାଏନ୍ସ ଜିଓ ଫାଇ ଡିଭାଇସକୁ ୯୯୯ଟଙ୍କାରେ ଗ୍ରାହକ କିଣି ଆମାଜନ ଅଫରର ଲାଭ ଉଠାଇ ପାରିବେ ।

କେବଳ ଏତିକ ନୁହେଁ, ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ରିୟୋମି-ରେଡମି, ଲେନୋଭୋ, ଆପେଲ, ଏଲଜି, ଓ୍ଵାନପ୍ଲସ, ଏଚପି, ଡେଲ, ଟାଇଟନ, ସାମସଙ୍ଗ ଓ ଫାଷ୍ଟ୍ରାକ୍ ଭଳି କମ୍ପାନିଙ୍କ ପ୍ରଡକ୍ଟ ଉପରେ ବି ଅଫର ପ୍ରଦାନ କରାଯାଇଛି । ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ଆମାଜନ ଫାୟର ଟିଭି ଷ୍ଟିକ୍ ଉପରେ ବି ରିହାତି ରହିଛି । ଆମଜନ ଆପରେ ସକାଳ ୮ଟାରୁ ଦ୍ୱିପହର ୧୨ଟା ପର୍ଯ୍ୟନ୍ତ ଗୋଲଡେନ୍ ଆଓ୍ଵାର ଡିଲସ୍ ବି ହେବ । ଏଥିସହିତ ଏହି ଅଫରରେ ଧନ ଧନତିରସ ଅଫର ଓ ୪୯୯ ଟଙ୍କାର ଚୁକ୍ତିକୁ ବି ଯୋଡ଼ା ଯାଇଛି ।