ବୟସ ମାତ୍ର ୧୨ ବର୍ଷ, ସ୍କୁଲର କେବେ ମାଟି ମାଡି ନଥିବା ସୈଫା ଖାତୁନ୍‌ ଏବେ ଦେବେ ଦଶମ ପରୀକ୍ଷା

Advertisment
ବୟସ ମାତ୍ର ୧୨ ବର୍ଷ, ସ୍କୁଲର କେବେ ମାଟି ମାଡି ନଥିବା ସୈଫା ଖାତୁନ୍‌ ଏବେ ଦେବେ ଦଶମ ପରୀକ୍ଷା

Source:news18.com

ପଶ୍ଚିମବଙ୍ଗରେ ରହୁଥିବା ୧୨ବର୍ଷୀୟ ସୈଫା ଖାତୁନ୍‌ ଏବେ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି । କେବେ ସ୍କୁଲ ଯାଇ ନ ଥିବା ସୈଫା ଏବେ ଦଶମ ପରୀକ୍ଷା ଦେବା ଖବର ପ୍ରସାର ହେବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଲୋକେ । ଦଶମ ପରୀକ୍ଷା ଦେବାର ବୟସ ୧୪ ହୋଇଥିବା ବେଳେ ସୈଫା ୧୨ବର୍ଷ ବୟସରେ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡ଼ ତରଫରୁ କରାଯାଇଥିବା ଏଲିଜିବିଲିଟି ଟେଷ୍ଟ ଫର୍‌ ଏକ୍ସଟର୍‌ନାଲ କ୍ୟାଣ୍ଡିଡ଼େଟ୍‌ରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ଏହି ସୁଯୋଗ ମିଳିଛି।

publive-image

ଘରେ ପାଠ ପଢ଼ି ସୈଫା ଏହି ସଫଳତା ହାସଲ କରିଛନ୍ତି । ଏ ନେଇ ବୋର୍ଡ଼ର ଅଧ୍ୟକ୍ଷ କଲ୍ୟାଣମୟ ଗାଙ୍ଗୁଲିଙ୍କ କହିବା ଅନୁଯାୟୀ, ସୈଫା ପରୀକ୍ଷାରେ ଯେଉଁଭଳି ଭାବରେ ପ୍ରଦର୍ଶନ କରିଥିଲେ, ତାହା ବିଗତ ଦୁଇ ଦଶନ୍ଧି ମଧ୍ୟରେ ହୋଇ ନଥିଲା । ହାଓ୍ଵଡ଼ା ଜିଲ୍ଲାରେ ରହୁଥିବା ସୈଫା ଏଲିଜିବିଲିଟି ଟେଷ୍ଟରେ ୫୨ପ୍ରତିଶତ ମାର୍କ ରଖିବା ପରେ ତାଙ୍କୁ ଦଶମ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯାଇଛି ବୋଲି ଗାଙ୍ଗୁଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe