ଏୟାର ଏସିଆ ଇଣ୍ଡିଆ ଏକ ପ୍ରମୋସନାଲ ସ୍କିମ୍ ଜରିଆରେ ବଛାବଛା କେତେଟି ରୁଟ ପାଇଁ ୯୯୯ ଟଙ୍କାରେ ବିମାନ ଯାତ୍ରାର ଅଫର ପ୍ରଦାନ କରୁଛି । ଏୟାର ଏସିଆ ନିଜର ୱେବସାଇଟରେ ସୂଚନା ଦେଇ କହିଛି ଯେ, ‘୭ ଡେଜ୍ ଅଫ୍ ମେଡ ଡିଲ୍ସ’ ଜରିଆରେ ୨୦୧୮ ଫେବ୍ରୁଆରିରୁ ଅଗଷ୍ଟ ୨୮ ମଧ୍ୟରେ ଯାତ୍ରା କରିବା ପାଇଁ ଚାହୁଁଥିବା ଯାତ୍ରୀମାନେ ଆଡଭାନ୍ସ ଟିକେଟ ବୁକିଂ କରି ଏହି ଅଫରର ଫାଇଦା ଉଠାଇ ପାରିବେ। ଅନଲାଇନ୍ ଏବଂ ଏୟାର ଏସିଆ ମୋବାଇଲ ଆପ୍ ଜରିଆରରେ ଏହି ବୁକିଂ ହୋଇପାରିବ ।
ଏୟାର ଏସିଆ ଇଣ୍ଡିଆର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ସିଟ୍ ସଂଖ୍ୟା ସୀମିତ ରହିଛି ଓ ଏହି ଅଫର ସମସ୍ତ ବିମାନ ପାଇଁ ଉପଲବ୍ଧ ନାହିଁ । ଏହାକେବଳ ନୂତନ ପରଚେଜ୍ ପାଇଁ ବୈଧ ରହିଛି । ତେବେ ଏହି ଅଫର ଜରିଆରେ ମାତ୍ର ୯୯୯ଟଙ୍କାରେ କୋଲକାତାରୁ ବାଗଡୋଗରା ଯାତ୍ରା କରିହେବ । ଭୁବନେଶ୍ୱର-କୋଲକାତା, ଗୋଆ-ବେଙ୍ଗାଲୁରୁ, ଗୌହାଟୀ-ଇମ୍ଫାଲ, ହାଇଦ୍ରାବାଦ-ବେଙ୍ଗାଲୁରୁ ଓ କୋଚି-ବେଙ୍ଗାଲୁରୁ ଯାତ୍ରା ପାଇଁ ୧,୦୯୯ଟଙ୍କା ପୈଠ କରିବାକୁ ପଡ଼ିବ ।
ସେହିପରି ଏୟାର ଏସିଆରେ ପୁନେ-ବେଙ୍ଗାଲୁରୁ ଓ ବିଶାଖାପଟଣା-ବେଙ୍ଗାଲୁରୁ ଯିବା ପାଇଁ ୧,୪୯୯ଟଙ୍କା ଚାର୍ଜ ଲାଗିବ । କମ୍ପାନି ପ୍ରୋମୋସନାଲ ସେଲ ଅଫର ଜରିଆରେ ଇଣ୍ଟରନ୍ୟାସନାଲ ବିମାନ ଟିକେଟ ମୂଲ୍ୟ ୩,୩୯୯ଟଙ୍କା ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/Airasia.jpg)