ବନ୍ଦ ହୋଇପାରେ ଜିଓ ସମେତ ଅନ୍ୟ କଂପାନୀର ସିମକାର୍ଡ ! ସେବା ଜାରି ରଖିବାକୁ ଏଣିକି ଗ୍ରାହକଙ୍କୁ ରିଚାର୍ଜ କରିବାକୁ ପଡିବ ଏତିକି ଟଙ୍କା

ମୋବାଇଲ ଗ୍ରାହକଙ୍କୁ ଝଟକା

3,592

ମୋବାଇଲ ଗ୍ରାହକଙ୍କୁ ଝଟକା । ବନ୍ଦ ହୋଇପାରେ ସିମ୍ କାର୍ଡ । ସୂଚନା ମୁତାବକ, ଆଗାମୀ ୬ ମାସ ଭିତରେ ଦେଶର ଟେଲିକମ କଂପାନୀମାନଙ୍କର ବର୍ଦ୍ଧିତ ବଜାରକୁ ଏକ ଜୋରଦାର ଝଟକା ଲାଗିପାରେ । ଜାତୀୟ ଗଣମାଧ୍ୟମରେ ପ୍ରକାଶତ ଖବର ମୁତାବକ, ଆଗାମୀ ମଧ୍ୟରେ ୬୦ ମିନିୟନ ତଥା ୬ କୋଟି ୟୁଜର୍ସଙ୍କର ସିମକାର୍ଡ ବନ୍ଦ ହୋଇପାରେ ।

ମିଳିଥିବା ସୂଚନା ଅନୁଯାୟୀ, ୟୁଜର୍ସ ଏବେ ଦୁଇଟି ଲେଖାଏଁ ସିମ ଧରିବା ବଦଳରେ କେବଳ ଗୋଟିଏ ସିମକାର୍ଡ ହିଁ ବ୍ୟବହାର କରୁଛନ୍ତି । ଏହି ରିପୋର୍ଟରେ ସେଲ୍ୟୁଲାର ଆଶୋସିଏସନ ଅଫ ଇଣ୍ଡିଆ (COAI)ର ଡାଏରେକ୍ଟର ରାଜନ ମଥ୍ୟୁ ତରଫରୁ କୁହାଯାଇଛି କି, ଆଗାମୀ ୬ ମାସ ମଧ୍ୟରେ ୟୁଜର୍ସଙ୍କର ସଂଖ୍ୟା ୨.୫ କୋଟିରୁ ୩ କୋଟି ପର୍ଯ୍ୟନ୍ତ ହ୍ରାସ ପାଇପାରେ । ସେହିପରି ଟେଲିକମ ସେକ୍ଟର ସହ ଜଡିତ ଅନ୍ୟ ବିଶେଷଜ୍ଞଙ୍କ ତରଫରୁ କୁହାଯାଇଛି କି, ଆଗାମୀ ୬ ମାସ ମଧ୍ୟରେ ୟୁଜର୍ସଙ୍କର ସଂଖ୍ୟା ସାଢେ ଚାରି କୋଟିରୁ ୬ କୋଟି ପର୍ଯ୍ୟନ୍ତ ହ୍ରାସ ପାଇପାରେ ।

କେଉଁ କାରଣରୁ ବନ୍ଦ ହୋଇପାରେ ସିମ୍

ଟେଲିକମ ସେକ୍ଟର ସହ ଜଡିତ ବିଶେଷଜ୍ଞଙ୍କ ମତରେ, ଟେଲିକମ ଜଗତରେ ରିଲାଏନ୍ସ ଜିଓ ପାଦ ଦେବା ପରଠାରୁ ଲୋକେ ଡୁଆଲ ସିମ ବ୍ୟବହାର ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି । ହେଲେ ଅନ୍ୟ ପ୍ରତିଦ୍ୱନ୍ଦି କଂପାନୀ ତଥା ଏୟାରଟେଲ, ଭୋଡାଫୋନ-ଆଇଡିଆ ଭଳି କଂପାନୀ ମାନେ ବି ଜିଓ ଭଳି ଶସ୍ତା ପ୍ଲାନମାନ ଲଂଚ କରୁଛନ୍ତି । ଯେଉଁ କାରଣରୁ ୟୁିଜର୍ସ ଦୁଇଟି କିମ୍ବା ୩ଟି ସିମ ରଖିବା ବଦଳରେ କେବଳ ଗୋଟିଏ ସିମ ବ୍ୟବହାର କରୁଛନ୍ତି । ଅନ୍ୟ ଅପରେଟର୍ସଙ୍କ ସିମକୁ ବନ୍ଦ କରି ରଖୁଛନ୍ତି ନଚେତ ତାକୁ ରିଚାର୍ଜ କରୁନାହାଁନ୍ତି ।

