ବାଜିଲା ସତର୍କ ଘଂଟି ! ବଦଳି ଯାଇପାରେ ବିଶ୍ୱର ମାନଚିତ୍ର । ଆଫ୍ରିକା ମହାଦ୍ୱୀପରୁ ହୋଇସାରିଛି ଏହାର ଆରମ୍ଭ

101

ପୁଣି ଥର ବଦଳିପାରେ ବିଶ୍ୱର ମାନଚିତ୍ର । ଗବେଷକଙ୍କ କହିବାନୁସାରେ, ଆଫ୍ରିକା ମହାଦ୍ୱୀପ ଦୁଇ ଖଣ୍ଡରେ ବାଂଟି ହୋଇଯିବ ଆଉ ଆଗାମୀ ଏକ କୋଟି ବର୍ଷ ମଧ୍ୟରେ ଏହି ଦୁଇ ଖଣ୍ଡ ମଧ୍ୟରେ ଏକ ମହାସାଗର ସୃଷ୍ଟି ହୋଇଯିବ । ତେବେ ଏହି ପ୍ରକ୍ରିୟାର ଆରମ୍ଭ ଏବେ ହୋଇସାରିଛି । ଦକ୍ଷିଣ ପଶ୍ଚିମ ଇଲାକାରେ ଏକ ଦୀର୍ଘକାୟ ତଥା ବହୁତ ଦଉଡାର ଏକ ଫାଟ ସୃଷ୍ଟି ହୋଇଛି ଏବଂ ଲଗାତର ରୂପେ ଏହାର ଆକାର ପ୍ରକାର ଏବେ ବୃଦ୍ଧି ପାଇବାରେ ଲାଗିଛି । ଏଠାକାର ନୌରବି-ଲରିକ ହାଇୱେ ସଂପୂର୍ଣ୍ଣ ଭାବରେ ନଷ୍ଟ ଭ୍ରଷ୍ଟ ହୋଇଯାଇଛି । ଭୂମିକମ୍ପର ଗତିବିଧି ମଧ୍ୟ ଏଠାରେ ଦ୍ରୁତ ଗତିରେ ବଢି ଚାଲିଛି । ଯାହାର ସୂଚନା ନିକଟରେ ଜାଣିବାକୁ ମିଳିଛି ।

ଫାଟ ସୃଷ୍ଟି ହେବାର କାରଣ

ପୃଥିବୀ ପୃଷ୍ଠରେ ଥିବା ଲିଥେସ୍ପେୟର ବିଭିନ୍ନ Tectonic platesରେ ବିଭାଜିତ ହୋଇଥାଏ । ଏହି ପ୍ଲେଟଗୁଡିକ ସ୍ତିର ନୁଅନ୍ତି । ଭିନ୍ନ ଭିନ୍ନ ଗତିରେ ଏଗୁଡିକ ପରସ୍ପର ଆଡକୁ ଗତି କରିଥାନ୍ତି । ଏଗୁଡିକ ଅତ୍ୟଧିକ ଚଳାୟମାନ ଏଥେନୋସ୍ପିୟର ଉପରେ ଚଳପ୍ରଚଳ କରିଥାନ୍ତି । କୁହାଯାଏ କି, ଏଥେନୋସ୍ପିୟର ପରିକ୍ରମା ଏବଂ ପରିଧିରୁ ସୃଷ୍ଟି ହୋଇଥିବା ବଲ୍ ଏଗୁଡିକୁ ଆହୁରୀ ଗତିଶୀଳ କରିଥାଏ । ଏହି ଶକ୍ତି ପ୍ଲେଟର ସାମାନ୍ୟ ରୂପରେ ଗତି କରିନଥାଏ ବରଂ କେବେ କେବେ ପ୍ଲେଟର ପରିଧିକୁ ଭାଙ୍ଗି ମଧ୍ୟ ଦେଇଥାଏ । ଯାହାଦ୍ୱାରା ପୃଥିବୀରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଏକ ନୂତନ ପ୍ଲେଟ ବାଉଣ୍ଡ୍ରି ସୃଷ୍ଟି ହେବାର ସ୍ଥିତି ଉପୁଜିଥାଏ ।

ଏଠାରେ ଆମେ କହି ରଖୁଛୁ କି, ପୃଥିବୀ ପୃଷ୍ଠରେ ଏଭଳି ଧରଣର ଫାଟ ସୃଷ୍ଟି ହେବାର କାରଣ କୌଣସି ମହାଦ୍ୱୀପର ବିଭାଜନର ଆରମ୍ଭ ଅଟେ । ଯଦି ଏହି ପ୍ରକ୍ରିୟା ସଫଳ ରହେ ତେବେ ଏହାର ଫଳସ୍ୱରୂପ ସେଠାରେ ଏକ ନୂଆ ମହାସାଗର ସୃଷ୍ଟି ହୋଇଯାଇଥାଏ । ୧୩ କୋଟି ୮୦ ଲକ୍ଷ ବର୍ଷ ପୂର୍ବରୁ ଏହି ପ୍ରକ୍ରିୟା କାରଣରୁ ଦକ୍ଷିଣ ଆମେରିକା ଏବଂ ଆଫ୍ରିକା ମହାଦ୍ୱୀପ ଅଲଗା ହୋଇଯାଇଥିଲା । ଆଜି ମଧ୍ୟ ଏହି ଦୁଇଟି ମହଦ୍ୱୀପ ତଟବର୍ତ୍ତୀ ଅଂଚଳର ଦୃଶ୍ୟ ଏହାକୁ ପ୍ରମାଣିତ କରୁଛି ।

ସୌଜନ୍ୟ: ଦୈନିକ ଜାଗରଣ