ଆଧାରକାର୍ଡରେ ତ୍ରୁଟିପୂର୍ଣ୍ଣ ନାମ,ଠିକଣା କିମ୍ବା ଫୋନ୍ ନମ୍ବର ରହିଯାଇଥିଲେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। କାହିଁକି ନା, ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ଏହାର ସମାଧାନର ବାଟ କା
ଢ଼ିଛି । ଏଣିକି ବ୍ୟବହାରକାରୀ ନିଜ ଘରେ ବସି ତାଙ୍କ ଆଧାରକାର୍ଡରେ ଥିବା ତ୍ରୁଟି ସଂଶୋଧନ କରିପାରିବେ। ଆଧାର ନମ୍ବରଧାରୀମାନେ ଅନଲାଇନ୍ ଜରିଆରେ ଆଧାର ସଂଶୋଧନ କରିପାରିବେ । ଆଧାର୍ ୱେବସାଇଟ୍ ଲଗ ଇନ୍ କରିବା ପାଇଁ ୩ଟି ପ୍ରକ୍ରିୟା ଦେଇ ଯିବାକୁ ହେବ । ତାହା ହେଉଛି ଲଗ୍ ଇନ୍ ଉଇଥ୍ ଆଧାର, ଅପଲୋଡ୍ ଡକ୍ୟୁମେଣ୍ଟ୍ସ ଏବଂ ସିଲେକ୍ଟ ବିପିଓ । ଏହି ଆଧାର ପଞ୍ଜିକରଣ କରିବା ବେଳେ ଓ୍ଵାନଟାଇମ୍ ପାସଓ୍ଵାର୍ଡ(ଓଟିପି) ପାଇଁ ମୋବାଇଲ୍ ନମ୍ବର ଦେବାକୁ ହେବ।
ଆଧାରକାର୍ଡ ଠିକଣା ଅପଡେଟ୍ କରନ୍ତୁ ଏମିତି
• ୟୁଆଇଡିଏଆଇ ୱେବସାଇଟ୍ ଖୋଲନ୍ତୁ ।
• ସେଠାରେ ଦୃଶ୍ୟମାନ ହେଉଥିବା ‘ଅପଡେଟ୍ ଆଧାର ଡିଟେଲ୍’ଉପରେ କ୍ଲିକ୍ କରନ୍ତୁ।
• ତା’ପରେ ଆପଣଙ୍କ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବରକୁ ସେଠାରେ ଦିଅନ୍ତୁ ।
• ସେଠାରେ ଆପଣଙ୍କୁ ‘ସେଣ୍ଡ୍ ଓଟିପି’ ନାମରେ ଏକ ବିକଳ୍ପ ଦୃଶ୍ୟମାନ ହେବ । ଆପଣ ତାହାକୁ କ୍ଲିକ୍ କରନ୍ତୁ ।
• ତା’ପରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଆସୁଥିବା ଓଟିପିକୁ ସେଠାରେ ଦିଅନ୍ତୁ।
• ତା’ପରେ ଲଗଇନ୍ ଉପରେ କ୍ଲିକ୍ କରନ୍ତୁ ।
• ତା’ପରେ ଆପଣ ପରବର୍ତ୍ତୀ ଫର୍ଦ୍ଦକୁ ଚାଲିଯିବେ । ସେଠାରେ ଉଲ୍ଲେଖ ଥିବା ଆଡ୍ରେସକୁ ସିଲେକ୍ଟ କରନ୍ତୁ ।
ୟୁଆଇଡିଏଆଇ ପକ୍ଷରୁ ବ୍ୟବହାରକାରୀଙ୍କୁ କୁହାଯାଇଛି ଯେ, ସେଠାରେ ଇଂରାଜି ଭାଷାରେ ଥିବା ସୂଚନା ପ୍ରକୃଷ୍ଟ ଭାବରେ ଅନୁବାଦ କରାଯିବ । ବ୍ୟବହାରକାରୀ ଚାହିଁଲେ ନିଜ ମୁତାବକ ତାଙ୍କ ଆଞ୍ଚଳିକ ଭାଷା ଅନୁସାରେ ଠିକଣାର ଅନୁବାଦ କରିପାରିବେ ।
ଏହି ସବୁ ଡକ୍ୟୁମେଣ୍ଟ୍ ଦେବାକୁ ହେବ
• ଏସବୁ କରିବା ପରେ ଆଧାରକାର୍ଡଧାରୀମାନଙ୍କୁ ସେମାନଙ୍କ ଡକ୍ୟୁମେଣ୍ଟ୍ ସେଠାରେ ଦେବାକୁ ହେବ ।
• ସେଠାରେ ଅରିଜିନାଲ୍ ସ୍କାନ୍ କପି ଦେବାକୁ ହେବ ।
• ଆପଣ ଆବେଦନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ପାଇବେ ।
• ଆପଣ ଥରେ ଆବେଦନ କରି ଦେବା ପରେ ଆପଣଙ୍କୁ ଏକ ଅପଡେଟ୍ ନମ୍ବର ପ୍ରଦାନ କରାଯିବ।
ଆପଣ ନିଜର ପାସପୋର୍ଟ, ପାସବୁକ୍, ରାସନ କାର୍ଡ, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ, ପାଣି ବିଲ୍, ଫୋନ୍ ବିଲ୍ ଲ୍ୟାଣ୍ଡ୍ ଲାଇନ୍ ବିଲ୍ ଏବଂ ଇଲେକ୍ଟ୍ରି ବିଲ୍ ଆଦିର ସ୍କାନ୍ କପି ଦେଇପାରିବେ । ମନେରଖନ୍ତୁ ପାଣି ବିଲ୍, ଫୋନ୍ ବିଲ୍ ଲ୍ୟାଣ୍ଡ୍ ଲାଇନ୍ ବିଲ୍ ଏବଂ ଇଲେକ୍ଟ୍ରି ବିଲ୍ ଆଦି ୩ ମାସ ମଧ୍ୟରେ ହୋଇଥିବା ଜରୁରୀ ।
ମୋବାଇଲ୍ ନମ୍ବର ଅପଡେଟ୍ କରିବାର ଥିଲେ
• ପ୍ରଥମେ ଆଧାର ୱେବସାଇଟ୍ ଖୋଲିବେ ।
• ସେଠାରେ ସବିଶେଷ ସୂଚନା ପ୍ରଦାନ କରିବେ। • ଆଧାର ନମ୍ବର ଏବଂ ଓଟିପି ପ୍ରଦାନ କରିବେ ।
• ସେଠାରେ ଆପଣଙ୍କୁ ଫୋନ୍ ନମ୍ବର ଦେବା ପାଇଁ ଏକ ବକ୍ସ ଦୃଶ୍ୟମାନ ହେବ ।
• ଫୋନ୍ ନମ୍ବର ଦେବା ପରେ ସବମିଟରେ କ୍ଲିକ୍ କରିଦେଲେ ଆପଣଙ୍କ କାମ ଶେଷ ।
ମନେରଖନ୍ତୁ ଯେଉଁ ମୋବାଇଲ୍ ନମ୍ବର ୱେବସାଇଟରେ ଦେଇଥିବେ ସେଠାକୁ ବାରମ୍ବାର ଓଟିପି ଆସିବ । ତେଣୁ ସେହି ଓଟିପିକୁ ସାଇଟରେ ଦେବା ପରେ ହିଁ ଆପଣଙ୍କ ସଫଳତାର ସହ କାର୍ଯ୍ୟ କରିବାରେ ସମର୍ଥ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/ss.jpg)