ଆଉ ଦୌଡିବାକୁ ପଡିବ ନାହିଁ କୌଣସି ବ୍ୟାଙ୍କ ! ଏଟିଏମରୁ କରିପାରିବେ ୧୧ଟି ବଡ କାର୍ଯ୍ୟ

47

ବହୁତ କମ ଲୋକଙ୍କୁ ହିଁ ଏଟିଏମ୍ ଜରିଆରେ ମିଳୁଥିବା ଏହି ୧୧ ଟି ସେବା ସଂପର୍କରେ ଜଣାଥିବ । ଯାହାର ଲାଭ ଉଠାଇ ଆପଣ ବ୍ୟାଙ୍କର ଝାମେଲାରୁ ମୁକ୍ତି ପାଇପାରିବେ । କାରଣ ଆଜିକା ଦିନରେ ଏଟିଏମରୁ ଟଙ୍କା ଉଠାଇବା, ବାଲାନ୍ସ ଚେକ କରିବା ବ୍ୟତୀତ ଅନେକ ବଡ ବଡ ସେବା ମଧ୍ୟ ଉପଲବ୍ଧ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ. . .

ଚେକ୍ ବୁକ ରିକ୍ୱେଷ୍ଟ-ଯଦି ଆପଣଙ୍କୁ ଚେକବୁକର ଆବଶ୍ୟକତା ରହିଛି ତେବେ ଆପଣଙ୍କୁ ଏଥିପାଇଁ କୌଣସି ବ୍ୟାଙ୍କକୁ ଦୌଡିବାକୁ ପଡିବନି ବରଂ ଆପଣ ଏଙ୍କିଏମକୁ ଯାଇଁ ନୂଆ ଚେକବୁକ ପାଇଁ ଆବେଦନ କରିପାରିବେ । ଏବଂ ଏହାପରେ ଚେକବୁକ ଆପଣଙ୍କର ବୟାଙ୍କରେ ରେଜିଷ୍ଟର୍ଡ ଆଡ୍ରେସରେ ଡେଲିଭର ହୋଇଯିବ । ଏସବିଆଇ,ଆଇସିଆଇସିଆଇ ବ୍ୟାଙ୍କର ଏଙ୍କିଏମରେ ଏହି ସୁବିଧା ଉପଲବ୍ଧ ଅଟେ ।

ଫିକ୍ସଡ ଡିପୋଜିଟ ଖୋଲିବା କିମ୍ବା ଟଙ୍କା ଉଠାଇବା- ଏଣିକି ଆପ ଏଟିଏମ ଜରିଆରେ ହିଁ ବ୍ୟାଙ୍କରେ ଫିକ୍ସ ଡିପୋଜିଟ କରିପାରିବେ । ଏଟିଏମର ମେନୁରେ ଓପନ ଫିକ୍ସ ଡିପୋଜିଟର ଅପସନ ସିଲେକ୍ଟ କରି ଆପଣ ଏହାକୁ ଆରମ୍ଭ କରିପାରିବେ । ଏଥିରେ ଆପଣଙ୍କୁ ଡିପୋଜିଟର ଅବଧି, ରକମ ଚୟନ କରିବା ପରେ କନଫର୍ମ କରିବାକୁ ହେବ ।

ମୋବାଇଲ ରିଚାର୍ଜ କରିବା- କୌଣସି ବି ପ୍ରିପେଡ ମୋବାଇଲକୁ ଏଟିଏମ ଜରିଆରେ ରିଚାର୍ଜ କରିପାରିବେ । ଆପଣ ଆପଣଙ୍କର ବନ୍ଧୁ ପରିଜନଙ୍କର ପ୍ରିପେଡ ମୋବାଇଲକୁ ଏଟିଏମ ଜରିଆରେ ରିଚାର୍ଜ କରିପାରିବେ । ଏଟିଏମରେ ଥିବା ମୋବାଇଲ ରିଚାର୍ଜ ଅପସନ ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଏଠାରେ ମୋବାଇଲ ନମ୍ବର ଦେଇ ତାକୁ ପୁଣି ଥରେ କମଫର୍ମ କରିବାକୁ ହେବ ଏବଂ ଏହାପରେ ଆପଣ କେତେ ଟଙ୍କା ରିଚାର୍ଜ କରିବାକୁ ଚାହୁଁଛନ୍ତି ତାକୁ ମଧ୍ୟ ଦେବାକୁ ହେବ ।

ଟ୍ୟାକ୍ସ ଦେବା- କିଛି ବ୍ୟାଙ୍କର ଏଟିଏମ ଜରିଆରେ ଆୟକର ପରିଶୋଧ କରିବାର ସୁବିଧା ରହିଛି । ଏଥିରେ ଆଡଭାନ୍ସ ଟ୍ୟାକ୍ସ, ଆସେସମେଂଟ ଟ୍ୟାକ୍ସ ଏବଂ ରେଗୁଲାର ଆସେସମେଂଟ ପରେ ପରିଶୋଧ କରିବାକୁ ଥିବା ଟ୍ୟାକ୍ସ ସାମିଲ ମଧ୍ୟ ରହିଛି । ଏଟିଏମ ଜରିଆରେ ନିକଟରେ ଆୟକର ପରିଶୋଧ ପାଇଁ ଆପଣଙ୍କୁ ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା ଶାଖାରେ ପ୍ରଥମେ ଏହି ସୁବିଧାର ଲାଭ ଉଠାଇବା ପାଇଁ ରେଜିଷ୍ଟେସନ କରିବାକୁ ପଡିବ ।

