ଅନ୍ୟ ପାଇଁ ଉଦାହରଣ ଜୟପୁରର ରଘୁବୀର ! ଚା’ ବିକାଳିରୁ ଲକ୍ଷପତି

42

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଆଉ ଏହି ଉକ୍ତିଟିକୁ ପ୍ରମାଣ କରି ଦେଖାଇଛନ୍ତି ରଘୁବୀର । ଡେଲିଭରୀ ବୟ ଭାବେ ଚାକିରୀ ଆରମ୍ଭ କରିଥିବା ରଘୁବୀର ଆଜିକା ଦିନରେ କୌଣସି ଲକ୍ଷପତିରୁ କମ୍ ନୁହଁନ୍ତି । ତେବେ ଏହା ସମ୍ଭବ ହୋଇପାରିଛି କେବଳ ରଘୁବୀରଙ୍କ ଦୃଢ ଇଚ୍ଛା ଶକ୍ତି ପାଇଁ । କିଛି କରି ଦେଖାଇବା ଭଳି ଆତ୍ମବିଶ୍ୱାସକୁ ରଘୁବୀର ଯଥାର୍ଥ କରିବାରେ ସଫଳ ହୋଇଛନ୍ତି ।

ସୂଚନା ମୁତାବକ, ଜୟପୁରର ଏକ ଅଭାବୀ ପରିବାରରେ ରଘୁବୀର ସିଂହଙ୍କ ଜନ୍ମ । ରଘୁବୀରଙ୍କ ଆର୍ଥିକ ପରିସ୍ଥିତି ବହୁତ ଦୁର୍ବଳ ଥିଲା । ଘର ଲୋକଙ୍କ ନିକଟରେ ଏତେ ସାମର୍ଥ୍ୟ ନଥିଲା କି ସେ ଆଗକୁ ପଢିପାରିବେ । ଯେଉଁଥିପାଇଁ ବାଧ୍ୟ ହୋଇ ତାଙ୍କୁ ଡେଲିଭରୀ ବୟ କାମ କରିବାକୁ ପଡିଥିଲା । ଏପରିକି ରଘୁବୀର ସାଇକେଲ ଚଲାଇ ଘରେ ଘରେ ବୁଲି ଖାଦ୍ୟ ଜିନିଷ ଡେଲିଭରୀ କରୁଥିଲେ । ସାରା ଦିନ ସାଇକେଲ ଚଲାଇ ଚଲାଇ ସେ ଥକି ଯାଇଥିଲେ, ଯେଉଁଥିପାଇଁ ତାଙ୍କୁ ଚା’ର ଦରକାର ପଡୁଥିଲା ହେଲେ ତାଙ୍କୁ ଚା’ର ଏକ ଭଲ ଦୋକାନ ଖୋଜିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । କିନ୍ତୁ ଜୟପୁର ଭଳି ଛୋଟ ସହରରେ ଅନଲାଇନ ଖାଦ୍ୟପେୟ ସାମଗ୍ରୀର ଡେଲିଭରୀ ସୁବିଧା ନଥିଲା । ଶେଷରେ ସେ ଏହି ସମସ୍ୟାକୁ ଦୂର କରିବା ପାଇଁ ଷ୍ଟାର୍ଟଅପ ଆରମ୍ଭ କରିଥିଲେ ।

ଏହାପରେ ରଘୁବୀର ନିଜର ପ୍ରଥମ ଦରମାକୁ ଏଥିରେ ନିୟୋଜିତ କରିଥିଲେ । ସର୍ବ ପ୍ରଥମେ ସେ ଏଥିପାଇଁ ଏକ ଘର ଭଡାରେ ନେଇଥିଲେ ଏବଂ ଏଥିପାଇଁ ଜଣକୁ ଚାକିରୀରେ ବି ରଖିଥିଲେ । ଖାଲି ସେତିକି ନୁହେଁ ଏଥିପାଇଁ ସେ ଏକ ଆପ ମଧ୍ୟ ପ୍ରସ୍ତୁତ କରିଥିଲେ ଏବଂ ଏହା ଜରିଆରେ ଚା’ର ଡେଲିଭରୀ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ସେ ପୂର୍ବ ଚାକିରୀ ଛାଡି ଦେଇଥିଲେ । ରଘୁବୀର କେବେ ଭାବି ନଥିଲେ କି ତାଙ୍କର ଏହି ଆଇଡିଆ ଏତେ କାମ କରିବ । ରଘୁବୀରଙ୍କ ଚା’ର ଲୋକପ୍ରିୟତା ଏତେମାତ୍ରାରେ ବୃଦ୍ଧି ପାଇଥିଲା କି ପ୍ରତ୍ୟେକ ଦୋକାନୀ ତାଙ୍କଠାରୁ ହିଁ ଚା’ କିଣିବାକୁ ପସନ୍ଦ କରୁଛନ୍ତି । ତେବେ ରଘୁବୀରଙ୍କ ଚା’ କ୍ୱାଲିଟି ବଜାରରେ ମିଳିବା କଷ୍ଟକର ।

ସୌଜନ୍ୟ: ଅମର ଉଜାଲା