ବନ୍ଧୁଙ୍କ ନିକଟରେ ଦେଖେଇ ହେବା ପାଇଁ କିଡନୀ ବିକି କିଣିଥିଲେ ଆଇଫୋନ ! ୭ ବର୍ଷ ହେଲା ହସ୍ପିଟାଲ ବେଡରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବକ

Advertisment
ବନ୍ଧୁଙ୍କ ନିକଟରେ ଦେଖେଇ ହେବା ପାଇଁ କିଡନୀ ବିକି କିଣିଥିଲେ ଆଇଫୋନ !  ୭ ବର୍ଷ ହେଲା ହସ୍ପିଟାଲ ବେଡରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବକ

ପ୍ରତି ବର୍ଷ ଯେତେବେଳେ ନୂଆ ଆଇଫୋନ ଲଂଚ ହୁଏ ସେତେବେଳେ ଗୋଟିଏ କଥା ସଭିଙ୍କ ମୁହଁରୁ ବାହାରି ଆସେ କି,  କଣ ଏଥରକ ବି ଆଇଫୋନ କିଣିବା ପାଇଁ କିଡନୀ ବିକ୍ରି କରିବାକୁ ପଡିବ । ତେବେ ଏହି କଥାଟି କେବଳ ଏକ ମଜାକ୍ ପର୍ଯ୍ୟନ୍ତ ସୀମିତ ହୋଇ ରହିଥିଲା କିନ୍ତୁ ଜଣେ ଯୁବକ ଆଇଫୋନ ପାଇଁ ସତରେ ନିଜ କିଡନୀ ବିକ୍ରି କରିବାକୁ ବି ପଛାଇ ନାହାଁନ୍ତି । ବଡ କଥା ହେଲା କି ଯୁବକ ଜଣକ ସ୍କୁଲରେ କେବଳ ଚର୍ଚ୍ଚିତ ତଥା ଦେଖେଇ ହେବା ପାଇଁ  ନିଜ କିଡନୀ ବିକି ଆଇଫୋନ କିଣିଥିଲେ ଆଉ ଆଜି ସେ ବଂଚିବା ପାଇଁ ମେଡିକାଲ ବେଡରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

publive-image

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ଅନୁସାରେ, ଚୀନର ଜିଓ ବେଗ ନାମକ ଏହି ଯୁବକ ଆଜିକୁ ୭ ବର୍ଷ ପୂର୍ବେ ଆଇଫୋନ ୪ କିଣିବା ପାଇଁ ନିଜ କିଡନୀ ପର୍ଯ୍ୟନ୍ତ ବିକି ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ, ଯେତେବେଳେ ଆଇଫୋନ ୪ ଲଂଚ ହୋଇଥିଲା , ସେତେବେଳେ ଯୁବକ ଜଣକର ବୟସ ଥିଲା ମାତ୍ର ୧୭ ବର୍ଷ । ସେହି ସମୟରେ ସେ ପାଠପଢୁ ଥିବା ସ୍କୁଲରେ ଆଇଫୋନ ୪ ଧରୁଥିବା ପିଲାଙ୍କୁ ଭିଆଇପି ସମ୍ମାନ ମିଳୁଥିଲା । ସେହିପରି ଯେଉଁମାନଙ୍କ ନିକଟରେ ଆଇଫୋନ ନଥିଲା ସେମାନଙ୍କ ସହ ସାଧାରଣ ପିଲାଙ୍କ ଭଳି ବ୍ୟବହାର କରାଯାଉଥିଲା ।

publive-image

ବାସ୍ ଏହି କାରଣରୁ ବେଗ ଆଇଫୋନ କିଣିବାକୁ ପ୍ରତିଜ୍ଞା କରିଥିଲେ ଏବଂ ଏଥିପାଇଁ ନିଜ କିଡନୀ ବିକିବାକୁ ନିଷ୍ପତି ନେଇଥିଲେ । ବେଗଙ୍କୁ ଗୋଟିଏ କିଡନୀ ବଦଳରେ ୩,୨୦୦ ଆମେରୀକି ଡଲାର ଅର୍ଥାତ୍ ପାଖାପାଖି ୨,୨୩,୨୬୫ ଟଙ୍କା ମିଳିଥିଲା । ଯାହାକୁ ନେଇ ସେ ଆଇଫୋନ ୪ କିଣିଥିଲେ । ବେଗଙ୍କୁ ବର୍ତ୍ତମାନ ବୟସ ହେଲାଣି ୨୩ ବର୍ଷ । ହେଲେ ବଡ ଦୁଃଖର କଥା କି ବେଗ୍ ସେହିଦିନଠାରୁ ମେଡିକାଲ ବେଡରେ ପଡି ରହିଛନ୍ତି ।

publive-image

ଅପରେସନ ସମୟରେ ବେଗଙ୍କୁ କୁହାଯାଇଥିଲା କି, ସେ ଗୋଟିଏ ସପ୍ତାହ ଭିତରେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ଆଉ ପୂର୍ବ ଭଳି ସବୁ କାମ କରିପାରିବେ ।  ହେଲେ ଦୁର୍ଭାଗ୍ୟବଶତଃ ତାଙ୍କୁ ଇନଫେକ୍ସନ ହୋଇଗଲା ।  ଆଉ ଏହି ଇନଫେକ୍ସନ ଏତେ ମାତ୍ରାରେ ବଢିଗଲା କି ସେ ଗତ ୭ ବର୍ଷ ହେଲା ମେଡିକାଲ ବେଡରେ ହିଁ ପଡି ରହିଛନ୍ତି । ଚିକିତ୍ସା ଚାଲିଛି ହେଲେ ଭଲ ହେବାର କୌଣସି ବି ସଙ୍କେତ ଦେଖାଯାଉନି । ଏପରିକି ବେଗଙ୍କ ଚିକିତ୍ସା ପାଇଁ ତାଙ୍କ ଘର ଲୋକେ ଏବେ ଦାଣ୍ଡରେ ଭିକାରୀ ସାଜି ଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe