ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର ! ପୁଣି ଥରେ ବଢି ପାରେ କର୍ମଚାରୀଙ୍କ ଦରମା

40

ମୋଦି ସରକାର ଦେଶର ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ପୁଣି ଏକ ବଡ଼ ଉପହାର ଦେବାକୁ ଯୋଜନା ଚଳାଇଛନ୍ତି । ତେବେ କେନ୍ଦ୍ର ସରକାର ସପ୍ତମ ବେତନ ଆୟୋଗରେ କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ସର୍ବନିମ୍ନ ଦରମାକୁ ୧୮,୦୦୦ ଟଙ୍କାରୁ ୨୧,୦୦୦ଟଙ୍କାକୁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ ଚଳାଇଛନ୍ତି ।

ଯଦିଓ କର୍ମଚାରୀମାନେ ଏହାକୁ ୨୬,୦୦୦ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ତେବେ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ରାଷ୍ଟ୍ରିୟ ପରାମର୍ଶଦାତା (ଏନଏସି) ଆଗାମୀ ମାସର ବେସିକ୍ ପେ ସ୍ଟ୍ରକ୍ଚରର ରିଭ୍ୟୁ ବାବଦକୁ ଦେଇପାରନ୍ତି । ଯାହାଦ୍ୱାରା କି ସପ୍ତମ ବେତନ ଆୟୋଗ, କର୍ମଚାରୀମାନଙ୍କର ଦରମା ୨.୫୭ ଗୁଣା ବୃଦ୍ଧି କରିବାକୁ ସୁପାରିଶ କରିଥିବାବେଳେ ତାକୁ ୩ଗୁଣା ବୃଦ୍ଧି କରିବାକୁ ସାଧାରଣରେ ଦାବି କରାଯାଇଛି । ସୂଚନା ମୁତାବକ, କେନ୍ଦ୍ର ସରକାର ପକ୍ଷରୁ କିଛି ମାସ ପୂର୍ବରୁ ସର୍ବନିମ୍ନ ବେସିକ୍ ପେକୁ ୭,୦୦୦ ଟଙ୍କାରୁ ବୃଦ୍ଧି କରଯାଇ ତାକୁ ୧୮,୦୦୦ଟଙ୍କା କରିବା ଏବଂ ସର୍ବାଧିକ ବେସିକ୍ ପେକୁ ୮୦,୦୦୦ରୁ ୨,୫୦,୦୦୦ ଟଙ୍କା କରିବାକୁ ଅନୁମତି ଦେଇଥିଲେ । ଯାହାକୁ ନେଇ ଏବେ ଅସନ୍ତୋଷ ଦେଖା ଦେଇଛି । କାରଣ କେନ୍ଦ୍ରୀୟ କର୍ମଚାରୀ ୟୁନିୟନ ଏହି ବୃଦ୍ଧିକୁ ନେଇ ସେତେଟା ଖୁସି ହୋଇପାରି ନାହାଁନ୍ତି । ସେମାନେ ଏଥିରେ ଅତି କମରେ ୨୬,୦୦୦ଟଙ୍କା କରିବାକୁ ଦାବି କରିଛନ୍ତି ।

ସେ ଯାହା ହେଉନା କାହିଁକି, କେନ୍ଦ୍ରୀୟ କର୍ମଚାରୀମଙ୍କ ପାଇଁ ସରକାରଙ୍କର ଏଭଳି ପଦକ୍ଷେପ ଅତ୍ୟନ୍ତ ଲାଭଜନକ ଅଟେ । ତେବେ ସେ ସର୍ବନିମ୍ନ ବେତନ ୨୧,୦୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇ ଥାଉ ନା କାହିଁକି । ସପ୍ତମ ସିପିସିର ଆଧାରରେ ପେ ବ୍ୟାଣ୍ଡ ଏବଂ ଗ୍ରେଡ୍ ପେର ପୁରୁଆ ସିଷ୍ଟମକୁ ଏବେ ହଟାଇ ଦିଆଯାଇଛି ଏବଂ ଏକ ନୂଆ ପେ ମ୍ୟାଷ୍ଟ୍ରିକ୍ସ ଆରମ୍ଭ କରି ଦିଆଯାଇଛି ।

ଯାହାର ପରିସରରେ ନାଗରିକ, ରକ୍ଷା କର୍ମଚାରୀ ଏବଂ ସୈନିକ ନିର୍ସିଂ ସେବା ପାଇଁ ପୃଥକ ପୃଥକ ଭାବେ ପେମେଂଟ୍ କ୍ରାଇଟେରିଆ ପ୍ରସ୍ତୁତ କରାଯାଇଛି । ଅର୍ଥ ମନ୍ତ୍ରାଳୟର ସୂଚନା ମୁତାବକ, ସିୟାଚିନରେ କାର୍ଯ୍ୟରତ ଯବାନମାନଙ୍କୁ ମିଳୁଥିବା ଭତ୍ତାକୁ ୧୪,୦୦୦ଟଙ୍କାରୁ ୩୦,୦୦୦ ଟଙ୍କାକୁ ବୃଦ୍ଧି କରିଦିଆଯାଇଛି । ସେହିପରି ଅଧିକାରୀମାନଙ୍କୁ ହାଇ ରିସ୍କ ଏରିଆରେ କାମକରିବା ଉପରେ ମିଳୁଥିବା ଭତ୍ତାକୁ ୨୧,୦୦୦ଟଙ୍କାରୁ ୪୨,୫୦୦ଟଙ୍କାକୁ ବଢାଇ ଦିଆଯାଇଛି ।

ଅନ୍ୟପଟେ, ସରକାର ନର୍ସିଂ ଭତ୍ତାର ଦରକୁ ମଧ୍ୟ ପ୍ରତି ମାସ ହିସାବରେ ୪,୮୦୦ଟଙ୍କାରୁ ୭,୨୦୦ଟଙ୍କାକୁ ବୃଦ୍ଧି କରିଦିଆଯାଇଛି । ସେହିପରି ଅପରେସନ ଥିଏଟର ପାଇଁ ମିଳୁଥିବା ଭତ୍ତାକୁ ବି ମାସିକ ହିସାବରେ ୩୬୦ଟଙ୍କାରୁ ୫୪୦ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାବ୍ୟତୀତ ମରିନ କମାଣ୍ଡୋଙ୍କ ଭତ୍ତାରେ ମଧ୍ୟ ବୃଦ୍ଧି କରିଦିଆଯାଇଛି । ଏବେ ସେମାନଙ୍କୁ ମାସିକ ୧୦,୫୦୦ଟଙ୍କାରୁ ୧୭,୩୦୦ଟଙ୍କାକୁ ବୃଦ୍ଧି କରିଦିଆଯାଇଛି ।

ସୌଜନ୍ୟ: ଜନସତ୍ତା