ଆଜିର ଦିନରେ ମୋବାଇଲ ଫୋନ ଏକ ଅତ୍ୟାବଶକୀୟ ଜିନିଷ ହୋଇପଡିଛି । ଖାଦ୍ୟ ଭଳି ମୋବାଇଲ ଫୋନ ବି ମଣିଷ ପାଇଁ ଜରୁରୀ ହୋଇପଡିଛି । ଲୋକେ ମଣିଷ ଅପେକ୍ଷା ବେଶି ମୋବାଇଲ ଫୋନକୁ ଗୁରୁତ୍ୱ ଦେଉଛନ୍ତି । ମୋଟ୍ ଉପରେ କହିବାକୁ ଗଲେ ସଭିଏଁ ଏବେ ମୋବାଇଲ ମାୟାରେ ବାୟା । ସେହିପରି ମୋବାଇଲର ଚାହିଦା ଯେପରି ଦିନକୁ ଦିନ ବଢିବାରେ ଲାଗିଛି, ଏହାକୁ ନେଇ ସୃଷ୍ଟି ହେଉଥିବା ଦୁର୍ଘଟଣା ମଧ୍ୟ ବଢିଚାଲିଛି । ଯାହାକି ଏବେ ଏକ ବଡ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ତେଣୁ ଗୋଟିଏ କଥା ଜାଣି ରଖିବା ଉଚିତ କି, ଫୋନର ବ୍ୟାଟେରୀରୁ କାହାର ବି ମୃତ୍ୟୁ ହୋଇପାରେ ତେବେ ସେ ବ୍ୟବହାର କରନ୍ତୁ କିମ୍ବା ନକରନ୍ତୁ ।
ଆଜି ଆମେ ଆପଣଙ୍କୁ ଏଭଳି ୫ଟି କାରଣ ସଂପର୍କରେ ଜଣାଇବୁ ଯାହାଦ୍ୱାରା ଆପଣ ଜାଣିପାରିବେ କି କେଉଁ ପରିସ୍ଥ୍ିତିରେ ମୋବାଇଲ ଫାଟିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା
ଭିଜିଯାଇଥିବାଫୋନକୁତୁରନ୍ତବ୍ୟବହାରକରନ୍ତୁନାହିଁ
ଯଦି ଆପଣଙ୍କର ସ୍ମାର୍ଟଫୋନ ପାଣିରେ ଭିଜି ଯାଇଛି ତେବେ ଭୁଲରେ ବି ତାକୁ ଚାର୍ଜିଂରେ ବସାନ୍ତୁ ନାହିଁ ଏବଂ ନା ହିଁ ସେଥିରେ ତୁରନ୍ତ କଥା ହୁଅନ୍ତୁ । କାରଣ, ଓଦା ଫୋନ ମଧ୍ୟରେ ସାର୍ଟ ସର୍କିଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଭଲ ହେବ କି ଫୋନଟି ଭଲ ଭାବରେ ଶୁଖି ଗଲା ପରେ ହିଁ ଯାଇ ବ୍ୟବହାର କରନ୍ତୁ ।
ଫୋନରେଖରାରେରଖନ୍ତୁନାହିଁ
ଅଧିକାଂଶ ସମୟରେ ଲୋକ ଫୋନରେ କଥା ହେଉ ହେଉ ତାକୁ ଖରାରେ ତଥା ବାହାରେ ରଖି ଘରକୁ ଚାଲିଆସିଥାନ୍ତି । ଯାହାଦ୍ୱାରା ଫୋନଟି ଆହୁରୀ ହିଟ୍ ହୋଇଯାଇଥାଏ । ଏହାର ପ୍ରମୁଖ କାରଣ ହେଲା , ଫୋନକୁ ଖରାରେ ବ୍ୟବହାର କରିବା ଦ୍ୱାରା ଫୋନଟି ଅଧିକ ଗରମ ହୋଇଯାଇଥାଏ । ଯାହାର ସିଧା ପ୍ରଭାବ ବ୍ୟାଟେରୀ ଏବଂ ଫୋନର ପରଫର୍ମମାନ୍ସ ଉପରେ ପଡିଥାଏ । ତେଣୁ ଭଲ ହେବକି ଆପଣ ଫୋନକୁ ବେଶି ସମୟ ଖରାରେ ବ୍ୟବହାର କରନ୍ତୁ ନାହିଁ ।
