କ୍ୟାନସର କରାଉଛି ଜନସନ ବେବି ପାଉଡର । ବର୍ଷକ ମଧ୍ୟରେ କଂପାନୀ ବିରୋଧରେ ଆସିଲାଣି ୬ହଜାରରୁ ଅଧିକ ଅଭିଯୋଗ । ତୁରନ୍ତ କରନ୍ତୁ ଯାଂଚ, କାଳେ ଆପଣଙ୍କ ଶିଶୁ ହୋଇନି ତ ଏହାର ଶିକାର

93

ସମଗ୍ର ବିଶ୍ୱରେ ତଥା ବେବି କେୟାର ମାର୍କେଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଜନସନ ଆଣ୍ଡ ଜନସନ ବେବି କଂପାନୀ । ଯାହାର ପ୍ରଡକ୍ଟକୁ ନା ହିଁ କେବଳ କୋମଳମତି ଶିଶୁଙ୍କଠାରେ ବ୍ୟବହାର କରାଯାଉଛି ବରଂ ବଡ ଲୋକମାନେ ମଧ୍ୟ ବ୍ୟବହାର କରୁଛନ୍ତି । ହେଲେ ବର୍ଷ ବର୍ଷ ଧରି ବିଶ୍ୱ ବଜାରରେ ନାମ ଅର୍ଜନ କରିଥିବା ଏହି ପ୍ରଭାବଶୀଳୀ କଂପାନୀ ତଥା ଜନସନ ଆଣ୍ଡ ଜନସନ ବେବି କଂପାନୀ ନାଁରେ ବି ରହିଛି ସାଂଘାତିକ ଅଭିଯୋଗ ।

ମିଳିଥିବା ସୂଚନା ଅନୁସାରେ, ନିକଟରେ ଏକ ନିମ୍ନ ଅଦାଲତରେ କଂପାନୀ ବିରୋଧରେ ୨୪୦ କୋଟିର ଜରିମାନା ଲାଗୁ କରାଯାଇଥିଲା । ଯାହାକୁ ବର୍ତ୍ତମାନ ଆମେରିକୀ କୋର୍ଟ ତିନି ଗୁଣା ବୃଦ୍ଧି କରି ତଥା ୭୬୦ କୋଟି ଟଙ୍କା କରିଦେଇଛି । ସୂଚନା ମୁତାବକ, ନ୍ୟୁଜର୍ସିର ଜଣେ ୪୬ ବର୍ଷୀୟ ଇନଭେଷ୍ଟମେଂଟ ୱାର୍କର ଷ୍ଟିଫନ ଲୈଜି ଏବଂ ତାଙ୍କ ପତ୍ନୀ କେଣ୍ଡ୍ରା କଂପାନୀ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ, କଂପାନୀର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତାଙ୍କୁ ମେସୋଥେଲିଓମା ହୋଇଛି ବୋଲି । ଏଥିସହିତ କଂପାନୀକୁ ଏଥିପାଇଁ ତାଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ନିଜର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଦଂପତିଙ୍କ କହିବା କଥା ହେଲାକି, କଂପାନୀର ପାଉଡରରେ Asbestos ରହିଥିବା କାରଣରୁ ତାଙ୍କୁ ମେସୋଥେଲିଓମା ହୋଇଛି । ଲୈଜି ଆହୁରୀ ମଧ୍ୟ କହିଛନ୍ତି କି, କଂପାନୀକୁ ଏସଂପର୍କରେ ଜଣାଥିଲେ ସୁଦ୍ଧା କଂପାନୀ ତରଫରୁ ନିଜର ପ୍ରଡକ୍ଟ ଉପରେ କୌଣସି ଚେତାବନୀ ଦିଆଯାଇନି ।

ଏଠାରେ ଆମେ କହି ରଖୁଛୁ କି, ମେସୋଥେଲିଓମା ଏକ ପ୍ରକାରର କ୍ୟାନସନ ରୋଗ । ଯାହା ବୃକକ, ପଂଜରା, ପେଟ, ହୃଦୟ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟେଙ୍ଗଗୁଡିକ ଉପରେ ପ୍ରଭାବ ପକାଇଥାଏ । କଂପାନୀର ୧୨୦ ବର୍ଷର ଇତିହାସରେ ବେବି ପାଉଡରରେ Asbestos ମିଶିଥିବା କାରଣରୁ ମେସୋଥେଲିଓମା ହେବାର ଏହା ପ୍ରଥମ ଘଟଣା । ଲୈଜି କହିଛନ୍ତି କି, ସେ ୩୦ ବର୍ଷ ହେଲା କଂପାନୀର ବେବି ପାଉଡର ବ୍ୟବହାର କରିଆସୁଛନ୍ତି । ଯେଉ କାରଣରୁ ସେ ଏହି ରୋଗର ଶିକାର ହୋଇଛନ୍ତି । ଅନ୍ୟପଟେ, ଲୈଜିଙ୍କ ଅଭିଯୋଗକୁ ଖଣ୍ଡନ କରିଛି କଂପାନୀ । କଂପାନୀ ନିଜର ସଫେଇ ଦେଇ କହିଛିକି, ଲୈଜି ଯେଉଁ ଘରେ ରହୁଛନ୍ତି ,ସେଠାରେ Asbestos ବ୍ୟବହାର କରାଯାଇଛି । ଏପରିକି ସେ ଯେଉଁ ସ୍କୁଲରେ ପାଠପଢିଥିଲେ ସେଠାରେ ମଧ୍ୟ Asbestos ରହିଥିଲା ।

ମାତ୍ର ଏହା ସତ୍ୱେ ବି କୋର୍ଟ କଂପାନୀର ସମସ୍ତ ଦସ୍ତାବିଜକୁ ଭିର୍ତ୍ତିହୀନ କରି ପୂର୍ବ ନିର୍ଧାରିତ ଜରିମାନାକୁ ଆହୁରୀ ତିନିଗୁଣା ବଢାଇଦେଇଛନ୍ତି । ଯେଉଁଥିରେ ୭୦ ପ୍ରତିଶତ ଟଙ୍କା ଜନସନ ଆଣ୍ଡ ଜନସନ କଂପାନୀ ଦେବାକୁ ଥିବା ବେଳେ ବାକି ୩୦ ପ୍ରତିଶତ ଟଙ୍କା ପାଉଡର ସପ୍ଲାଏ କରୁଥିବା କଂପାନୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।