ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ । ରାଜ୍ୟ ସରକାର ଆଣିବେ ଆଇନ । ସୌନ୍ଦର୍ଯ୍ୟକରଣ କାମ ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।

287

କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ । ସ୍ୱତନ୍ତ୍ର ଆଇନକୁ ପ୍ରଣୟନ କରିବେ ରାଜ୍ୟ ସରକାର । ପୁରୀ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ବି ରହିବ ଆଇନ । ସ୍ୱତନ୍ତ୍ର ଆଇନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ସୂଚନା ଦେଇଛନ୍ତି ଅଶୋକ ପଣ୍ଡା ।

ତେବେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଧ୍ୟାନ କରିଛନ୍ତି । ମନ୍ଦିରର ଚାରିପାଖ ସୌନ୍ଦର୍ଯ୍ୟକରଣ ପାଇଁ ଜମି ଦେଇଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।