ସେବାର ନାଁ ‘ସୁଶୃତ ହସ୍ପିଟାଲ’ । କୁନି ଝିଅ ପାଇଁ ସାଜିଛି ସାହା

99

କନକ ବ୍ୟୁରୋ : ବିଚିତ୍ର ଏ ଦୁନିଆ ନିସ୍କପଟ,ନିସ୍ପାପ କଅଁଳିଆ ବୟସରୁ ଆଜି ପର୍ଯ୍ୟନ୍ତ ଲୋକଙ୍କ ଟାହି ଟାପରା ଏବଂ ଦୁଃଖ ,କଷ୍ଟ ଯନ୍ତ୍ରଣାରେ କାଳ କାଟୁଥିବା ନିରିହ ଗରିବ ଝିଅଟିଏ । ୪ବର୍ଷର ହେଇଥିଲା ଶୀତ ଦିନେ ନିଆଁରେ ସେକି ହେଉଥିବା ସମୟରେ ଦୁର୍ଭାଗ୍ୟ ବସତ ଦେହରେ ନିଆଁ ପଡି ପୋଡି ହୋଇଯାଇଥିଲା । ବାପା ,ମାଆ ଛେଉଣ୍ଡ ୪ ବର୍ଷର କଅଁଳ ଶିଶୁଟି ଦେହର ୭୦ ପ୍ରତିସତ ଜଳିଯାଇ ଆଜି ଅଖିଆ ଅପିଆରେ ଜୀବନ କାଟୁଛି । ସ୍ୱର୍ଗ ବାସୀ ପିତା,ପୁରୁଷୋତମ ସିଂ ଓ ମା ସାବିତ୍ରୀ ସିଂଙ୍କ ତୃତୀୟ କନ୍ୟା ଝିଲି ସିଂ ପରିବାରରେ ଦୁଇ ଭାଇ ଓ ଚାରି ଭଉଣୀ ମଧ୍ୟରେ ଇଏ ହେଉଛି ତୃତୀୟ କନ୍ୟା । ଅର୍ଥ ଅଭାବରୁ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ବାଲେଶ୍ୱର ଅଂଚଳର ଜଣେ ସହୃଦୟବାନ ବ୍ୟକ୍ତି ଏବଂ ସ୍ୱେଚ୍ଛସେବକ ସନ୍ତୋଷ ଖଟୁଆ ଦେବଦୂତ ସାଜି ଆଗେଇ ଆସିଲେ ।ବାଲେଶ୍ୱର ଜିଲ୍ଲା ଅଧିନସ୍ତ ନୀଳଗିରି ବ୍ଲକର ସୀଆଳଭାଟି ଗ୍ରାମର ଏହି ନିସ୍ପାପ ଆଦିବାସୀ ଝିଅଟିକୁ କୋଳେଇ ନେଲେ ସନ୍ତୋଷ ଖଟୁଆ । ତାଙ୍କ ପିଲାଦିନର ବନ୍ଧୁ ଡଃ. ଅକ୍ଷୟ କୁମାର ରାଉତଙ୍କ ସାହାର୍ଯ୍ୟ ମାଗି ଝିଅଟିକୁ ପୂର୍ବ ଅବସ୍ଥାକୁ ଫେରିଇବା ପାଇଁ ନିବେଦନ କଲେ । ଝିଅଟିର ଦଃୁଖ ଦୁର୍ଦଶା ଦେଖି ଡଃ. ଅକ୍ଷୟ କୁମାର ରାଉତଙ୍କ ହୃଦୟ ତରଳି ଉଠିଥିଲା । ଶେଷରେ ସେ ନିଜେ ନିଜ ହାତରେ ଗଢିତୋଳିଥିବା ସୁଶୃତ ହସ୍ପିଟାଲ ଏବଂ ଟ୍ରମା କେୟାରରେ ଝିଅଟିର ଅସ୍ରୋପଚାର ଦ୍ୱାରା ପୂର୍ବ ଅବସ୍ଥାକୁ ଫେରେଇବା ପାଇଁ ପ୍ରତିଶୃତି ଦେଲେ । ଝିଅଟିର ସରଳ ହୃଦୟ ଓ ନିହାତି ଗରିବ ହୋଇଥିବାରୁ ତାକୁ ବିନା ଅର୍ଥରେ ଅସ୍ରୋପଚାର କରି ମହନତା ଅର୍ଜନ କରିଛନ୍ତି ।