ପଂଚାୟତ ନିର୍ବାଚନ ପାଇଁ ସୁପ୍ରିମକୋର୍ଟଙ୍କ କଟକଣା । ୨ କିମ୍ବା ଅଧିକ ସନ୍ତାନ ଥିବା ବ୍ୟକ୍ତି ପଂଚାୟତ ନିର୍ବାଚନ ଲଢି ପାରିବେନି । ଏହା ସହ ଯଦି କୌଣସି ପଂଚାୟତ ପ୍ରତିନିଧି ଥିବା ବ୍ୟକ୍ତିଙ୍କ ତୃତୀୟ ସନ୍ତାନ ଜନ୍ମ ନିଏ ତେବେ ମଧ୍ୟ ସେ ଏହି ପଦ ପାଇଁ ଅଯୋଗ୍ୟ ଘୋଷିତ ହେବେ । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ତୃତୀୟ ସନ୍ତାନ ଜନ୍ମ ନେବା ମାତ୍ରେ ପଂଚାୟତ ପ୍ରତିନିଧି ସ୍ୱତଃ ନିଜ ପଦ ପାଇଁ ଅଯୋଗ୍ୟ ହୋଇଯିବେ ।

Advertisment

publive-image Source:The Indian Express

ଓଡିଶାର ଜଣେ ଆଦିବାସୀ ସରପଂଚଙ୍କ ଆବେଦନ ଉପରେ ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ସରପଂଚ ଜଣକ ଆବେଦନ କରିଥିଲେ ଯେ ସେ ତାଙ୍କ ତିନି ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁ ପୋଷ୍ୟପୁତ୍ର ଭାବେ ଅନ୍ୟ ଜଣଙ୍କୁ ଦେଇ ସାରିଛନ୍ତି । ତେଣୁ ସେ ନିଜ ପଦରେ ରହି ପାରିବେ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ଯେ ତୃତୀୟ ସନ୍ତାନ ଜନ୍ମ ଦେବା ମାତ୍ରେ ହିଁ ସଂପୃକ୍ତ ପିଲାର ବାପା କିମ୍ବା ମାଆ ସ୍ୱତଃ ନିଜ ପଦ ପାଇଁ ଅଯୋଗ୍ୟ ହୋଇଯିବେ ।ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଏସ୍.କେ. କୌଲ ଓ କେ.ଏମ. ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ଏଠାରେ ଆମେ କହିରଖୁଛୁ କି, କିଛିଦିନ ତଳେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ୧୨୫ଜଣ ସାଂସଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ଏସଂପର୍କରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଥିଲେ । ବିଜେପି ସମେତ ଟିଡିପି, ଶିବସେନା ଏବଂ ଅନ୍ୟାନ୍ୟ ଦଳମାନଙ୍କର ସାଂସଦମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଏବାବଦରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ ।

publive-image

ଖବର ମୁତାବକ, ସମସ୍ତ ସଂସାଦମାନେ ରାଷ୍ଟ୍ରପତିଙ୍କୁ ଭେଟି ଜନସଂଖ୍ୟା ନିୟନ୍ତ୍ରଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଲୋଚନା କରିଥିଲେ । ଏହି ଆଲୋଚନାରେ ବିଜେପି ସାଂସଦ ମୀନାକ୍ଷୀ ଲେଖି, ଉଦୟ ପ୍ରତାପ ସିଂହ, ସଂଜୀବ ବାଲିୟାନ, ଲକ୍ଷଣ ଯାଦବ, ଶିବସେନାର ଅରିବନ୍ଦ ସାୱନ୍ତ, ତେଲଗୁ ଦେଶମ ପାର୍ଟିର ରାମବାବୁ ନାଇଡୁ ଏବଂ ଜୟଦେବ ଗଲ୍ଲା, ସୁରେଶ ଅଙ୍ଗଡିଙ୍କ ସମେତ ବିଭିନ୍ନ ଦଳର ସଂସାଦମାନେ ମଧ୍ୟ ସାମିଲ ହୋଇଥିଲେ ।

ତେବେ ସାଂସଦଙ୍କ ଦ୍ୱାରା ମାନ୍ୟବର ରାଷ୍ଟ୍ରପତିଙ୍କ ପ୍ରଦାନ କରାଯାଇଥିବା ଏହି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି କି, ଯଦି କୌଣସି ବି ବାପାମାଆ ତୃତୀୟ ସନ୍ତାନ ଜନ୍ମ ଦିଅନ୍ତି ତେବେ ତାଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ହିଁ ତାଙ୍କୁ ସରକାରୀ ଚାକିରୀ ମଧ୍ୟ ଦିଆଯିବ ନାହିଁ । ଏଥି ସହିତ ହିଁ ତୃତୀୟ ସନ୍ତାନକୁ ଜନ୍ମ ଦେଉଥିବା ଅଭିଭାବକଙ୍କଠାରୁ ମତଦାନ କରିବାର ଅଧିକାର ମଧ୍ୟ ଛଡାଇନିଆଯିବ । ଜାତି, ଧର୍ମ, ବର୍ଣ୍ଣଠାରୁ ଉର୍ଧରେ ରହି ଏହି ନିୟମ ସମସ୍ତ ଦେଶବାସୀଙ୍କ ଉପରେ ଲାଗୁକରାଯାଉ ବୋଲି ସାଂସଦମାନେ ଦାବି କରିଥିଲେ ।