ନଗଦ ଟଙ୍କା ଜମା କରିବା-ଏବେ ଅନେକ ବ୍ୟାଙ୍କ ନିଜର ଏଟିଏମ ଜରିଆରେ ନଗଦ ଟଙ୍କା ଜମା କରିବା ସୁବିଧା ଦେଇ ରଖୁଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ଥରକରେ ୪୯୯୦୦ଟଙ୍କା ଜମା କରିପାରିବେ । ଏଥିରେ ୨୦୦୦,୫୦୦,୧୦୦ ଏବଂ ୫୦ ଟଙ୍କିଆ ନୋଟ ଜମା କରିପାରିବେ ।

ଇନସ୍ୟୁରାନ୍ସ ବା ବୀମାର ପ୍ରମିୟମ ପେମେଂଟ – ଏଲଆଇସି,ଏଚଡିଏଫସି ଲାଇଫ ଏବଂ ଏସବିଆଇ ଲାଇଭ ଭଳି ବୀମା କଂପାନୀମାନେ ବ୍ୟାଙ୍କମାନଙ୍କ ସହ ହାତମିଳାଇଛନ୍ତି । ଯାହାଦ୍ୱାରା ଏଏହି ବ୍ୟାଙ୍କଗୁଡିକରେ ଥିବା ଖାତାଧାରକମାନେ ଏଟିଏମ ଜରିଆରେ ପ୍ରିମିୟମର ପେମେଂଟ କରିପାରିବେ । ଏଥିପାଇଁ ଆପଣଙ୍କୁ ପଲିସି ନମ୍ବର ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଏଟିଏମର ବିଲ ପେ ସେକ୍ସନରେ ବୀମା କଂପାନୀର ନାଁ ସିଲେକ୍ଟ କରି ସେଥିରେ ପେମେଂଟ କରିପାରିବେ ।

ବ୍ୟକ୍ତିଗତ ଲୋନ ପାଇଁ ଆବେଦନ-କମ ପରିମାଣର ଲୋନ ପାଇଁ ଆପଣ ଏଟିଏମରୁ ହିଁ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ଫୋନ ବ୍ୟାଙ୍କିଂ କିମ୍ବା ବ୍ୟାଙ୍କକୁ ଦୌଡିବାକୁ ପଡିବ ନାହିଁ ।

କ୍ୟାସ ଟ୍ରାନ୍ସଫର- ଯଦି ଆପଣ ନେଟବ୍ୟାଙ୍କିଂ ବ୍ୟବହାର କରୁ ନାହାନ୍ତି ତେବେ ଆପଣ ଏଟିଏମ ଜରିଆରେ ହିଁ ନିଜ ଖାତାରୁ ଅନ୍ୟ ଖାତାକୁ ଟଙ୍କା ପଠାଇ ବା ଟ୍ରାନ୍ସଫର କରିପାରିବେ ।

ବିଲ ପେ- ଆପଣ ଆପଣଙ୍କର ଟେଲିଫୋନ ବିଲ, ବିଦ୍ୟୁତ୍ ବିଲ, ଗ୍ୟାସ କିମ୍ବା ଅନ୍ୟ କୌଣସି ବିଲ ଏଟିଏମ ଜରିଆରେ ହିଁ କରିପାରିବେ । ତେବେ ବିଲ ପେମେଂଟ କରିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ବ୍ୟାଙ୍କର ୱେବସାଇଟକୁ ଯାଇ ରେଜିଷ୍ଟେସନ କରିବାକୁ ହେବ ।

ରେଳ ଟିକେଟ୍ ବୁକ- ଏସବିଆଇ କିମ୍ବା ପିଏନବି ଭଳି ସର୍ବସାଧାରଣ କ୍ଷେତ୍ରର ବ୍ୟାଙ୍କ ରେଲୱେ ବିଲ୍ଡିଂରେ ଥିବା ଅନେକ ଏଟିଏମ ଜରିଆରେ ଟିକେଟ ବୁକ କରିବାର ସୁବିଧା ମିଳୁଛି । ଏହି ସୁବିଧା ଅନୁସାରେ, ଏବେ ଆପଣ ରେଳ ଟିକେଟ୍ ବୁକ୍ କରିପାରିବେ ।

କ୍ରେଡିଟ୍ କାର୍ଡର ବିଲ ପେମେଂଟ- ଯଦି ଆପଣଙ୍କର କ୍ରେଡିଟ କାର୍ଡ ବିଲ ବକେୟା ରହିଛି ଏବଂ ଲାଷ୍ଟ ଡେଟ ଆସି ପହଂଚି ଯାଇଛି ତେବେ ଆପଣ ଏଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ଏଟିଏମରୁ ଜରିଆରୁ ମଧ୍ୟ କ୍ରେଡିଟ କାର୍ଡର ବିଲ ପେମେଂଟ କରିପାରିବୋ ଏଥିପାଇଁ ଆପଣଙ୍କୁ ଆପଣଙ୍କର କ୍ରେଡିଟ କାର୍ଡର ନମ୍ବର ଜଣାଥିବା ଆବଶ୍ୟକ ।