ସତ ଲୁଚାଇଥିଲା କି ନାସା ? ପୃଥିବୀର ନିକଟବର୍ତ୍ତୀ ଥିବା ଏହି ବିପଦକୁ ଦୁନିଆଠୁ ଲୁଚାଇଥିଲା ଆମେରିକା । ବୈଜ୍ଞାନିକଙ୍କ ସଙ୍ଗୀନ ଅଭିଯୋଗ

61

ନାସା ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ବୈଜ୍ଞାନିକ । ବୈଜ୍ଞାନିକଙ୍କ ଅଭିଯୋଗ ମୁତାବକ, ଆମେରିକାର ମହାକାଶ ଦଳ ତଥା ନାସା ମଙ୍ଗଳ ଗ୍ରହରେ ଏଲିୟନ ଲାଇଫର ପ୍ରମାଣକୁ ଦୁନିଆଠାରୁ ଲୁଚାଇ ରଖିିଛି । କାରଣ, ସ୍ପେସ ଏକ୍ସପ୍ଲୋରର ତରଫରୁ ଉଠାଯାଇଥିଲା ମଙ୍ଗଳ ଗ୍ରହର କିଛି ଫଟୋରେ ସଫ୍ଟ ବଡି ଲାଇଫ ଫର୍ମର କିଛି ଅଂଶ ବିଶେଷ ସାମ୍ନାକୁ ଆସିଛି । ଯାହାକୁ ନେଇ ନାସା ସମସ୍ତଙ୍କଠାରୁ ଗୋପନୀୟ ରଖିଛି ।

ଗବେଶକଙ୍କ ଦାବି ରହିଛି କି, ସେମାନଙ୍କ ଏକ ରିପୋର୍ଟ, ଯାହା ନାସାର କିଛି ଗୋପନୀୟ ତଥ୍ୟକୁ ବିଶ୍ୱବାସୀଙ୍କ ସମ୍ମୁଖରେ ଠିଆ କରିଦେବ । ଗବେଶକଙ୍କ କହିବାନୁସାରେ, ଏହି ସନ୍ଧାନକୁ ନାସା ପକ୍ଷରୁ ଅଣଦେଖା କରିଦିଆଯାଇଥିଲା । କାହିଁକି ନା, ଏଜେନ୍ସିଙ୍କ ଯୋଜନା ରହିଛି ୨୦୩୦ ସୁଦ୍ଧା ମଙ୍ଗଳ ଗ୍ରହରେ ଏକ ମାନବ ମିଶନ ପ୍ରେରଣ କରିବା ।

ତେଣୁ ଏଥିପାଇଁ ହିଁ ନାସା ଏହି ଫଟୋରେ ଦୃଶ୍ୟମାନ ହେଉଥିବା ଆକୃତିକୁ ରକ କ୍ରିଷ୍ଟଲ ବୋଲି କରିଛି । ତେବେ ନାସାର ଏହି ଚାଲାକି ଏବେ ଧରା ପଡିଛି । ନାସାର ଏହି ଭୁଲକୁ ଧରିଛନ୍ତି ଏହି ବୈଜ୍ଞାନିକ ଜଣକ । ତାଙ୍କ କହିବା କଥା ହେଲା, କ୍ୟୁରିଓସିଟି ରୋଭରରୁ ନିଆଯାଇଥିବା ଏହି ଫଟୋରେ ଯେଉଁ ପ୍ୟାଟର୍ନ ଦୃଶ୍ୟମାନ ହୋଇଛି, ତାହା ଠିକ୍ ପୃଥିବୀରୁ ଉଠାଯାଇଥିବା ଙକ୍ସୟକ୍ଟଙ୍ଗବଗ୍ଦଷସବଦ୍ଭ ଗ୍ଧକ୍ସବମର ଜୀବାସ୍ମ ଭଳି ପ୍ରତୀୟମାନ ହେଉଛି ।

ସୌଜନ୍ୟ: ଡେଲିହଂଟ