ଭବିଷ୍ୟତର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଲୋକେ ସଂଚୟ ପାଇଁ ଅନେକ ପ୍ରକାର ନିବେଶ ଭଳି ବିକଳ୍ପମାନ ଚୟନ କରିଥାନ୍ତି । ଆଉ ଏଥିପାଇଁ ଲୋକେ ବ୍ୟାଙ୍କର ସେଭିଂ ଆକାଉଂଟକୁ ହିଁ ଅଧିକ ସୁରକ୍ଷିତ ଏବଂ ଭଲ ବୋଲି ବିଶ୍ୱାସ କରନ୍ତି । କାହିଁକି ନା ଏଥିରେ ସେମାନଙ୍କର ଟଙ୍କା ସୁରକ୍ଷିତ ରହିବା ସହିତ ଜମା ରଖିଥିବା ଟଙ୍କା ଉପରେ ସେମାନଙ୍କୁ ପାଖାପାଖି ୪ରୁ ୬ ପ୍ରତିଶତ ସୁଧ ମଧ୍ୟ ମିଳିଥାଏ ।
ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଆପଣ ମାତ୍ର ୧୦୩ ଟଙ୍କା ନିବେଶ କରି ୧୩ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ । ଆଉ ସେ ବି ପୁଣି ପୂରା ଗ୍ୟାରେଂଟିର ସହିତ । ହେଲେ ଏଥିପାଇଁ ଆପଣଙ୍କୁ ଏଲଆଇସିରେ ପ୍ରତିମାସ ୧୦୩ ଟଙ୍କା ଜମା କରିବାକୁ ପଡିବ । ତେବେ ଭବଷ୍ୟତ ପାଇଁ ପୁଂଜି ସଂଚୟ କରିବାର ଏହା ଏକ ଉତ୍ତମ ବିକଳ୍ପ ଅଟେ । ଏଲଆଇସିର ଏହି ପଲିସିକୁ ଚିଲଡ୍ରେନ୍ସ ମନି ବ୍ୟାଙ୍କ ପ୍ଲାନ ବୋଲି କୁହାଯାଉଛି । ବଡ କଥା ହେଲା କି, ୨୦ ବର୍ଷୀୟ ଏହି ପ୍ଲାନରେ ଆପଣଙ୍କୁ ମନି ବ୍ୟାଙ୍କର ମଧ୍ୟ ବିକଳ୍ପ ମିଳିବ । ତେବେ ଆସନ୍ତୁ ଏଲଆଇସିର ଏହି ପ୍ଲାନ ସଂପର୍କରେ ଜାଣିବା…
ନିୟମ
ସର୍ବନିମ୍ନ ବୀମା ରାଶି: ୧ ଲକ୍ଷ ଟଙ୍କା
ସର୍ବାଧିକ ବୀମା ରାଶି: କୌଣସି ସୀମା ନାହିଁ
ଏହି ପ୍ଲାନର ସଦସ୍ୟତା ପାଇଁ ସର୍ବନିମ୍ନ ବୟସ ସୀମା: ୦ ବର୍ଷ
ଏହି ପ୍ଲାନର ସଦସ୍ୟତା ପାଇଁ ସର୍ବାଧିକ ବୟସ ସୀମା: ୧୨ ବର୍ଷ
ମାଚ୍ୟୁରିଟି ବର୍ଷ: ୨୫ ବର୍ଷ
କେତେ ଦେବାକୁ ପଡିବ ପ୍ରିମିୟମ
ବାର୍ଷିକ: ୩୮,୬୬୭ ଟଙ୍କା
ଅର୍ଧ ବାର୍ଷିକ: ୧୯୫୪୩ ଟଙ୍କା
ତ୍ରୟମାସିକ: ୯୮୭୫ ଟଙ୍କା
ମାସିକ: ୩୨୯୨ ଟଙ୍କା
ପ୍ରତିଦିନ: ୧୦୩ ଟଙ୍କା
କେତେ ବର୍ଷରେ ମିଳିବ ମନି ବ୍ୟାଙ୍କର ଫାଇଦା
୧୮ ବର୍ଷରେ: ୧,୪୦,୦୦୦ ଟଙ୍କା
୨୦ ବର୍ଷରେ: ୧,୪୦,୦୦୦ ଟଙ୍କା
୨୨ ବର୍ଷରେ: ୧,୪୦,୦୦୦ ଟଙ୍କା