ସାଢେ କୋଟି ୟୁଜର୍ସ ବ୍ୟବହାର କରୁଛନ୍ତି ସିଙ୍ଗଲ୍ ସିମ

ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ଦେଶରେ ମୋବାଇଲ ଉପଭୋକ୍ତାମାନଙ୍କ ସଂଖ୍ୟା ୧,୨ ଅରବ ଥିଲା । ଯେଉଁଥିରେ କେବଳ ଗୋଟିଏ ସିମ ବ୍ୟବହାର କରୁଥିବା ୟୁଜର୍ସଙ୍କ ସଂଖ୍ୟା ରହିଛି ସାଢେ ୭ କୋଟି । ସେହିପରି ଅନ୍ୟ ୟୁଜର୍ସ ଦୁଇଟି କିମ୍ବା ଏହାଠାରୁ ଅଧିକ ସିମକାର୍ଡ ବ୍ୟବହାର କରନ୍ତି । ମିଳିଥିବା ସୂଚନା ଅନୁସାରେ, ଉଭୟ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ନିଜର ସେହି ୟୁଜର୍ସଙ୍କର ଇନକମିଂ କଲ ବନ୍ଦ କରିପାରନ୍ତି । ଯେଉଁମାନେକି ନିଜ ସିମକୁ ନିୟମିତ ରୂପରେ ରିଚାର୍ଜ କରୁନାହାଁନ୍ତି । ଏଥିପାଇଁ କଂପାନୀ ତରଫରୁ ମିନିମମ ରିଚାର୍ଜ ପ୍ଲାନ ବି ଲଂଚ କରାଯାଇଛି । ତେଣୁ ଯେଉଁ ୟ.ୁଜର୍ସ ନିଜ ସିମକାର୍ଡର ସୁବିଧାକୁ ଜାରି ରଖିବାକୁ ଚାହୁଁଛନ୍ତି ସେମାନଙ୍କୁ ଏକ ମିନିମମ ପ୍ଲାନ ରିଚାର୍ଜ କରିବାକୁ ପଡିବ ।

ମିନିମମ ରିଚାର୍ଜ ପ୍ଲାନ

ଯଦି ୟୁଜର୍ସ ୩୦ ଦିନ ପର୍ଯ୍ୟନ୍ତ ରିଚାର୍ଜ ନକରନ୍ତି ତେବେ ସେମାନଙ୍କର ଆଉଟଗୋଇଂ କଲ ବନ୍ଦ ହୋଇଯିବ ଏବଂ ସେହିପରି ୪୫ ଦିନ ପରେ ଇନକମିଂ କଲ ବି ବନ୍ଦ ହୋଇଯିବ । ତେଣୁ ଏଥିରୁ ବଂଚିବା ପାଇଁ ୟୁଜର୍ସଙ୍କୁ ୩୫ ଟଙ୍କିଆ, ୬୫ କିମ୍ବା ୯୫ ଟଙ୍କିଆ ପ୍ଲାନ ଗୁଡିକ ଭିତରୁ କୌଣସି ବି ଗୋଟିଏ ପ୍ଲାନ ରିଚାର୍ଜ କରିପାରିବେ । କିଛି ଦିନ ହେଲା ପ୍ରତିଦ୍ୱନ୍ଦି କଂପାନୀ ରିଲାଏନ୍ସ ଜିଓର ଇନକମିଂ ସେବା ନେବା ପାଇଁ ବି ୟୁଜର୍ସଙ୍କୁ ମିନିମମ ୪୯ ଟଙ୍କାର ରିଚାର୍ଜ କରିବାକୁ ପଡିଥାଏ ।