କନକ ବ୍ୟୁରୋ: ରୋଜଗାର ଓ ନିଯୁକ୍ତି ଉପରେ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ । ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉଥିବା ସଂସ୍ଥାଙ୍କୁ ଆର୍ଥିକ ସହଯୋଗ କରିବେ ସରକାର । ଇପିଏଫଓରେ ମଧ୍ୟ ମିଳିବ ଆର୍ଥିକ ସୁବିଧା ।
ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉଥିବା ସଂସ୍ଥା ବା କମ୍ପାନୀ ଗୁଡିକୁ ଆର୍ଥିକ ସହାୟତା ଯୋଗାଇବେ ସରକାର । ଯଦି କୌଣସି କମ୍ପାନୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅନ୍ତି ସେମାନଙ୍କୁ ପ୍ରଥମ ମାସର ଦରମା ସରକାରଙ୍କ ପକ୍ଷରୁ ମିଳିବ । ସରକାରଙ୍କ ଏହି ସ୍କିମରେ ଉପକୃତ ହେବେ ୧୦ ଲକ୍ଷ ନବନିଯୁକ୍ତ । ଏହାସହ ନୂଆ ଚାକିରି କଲେ ବି ସେମାନେ ଇପିଏଫଓରେ ନାଁ ପଞ୍ଜିକରଣ କରିପାରିବ । ଏହାଦ୍ୱାରା ପ୍ରଥମ ମାସରେ ସେମାନଙ୍କ ଇପିଏଫଓ ଆକାଉଣ୍ଟକୁ ୧୫ ହଜାର ଟଙ୍କା ଟ୍ରାନ୍ସଫର ହେବ । ଏହାକୁ ୩ ଟି କିସ୍ତିରେ ଦିଆଯେିବ ।
ଏହାସହ ଦେଶର ଟପ୍ ୫୦୦ କମ୍ପାନୀରେ ଇଣ୍ଟର୍ଣ୍ଣ କରୁଥିବା ଯୁବକ ଯୁବତୀଙ୍କୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ସହାୟତା । ମାସିକ ଇଣ୍ଟର୍ଣ୍ଣସିପ୍ ଭତ୍ତା ଭାବେ ସେମାନଙ୍କୁ ୫୦୦୦ ଟଙ୍କା ଦିଆଯିବାକ୍ୁ ଘୋଷଣା ହୋଇଥିବାବେଳେ ଏକକାଳୀନ ୬୦୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।