ଆପଣଙ୍କ ପାଖରେ ରହିଛି କି ଏଭଳି ଆଧାର କାର୍ଡ ? ତେବେ ୟୁଆଇଡିଏଆଇ କରିବ ରଦ୍ଦ । ଜାଣନ୍ତୁ କାହିଁକି

60

ବର୍ତ୍ତମାନ ପରିସ୍ଥିତି ଉଭୟ ସରକାରୀ ଏବଂ ବେସରକାରୀ ସେବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ଅଟେ । କେନ୍ଦ୍ର ସରକାରଙ୍କର ଏହି ଘୋଷଣା ପରେ ପରେ ଏବେ ସମସ୍ତ ସେବା ଓ ଯୋଜନା ପାଇଁ ଆଧାର ଅତି ଜରୁରୀ ହୋଇପଡିଛି । ସେହିପରି ଆଧାରକାର୍ଡର ସୁରକ୍ଷା ନେଇ ମଧ୍ୟ ସରକାରଙ୍କ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି । ଆଉ ତାହା କାର୍ଯ୍ୟକାରୀ ମଧ୍ୟ ହୋଇଛି । ତେବେ ଯଦି ଆପଣ ଆପଣଙ୍କର ଆଧାରକାର୍ଡର ସୁରକ୍ଷା ପାଇଁ ତାକୁ ନାମିନେଟ୍ କିମ୍ବା ପ୍ଲାଷ୍ଟିକ କାର୍ଡରେ ପରିବର୍ତ୍ତିତ କରିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହାଦ୍ୱାରା ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଏକଥା ଆମେ କହୁନାହୁଁ ବରଂ ଏଭଳି ସତର୍କବାଣୀ ଶୁଣାଇଛି ୟୁଆଇଡିଏଆଇ ।

ସୂଚନା ମୁତାବକ, ଆଧାର କାର୍ଡକୁ ନାମିନେଟ କିମ୍ବା ପ୍ଲାଷ୍ଟିକ କାର୍ଡରେ ପରିବର୍ତ୍ତନ କରିବା ଦ୍ୱାରା ଏଥିରେ ଥିବା କ୍ୟୁଆର କ୍ଷତିଗ୍ରସ୍ତ ହୋଇପାରେ । ଏହାବ୍ୟତୀତ ସମ୍ବନ୍ଧିତ ବ୍ୟକ୍ତିଙ୍କର ଅଜଣାତରେ ବି ତାଙ୍କର ବ୍ୟକ୍ତିଗତ ସୂଚନା ଅନ୍ୟ କୌଣସି ବ୍ୟକ୍ତିଙ୍କ ହାତରେ ଲାଗିପାରେ । ୟୁଆଇଡିଏଆଇ ନିକଟରେ ସ୍ପଷ୍ଟ କରିଛି କି, ଆଧାର ଲେଟର, ସାଧାରଣ କାଗଜରେ କରାଯାଇଥିବା ଡାଉନଲୋଡ କିମ୍ବା ଏମ-ଆଧାର ସଂପୂର୍ଣ୍ଣ ରୂପେ ବୈଧ ଅଟେ । ଜାଣି ରଖନ୍ତୁ କି, ଆଧାର କାର୍ଡକୁ ସୁରକ୍ଷିତ ରଖିବା ପାଇଁ ସାଧାରଣତଃ ଲୋକେ ତାକୁ ନାମିନେସନ କିମ୍ବା ତାକୁ ପ୍ଲାଷ୍ଟିକ କାର୍ଡରେ ପରିବର୍ତ୍ତନ କରିଥାନ୍ତି । । ଆଧାର କାର୍ଡରେ ପରିବର୍ତ୍ତନ କରିବା ଉପରେ ୫୦ ରୁ ୩୦୦ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ଆଧାର ଡାଟା ଲିକ୍ ହେବା ଭଳି ଅଭିଯୋଗକୁ ଆଧାର କରି ୟୁଆଇଡିଏଆଇ ଜନତାଙ୍କୁ ସଚେତନ କରିବା ସହିତ ହିଁ ଆଧାରର ସୁରକ୍ଷା ଚକ୍ରକୁ ଆହୁରି ମଜଭୁତ କରିବାରେ ଲାଗିପଡିଛି ।

ୟୁଆଇଡିଏଆଇ ସୂଚନା ମୁତାବକ, କ୍ୟୁକ୍ ରେସପନ୍ସ କୋଡ ତଥା କ୍ୟୁଆର କୋଡ କାମ ନକରିବା ଦ୍ୱାରା ପ୍ଲାଷ୍ଟିକର କିମ୍ବା ପିବିସି ଆଧାର ସ୍ମାର୍ଟ କାର୍ଡ ଅନେକ ସମୟରେ ବ୍ୟବହାର ପାଇଁ ପ୍ରଯୁଯ୍ୟ ହୋଇନଥାଏ । ଯାହାକି ଭୁଲ୍ ତରିକାରେ ପ୍ରିଂଟ କରିବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ସମ୍ବେଦନଶୀଳ ସୂଚନାଗୁଡିକ ମଧ୍ୟ ମନ୍ଦ ଲୋକଙ୍କ ହାତରେ ଲାଗିବାର ଯଥେଷ୍ଟ ସମ୍ଭାବନା ରହିପାରେ ବୋଲି ୟୁଆଇଡିଏଆଇ ପକ୍ଷରୁ ସତର୍କ କରାଯାଇଛି ।