ଶୋଇବାସମୟରେପାଖରେରଖନ୍ତୁନାହିଁ
ଅଧିକାଂଶ ଲୋକେ ଫୋନକୁ ପାଖରେ ରଖି ହିଁ ଶୋଇଥାନ୍ତି । ଏପରିକି କିଛି ଲୋକ ତ ଏଭଳି ଅଛନ୍ତି ଯେଉଁମାନେ କି କାନରେ ଇୟର ଫୋନ ଲଗାଇ ଶୋଇପଡିଥାନ୍ତି । କିନ୍ତୁ ଏଭଳି କରିବା ଆପଣଙ୍କ ପାଇଁ ବିପଦ ହୋଇପାରେ । ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ମୋବାଇଲରୁ ବାହାରୁଥିବା ରେଡିଏସନ ମଣିଷର ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ ହେବ ଯଦି ଆପଣ ଶୋଇବା ସମୟରେ ଫୋନକୁ ନିଜଠାରୁ ଦୂରରେ ରଖି ଶୁଅନ୍ତୁ ।
ଚାର୍ଜିଂସମୟରେକରନ୍ତୁନାହିଁଏହିକାମ
ଅଧିକାଂଶ ଲୋକେ ଫୋନକୁ ଚାର୍ଜରେ ବସାଇ ବିଭିନ୍ନ କାମ ତଥା କଥା ହୋଇଥାନ୍ତି କିମ୍ବା ଭିଡିଓ କିମ୍ବା ଗେମ ଖେଳିଥାନ୍ତି । ଯାହାକି ଆପଣଙ୍କୁ ବିପଦରେ ପକାଇପାରେ । ଗେମ ଖେଳିବା ଦ୍ୱାରା କିମ୍ବା କଲିଂ ସମୟରେ ଫୋନକୁ ଚାର୍ଜ କରିବା ଦ୍ୱାରା ବ୍ୟାଟେରୀ ପୂର୍ବେକ୍ଷା ଅଧିକ ଗରମ ହେବାରେ ଲାଗିଥାଏ । ଏଭଳି ପରିସ୍ଥିତିରେ ଫୋନରେ ବିସ୍ଫୋରଣ ହେବାର ସମ୍ଭାବନା ଢେର ଗୁଣା ବଢିଯାଇଥାଏ ।
ଏଭଳିଚାର୍ଜରେକରନ୍ତୁନାହିଁଚାର୍ଜିଂ
ଅଧିକାଂଶ ସମୟରେ ଆମେ ଫୋନକୁ ଲୋକାଲ ଚାର୍ଜର କିମ୍ବା କୌଣସି ବି ମୋବାଇଲ ଚାର୍ଜରେ ଚାର୍ଜ କରିଥାନ୍ତି । ଏଭଳି କରିବା ଦ୍ୱାରା ଫୋନର ବ୍ୟାଟେରୀ ଫାଟିବାର ଭୟ ଅଧିକଥାଏ । ଯଦି ଆପଣ ମଧ୍ୟ ଅନ୍ୟ କୌଣସି ଚାର୍ଜରେ ଆପଣଙ୍କ ମୋବାଇଲକୁ ଚାର୍ଜ କରୁଛନ୍ତି ତେବେ ତୁରନ୍ତ ବନ୍ଦ କରି ଦିଅନ୍ତୁ ନଚେତ କୌଣସି ବି ଦୁର୍ଘଟଣା ଘଟିପାରେ ।