ଦୁନିଆରେ ଯେଉଁ ଭାବରେ ଟେକ୍ନୋଲଜି ବଢ଼ି ଚାଲିଛି ଠିକ୍ ସେହିପରି ଇଣ୍ଟର୍ନେଟ୍ ଦୁନିଆକୁ ମଧ୍ୟ ବଦଳାଯାଉଛି। ଅଧିକାଂଶ ଦେଶରେ 5Gର କାମ ଆରମ୍ଭ ହୋଇଗଲାଣି ଓ ଭାରତରେ ମଧ୍ୟ 5G ସ୍ପେକ୍ଟ୍ରମ୍କୁ ନେଇ ଆସନ୍ତା ବର୍ଷରେ ନିଲାମ ଆରମ୍ଭ ହେବାର ସମ୍ଭାବନା ଅଛି। 5Gରେ ସମ୍ପୃକ୍ତ ସମସ୍ତ ଜିନିଷ ବିଷୟରେ ଜାଣନ୍ତୁ…
5G କ’ଣ?
5G କୁ ଇଣ୍ଟର୍ନେଟ୍ର ପଞ୍ଚମ ଜେନେରେସନ୍ କୁହାଯାଏ। ଏହାର ସ୍ପିଡ୍ 10 GBPS ପର୍ଯ୍ୟନ୍ତ ହେବାର ସମ୍ଭାବନା ଅଛି। ଏହା ମୋବାଇଲ୍, ଇଣ୍ଟର୍ନେଟ୍ ବ୍ୟତୀତ ଆହୁରି ଅନେକ କ୍ଷେତ୍ର ପାଇଁ ମଧ୍ୟ ଦରକାର। ଏହା ସାହାଯ୍ୟରେ ବଡ଼ଠୁ ବଡ଼ ଡାଟା ଏକ ମିଟିଟ୍ରେ ଡାଉନ୍ଲୋଡ୍/ଅପ୍ଲୋଡ୍ କରାଯାଇ ପାରିବ।
କେମିତି କାମ କରିବ 5G?
5G ହାଇ ଫ୍ରିକ୍ୱେନ୍ସି ବ୍ୟାଣ୍ଡ୍ 3.5GHz ରୁ 26Ghz ପର୍ଯ୍ୟନ୍ତ କାମ କରିବ। ଏହି ଫ୍ରିକ୍ୱେନ୍ସିରେ େଓ୍ଵବ୍ ଲେଂଗ୍ଥ୍ ଛୋଟ ରହିଥାଏ। ତେଣୁ 5G ପାଇଁ କମ୍ ଉଚ୍ଚର ମୋବାଇଲ୍ ଟାଓ୍ଵର୍ ଲଗାଯାଇ ପାରେ। ଏହା ବ୍ୟତୀତ ଏଥିରେ ଖର୍ଚ୍ଚ ଅଧିକ ହେବ ଓ ଅଧିକ ପୁଞ୍ଜି ନିବେଶ ଆବଶ୍ୟକ ପଡ଼ିବ।
4G ଠାରୁ କେତେ ଭିନ୍ନ 5G?
4Gର ସ୍ପିଡ୍ 1,000 MBPS ଧରାଯାଏ, କିନ୍ତୁ ଏହାର ହାରାହାରି ସ୍ପିଡ୍ ଏବେ ମଧ୍ୟ 45 MBPS ଅଟେ। କିନ୍ତୁ 5G ଏହା ଅପେକ୍ଷା ୧୦ ଗୁଣ ଅଧିକ ସ୍ପିଡ୍ରେ ଚାଲିବ। କିନ୍ତୁ ପ୍ରଥମରୁ ଏହା କେତେ ସ୍ପିଡ୍ ଦେବ ତା’ର ଅନୁମାନ କରାଯାଇ ପାରୁ ନାହିଁ। 5G ଇଣ୍ଟର୍ନେଟ୍ରେ HD ଚଳଚ୍ଚିତ୍ର ୧ ରୁ ୨ ମିନିଟ୍ ଭିତରେ ଡାଉନ୍ଲୋଡ୍ ହୋଇଯିବ ଯାହା 4Gରେ ଅଧିକ ସମୟ ଲାଗିଥାଏ।
୨୦୧୯ ହେଉଛି 5G ପାଇଁ ବେଶ୍ ଜରୁରୀ ବର୍ଷ
ଆସନ୍ତା ବର୍ଷ ପର୍ଯ୍ୟନ୍ତ ଦୁନିଆର ଅନେକ ସ୍ଥାନରେ 5G ସର୍ଭିସ୍ ଆରମ୍ଭ ହେବାର ସମ୍ଭାବନା କରାଯାଉଛି। ଆମେରିକା ଓ ଦକ୍ଷିଣ କୋରିଆରେ 5G ସେବା ଆସନ୍ତା ବର୍ଷ ମାର୍ଚ୍ଚରୁ ଆରମ୍ଭ ହେବାର ଅନୁମାନ କରାଯାଉଛି। ସେହିପରି ୨୦୧୯ ଶେଷ ସୁଦ୍ଧା ଜାପାନରେ ମଧ୍ୟ 5G ଆରମ୍ଭ ହୋଇପାରେ।
ଭାରତକୁ କେବେ ଆସିବ 5G?
ଭାରତରେ ଆସନ୍ତା ବର୍ଷରେ 5G ସ୍ପେକ୍ଟ୍ରମ୍ ପାଇଁ ନିଲାମି ହେବାର ସମ୍ଭାବନା ରହିଛି, ତା’ ପରେ 5Gର କାମ ଆରମ୍ଭ ହେବ। ଭାରତରେ ରିଲାଏନ୍ସ୍ ଜିଓ 5G କାମ ଆରମ୍ଭ କରିଦେଇଛି, କିନ୍ତୁ ୨୦୨୨ରେ ସମଗ୍ର ଦେଶ ଏହି ସେବା ପାଇବା ଆଶା କରାଯାଉଛି।
କେବେ ଆସିବ ପ୍ରଥମ 5G ସ୍ମାଟ୍ର୍ଫୋନ୍?
5G ସପୋର୍ଟ୍ର ପ୍ରଥମ ସ୍ମାର୍ଟ୍ଫୋନ୍ ମଧ୍ୟ ୨୦୧୯ରେ ଆସିବା ଆଶା କରାଯାଉଛି। ଆସନ୍ତା ବର୍ଷ ଜିଓମି, ହୁଆେଓ୍ଵଇ, ସାମସଙ୍ଗ୍, ଓ୍ଵାନ୍ପ୍ଲସ୍ ଭଳି ଅନେକ ସେଲୁଲାର୍ କମ୍ପାନି ପ୍ରଥମ 5G ଫୋନ୍ ଲଞ୍ଚ୍ କରିବେ ବୋଲି ଦାବି କରିଛନ୍ତି। ସେମିତି ୨୦୨୦ରେ ଆପଲ୍ କମ୍ପାନୀର 5G ସପୋର୍ଟ୍ ଫୋନ୍ ଆସିବାର ସମ୍ଭାବନା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/636554280676578938-AX107-64FD-9.jpg)